ଆଜିର ରାଶିଫଳ

କାମଦା ଏକାଦଶୀ,୨୦୨୨ ମସିହା ଜୁଲାଇ ମାସ ୨୪ ତାରିଖ (ରବିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଏକାଦଶୀ ଦିବା ଘ୧୨/୩୭ ପର‌୍ୟ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ନକ୍ଷତ୍ର-ରୋହିଣୀ ରା ଘ୧୦/୨୬ ପର‌୍ୟ୍ୟନ୍ତ ତଦନ୍ତେ ମୃଗଶିରା ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୨/୦୩ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୩୯ ,ମେଷ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର .ଏକାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ଶିମ୍ବ ଦିବା ଘ୧୨/୩୭ ଗତେ ପୋଇ ଭକ୍ଷଣ ନିଷେଧ ।
ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ-ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର‌୍ୟ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର‌୍ୟ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
ମିଥୁନ-ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
କର୍କଟ-କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର‌୍ୟ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
ସିଂହ-କାର‌୍ୟ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
କନ୍ୟା-ଧୈର‌୍ୟ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର‌୍ୟ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା-ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର‌୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା-ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର‌୍ୟ୍ୟ କରିବେ। ସାରାଦିନ କାର‌୍ୟ୍ୟବ୍ୟସ୍ତ ରହିବେ। ଶୁଭକାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ-ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
ମକର-ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର‌୍ୟ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
କୁମ୍ଭ-ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ-ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।
ନିତୀବାଣୀ-ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁଟ୍ଟଟ୍ଟ.ବଞ୍ଚି ରହେ ବ୍ୟବହାରରୁଟ୍ଟ.ଅନୁଭବ ହୁଏ ଯନ୍ତ୍ରଣାରୁ ..ଅନୁଭୂତି ରହେ ହୃଦୟରେ.ଫିକା ପଡିଯାଏ ଅବହେଳାରୁ ..ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !!
ବାସ୍ତୁ ଟିପ୍ପଣୀ- ମା ଲକ୍ଷ୍ମୀଙ୍କର ଛିଡା ହୋଇଥିବା ମୂର୍ତି କିମ୍ବା ଫୋଟ ରଖନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ବସିଥିବା ମୂର୍ତି କିମ୍ବା ଫୋଟ ରଖିଲେ ଘରେ ଶୁଭ ଫଳ ପ୍ରଦାନ ହୋଇଥାଏ।
ପୁରୁଷର ଡାହାଣ ହାତ ପାପୁଲି ଏବଂ ନାରୀମାନଙ୍କର ବାମ ହାତ କୁଣ୍ଡେଇ ହେଲେ ଶୁଭ ଫଳ ମିଳିଥାଏ। ପୁରୁଷର କାନରେ କେଶ ବଢିଲେ ଶୁଭ ହୋଇଥାଏ।
ସକାଳେ ବିଛଣାରୁ ଉଠିବା ପରେ ପ୍ରଥମେ ନିଜର ମୁହଁ କିମ୍ବା ଛାଇ ଆଇନାରେ ଦେଖନ୍ତୁ ନାହିଁ। ମୁହଁ ଧୋଇ ସାରିବା ପରେ ପ୍ରଥମେ ଠାକୁରଙ୍କୁ ଦର୍ଶନ କରିବା ପରେ ନିଜର ମୁହଁ ଆଇନାରେ ଦେଖନ୍ତୁ।ଆପଣଙ୍କ ଦିନଟି ମଙ୍ଗଳମୟ ହେଉ!

ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.