ଆଜିର ରାଶିଫଳ

0 250

ଜୁଲାଇ ମାସ ୨୧ ତାରିଖ ୨୦୨୨ ମସିହା(ଗୁରୁବାର)ଶ୍ରାବଣ-କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୮/୦୬ ପର‌୍ୟ୍ୟନ୍ତ ତଦନ୍ତେ ନବମୀ ,ସୁର‌୍ୟୋଦୟ-ପ୍ରାତଃ ଘ୦୫/୨୨/୫୮ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୧ ,ମେଷ ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡିଆ ଦିବା ଘ ୦୮/୦୬ ଗତେ ଲାଉ ଭକ୍ଷଣ ନିଷେଧ
ମେଷ-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ- ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
ବିଛା-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର‌୍ୟ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର- ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ- ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ -ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ,ଗୋଟିଏ \”କୃଷ୍ଣ\” ଙ୍କ ପରି ଯିଏ ଯୁଦ୍ଧରେ ଲଢିଲେ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇ ଦେଲେ,ଆଉ ଜଣେ \”କର୍ଣ୍ଣ\” ଙ୍କ ପରି ଯିଏ ହାରିଗଲେ ପଛେ କିନ୍ତୁ ଜୀବନର ଶେଷ ପର‌୍ୟ୍ୟନ୍ତ ବନ୍ଧୁଙ୍କୁ ଛାଡିଲେ ନାହିଁ।
\”ଦୀପ\” ତା\’ର ପରିଚୟ କହେ ନାହିଁ କେବଳ ପ୍ରକାଶ କରିଥାଏ,ଠିକ ସେହିପରି ନିଜର ପରିଚୟ କାହା ଆଗରେ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ,ସଠିକ୍ କର୍ମ କରିଚାଲ ଦେଖିବ ତାହା ହିଁ ନିଜର ପରିଚୟ ହେବ ।

ବାସ୍ତୁ ଟିପ୍ପଣୀ-ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ। ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।
ଅରଖ ଗଛ ଏହା ଆମ ଜୀଵନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂର କରିଥାଏ । ଯେଉଁ ଘରେ ଆପେ ଆପେ ଅରଖ ଗଛ ଉଠିଥାଏ ସେ ଘରେ କୈାଣସି ଅଭାବ ରହେ ନାହିଁ। ଘରେ ଧନଧାନ୍ୟରେ ଘର ପୂରି ଉଠେ । ବାସ୍ତୁଶାସ୍ତ୍ର ଅନୁସାରେ ଘର ସମ୍ମୁଖରେ ଏହି ଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍ ।
ଅଶ୍ୱତ୍ଥ ଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଶକ୍ତି ପକାଇଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ। ବା ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇ ପାରିବେ।
!!ଆପଣଙ୍କୁ ଯଦି କେବେ କାହା କଥା ଖରାପ ଲାଗୁଛି,ତେବେ କିଛି ବି ପ୍ରତିଉତ୍ତର ନଦେଇ ନିରବ ହୋଇ ଯାଆନ୍ତୁ ‌। କାହିଁକିନା ନିରବତା ହିଁ ପୃଥିବୀର ସବୁଠାରୁ ବଡ଼ ଉତ୍ତର। ଆପଣଙ୍କ ଭବିଷ୍ୟ ଆପଣଙ୍କ ଆଜିର କର୍ମଦ୍ବାରା ନିର୍ଦ୍ଧାରିତ ହୁଏ, କାଲି କଣ କରିବେ ତାହା ଦ୍ବାରା ନୁହେଁ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.