ଆଜିରରାଶିଫଳ

0 273

୨୦୨୨ ମସିହା ଅଗଷ୍ଟ ମାସ ୪ ତାରିଖ (ଗୁରୁବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ ପ୍ରାତଃ ଘ୫/୩୭ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୬/୫୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୪ ,ତୁଳା ଓ କୁମ୍ଭ ରାଶି ର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ ।
ମେଷ-ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
ବୃଷ-ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର‌୍ୟ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
ମିଥୁନ- ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କଥାବାର୍ତ୍ତାର ମାଧୁର‌୍ୟ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ।
କର୍କଟ- କାର‌୍ୟ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
ସିଂହ-ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।
କନ୍ୟା- ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍ ଓ ସାହସୀ ହେବେ।
ତୁଳା- ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
ବିଛା-ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର‌୍ୟ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର‌୍ୟ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ କାର‌୍ୟ୍ୟ କଲେ ସଫଳତା ଅବଶ୍ୟ ମିଳିବ।
ଧନୁ-ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମକର-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
କୁମ୍ଭ- ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
ମୀନ-ଅଘଟଣ ଘଟିବ। ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।
ନିତୀ ବାଣୀ-ସୂର‌୍ୟ୍ୟଙ୍କ ” ତାପ ” ଆଉ ବାପାଙ୍କ ” ରାଗ ” ସହ୍ୟ କରିବା ଶିଖନ୍ତୁ … କାରଣ ସୂର‌୍ୟ୍ୟ ବୁଡିଗଲେ ଦୁନିଆଁ ଅନ୍ଧକାର ଆଉ ବାପା ହଜିଗଲେ ଜୀବନ ଅନ୍ଧକାର !!
ବାସ୍ତୁ ଟିପ୍ପଣୀ-ଘରେ କୌଣସି ପକ୍ଷୀ ଆଘାତ ପାଇ ପଡିବା ଦେଇଥାଏ ଦୃଘଟଣାର ସଙ୍କେତ, ।ସେ ସବୁ ସୂଚନା କଣ ଆସନ୍ତୁ ଜାଣିବା…
ଘର ଉପରେ ଯଦି ପେଚା ବସିବା ଆରମ୍ଭ କରିବ ତେବେ ସେହି ଘରେ ନାନା ସମସ୍ୟା ଆସିଥାଏ ଓ ଧନ ର ଅଭାବ ରହିବ , ଶାରୀରିକ କଷ୍ଟ ଲାଗି ରହିବ ।
ଚିଲ ପକ୍ଷୀ ଯଦି ଘର ଉପରେ ବୁଲେ କି ଆସି ବସେ ତେବେ ଏହା ଅଶୁଭ ସଂକେତ ହେଇଥାଏ ।
ଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ ଓ ଏହା ଶୁଭ ଲକ୍ଷ୍ୟଣ ହେଇ ନ ଥାଏ ।
ଯେଉଁ ଘରେ କଙ୍କଡା ବିଛା ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହେଇଥାଏ ।
