କାଠ ଫାଳିଆରେ ପିଟି ହତ୍ୟା

0 601

ଭୁବନେଶ୍ୱର,୯/୧୨(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭରତପୁର ଶିବ ମନ୍ଦିର ଲେନ୍‌ରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଯୁବକକୁ ଅନ୍ୟ ଜଣେ କାଠ ଫାଳିଆରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ଅଭିଯୁକ୍ତ ଘନଶ୍ୟାମ ମହାରଣା ଓରଫ୍ ରବୀନ୍ଦ୍ରକୁ ସକାଳୁ ଗିରଫ କରିଛି। ଗତକାଲି ରବୀନ୍ଦ୍ର ମଦ ପିଇ ପୂର୍ଣ୍ଣଙ୍କ ଘରକୁ ଆସି ଗାଳି କରିଥିଲା। ପୂର୍ଣ୍ଣ ଘରୁ ବାହାରି ଆସି ପ୍ରତିବାଦ କରିଥିଲେ ।ଏହାପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ପରେ ରବୀନ୍ଦ୍ର ସେଠାରୁ ଚାଲିଯାଇ ପୁଣିଆସି ଗାଳି ଦେଇଥିଲା ।ପୂର୍ଣ୍ଣ ଘରୁ ବାହାରି ଆସୁ ଆସୁ ରବୀନ୍ଦ୍ର ହାତରେ ଧରିଥିବା ଏକ କାଠ ଫାଳିଆରେ ନିର୍ମମ ଭାବେ ପିଟିବା ଆରମ୍ଭ କରିଥିଲା ।ପୁର୍ଣର ଚିକ୍ତାର ଶୁଣି ତାର ପରିବାରଲୋକ ଘରୁ ଆସିବାପରେ ରବୀନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଗୁରୁତର ଅବସ୍ଥାରେ ପୂର୍ଣ୍ଣକୁ ପରିବାର ଲୋକେ ଘରୋଇ ହସ୍ପିଟାଲକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.