ଯେଉଁ ଘରେ କଳା ମୂଷା ଙ୍କ ର ବୃଦ୍ଧି ହେଇଥାଏ ସେହି ଘରେ ଅଚାନକ ରୋଗ ବ୍ୟାଧି ବୃଦ୍ଧି ହେବାର ର ଏହା ସଂକେତ ଅଟେ ।
କୌଣସି ପକ୍ଷୀ ଆପେ ଆପେ ଆଘାତ ପାଇ ଆସି ଆପଣ ଙ୍କ ଅଗଣା ରେ ପଡିଯିବା ବହୁତ ବଡ଼ ଅଶୁଭ ସଂକେତ ହେଇଥାଏ । ଏହି ପକ୍ଷୀ ମରିକି ଆସି ପଡିବା ମଧ୍ୟ ଆହୁରି ଅଶୁଭ ହେଇଥାଏ ।
ଯେଉଁ ଘରେ ବିଲେଇ ଝଗଡା କରିଥାନ୍ତି , ସେହି ଘରେ ଅଚାନକ କୌଣସି ବିଘ୍ନ ଲାଗି ରହିଥାଏ । ସେହି ଘରେ ବିବାଦ ବୃଦ୍ଧି ହେଇଥାଏ
ଆପଣଙ୍କ ଘର ଆଡ଼କୁ କେହି କୁକୁର ଅନେକ କାନ୍ଦିବା ଏହା ଅସୁଭତ୍ୱ ର ସଂକେତ ହେଇଥାଏ । ଏହି ଘରର କୌଣସି ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ର ମଧ୍ୟ ଏହା ସଂକେତ ହେଇଥାଏ ।
କୌଣସି ଘର ଛାତ ଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହି ଘରକୁ କୌଣସି ବିପତି ଆସିଥାଏ । ଅଥବା କୌଣସି ବାଧା ସୃଷ୍ଟି ହେଇଥାଏ ।
ଘରେ ବାଦୁଡ଼ି ବସା କରିବା ଅଶୁଭ ହେଇଥାଏ ।
କଳା କିମ୍ବା ନୀଳ ରଙ୍ଗ ର ଚଢେଇ ଆସି ଘରେ ରହିବା ଦରିଦ୍ରତା ର ସଂକେତ ହେଇଥାଏ ଓ ଯଦି କୋଇଲି ଆପଣ ଙ୍କ ଘର ପାଖ ରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନ ର ସଂକେତ ହେଇଥାଏ । ଯଦି କୋଇଲି ପୂର୍ବ ଓ ଉତ୍ତର ଦିଗ ରେ ବୋବାଇଥାଏ ତେବେ ଏହା ଦ୍ୱାରା ଘରର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ ।
ସକାଳୁ ସକାଳୁ ଆସି କାଉ ଚୋବାଇବା କୌଣସି ଅତିଥିଙ୍କର ଆଗମନ ର ସଂକେତ ହେଇଥାଏ । ଯଦି ପୂର୍ବଦିଗ ରେ କୌଣସି କାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଗମନ ହେଇଥାଏ । କିନ୍ତୁ କାଉ ଆସି ଯଦି ଆପଣଙ୍କ ଘର ଉପରେ କୌଣସି ହାଡ଼ , ମାଛ , ମାଂସ ପକାଇଥାଏ ତେବେ ଏହା ଶୁଭ ସଂକେତ ହେଇଥାଏ ।
ଯଦି କୌଣସି ପାଖି ଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସି ଧାତୁ ହାତ ରୁ ଖସିଯାଇଥାଏ ତେବେ ସେହି ବ୍ୟକ୍ତି ଙ୍କୁ ଆକସ୍ମିକ ଧନ ପ୍ରାପ୍ତି ର ଯୋଗ ରହିଥାଏ ଓ କୋଣସି କୋର୍ଟ କଚେରୀ ମାମଲା ରେ ସେମାନେ ସଫଳ ହେଇଥାନ୍ତି ।
ମୟୁର ଘରେ ନାଚିବା ଅତ୍ୟନ୍ତ ଶୁଭ ହେଇଥାଏ । ମୟୁରର ଶବ୍ଦ ମଧ୍ୟ ଆପଣଙ୍କର ଆଗାମୀ ଜୀବନ ର ସୁଖମୟ ହେବାର ସଂକେତ ହେଇଥାଏ । କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖ ର କାରଣ ହେଇଥାଏ ।
ମହୁମାଛି ଘରେ ଆସି ବସା କରିବା ଶୁଭ ହେଇଥାଏ କିନ୍ତୁ ଜନ୍ଦା ଘରେ ବସା ବାନ୍ଧିବା ଦ୍ୱାରା ଘରେ ନାନା ବିବାଦ ଉତ୍ପରଃନ ହେଇଥାଏ ।
ଛୋଟ ପାଖି ଏକତ୍ର ହେଇ ପାଟି କରିବା ର ଅର୍ଥ ହେଇଥାଏ ସେହି ପାଖ ରେ କୌଣସି ବିଷାକ୍ତ ଯିବ ରହିଛି ।
ଘର ଉପରେ ଆସି ଚଢେଇ ଡେଇଁବା ସମ୍ପତି ପ୍ରାପ୍ତି ର ସଂକେତ ହେଇଥାଏ । ସମାଜ ରେ ମାନ ସଂମାନ ମଧ୍ୟ ବୃଦ୍ଧି ପାଇଥାଏ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.