କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ

0 148

ଭୁବନେଶ୍ୱର,୩/୮(ଏସ ଏସ ନିଉଜ) ଆଜି କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।
କଟକ ଜୋନ-୧ ଏସିପି ଶୁଭରଂଜନ ମୁଦୁଲିଙ୍କୁ ଏସିପି ଜୋନ୍‍-୪ ଭୁବନେଶ୍ୱରକୁ ବଦଳି କରାଯାଇଛି ।ଭୁବନେଶ୍ୱର ଜୋନ-୪ ଏସିପି ପରେଶ ଚନ୍ଦ୍ର ରାଉତଙ୍କୁ ସିପି ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ଖାର ବେଳନଗର ଥାନାରେ କାର୍ଯ୍ୟରତ ଅରୁଣ କୁମାର ସ୍ୱାଇଁଙ୍କୁ କଟକ ଜୋନ୍‍-୧ ଏସିପି ଭାବେ ବଦଳି କରାଯାଇଛି ।ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଏସିପି ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତିଙ୍କୁ କମିଶନରେଟ ପୋଲିସ ହେଡକ୍ୱାଟର ବ୍ରାଞ୍ଚ ସ୍ପେଶାଲ ଏସିପି ଭାବେ ବଦଳି କରାଯାଇଛି । ନନ୍ଦନକାନନ ଥାନାରେ କାର୍ଯ୍ୟରତ ବିଶ୍ୱରଂଜନ ସେନାପତିଙ୍କୁ କ୍ରାଇମ୍‍ବ୍ରାଞ୍ଚ ୟୁନିଟ୍‍ ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ପ୍ରଦୀପ କୁମାର ରାଉତଙ୍କୁ ଚନ୍ଦ୍ରଶେଖରପୁର ଥାନାରୁ ଆଇୟୁସିଏଡବ୍ଳ୍ୟୁ ଭୁବନେଶ୍ୱରକୁ ଓପିଡିକୁ ବଦଳି କରାଯାଇଛି । ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପଦ୍ମନାଭ ପ୍ରଧାନଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି । ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଖଣ୍ଡଗିରି ବଦଳି କରାଯାଇଛି ।ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ରଂଜନ ନାୟକଙ୍କୁ ବଡଗଡ ଥାନାକୁ ବଦଳି କରାଯାଇଛି ।ବଡଗଡ ଥାନାରେ କାର୍ଯ୍ୟରତ ବିଶ୍ୱରଂଜନ ନାୟକଙ୍କୁ ନନ୍ଦନାକାନନ ଥାନାକୁ ବଦଳି କରାଯାଇଛି ।ଭୁବନେଶ୍ୱର ହେଡକ୍ୱାର୍ଟର୍ସରେ ଥିବା ସୌମ୍ୟକାନ୍ତ ବଳିୟାରସିଂହଙ୍କୁ ଜଟଣି ଥାନାକୁ ବଦଳି କରାଯାଇଛି । ପ୍ରକାଶ ଚନ୍ଦ୍ର ମାଝୀ ଭୁବନେଶ୍ୱର ହେଡ କ୍ୱାର୍ଟର୍ସରୁ ଚନ୍ଦ୍ରଶେଖରପୁର ଥାନାକୁ ବଦଳି କରାଯାଇଛି ।ଭୁବନେଶ୍ୱର ହେଡକ୍ୱାଟର୍ସରେ କାର୍ଯ୍ୟରତ ରଜନିକାନ୍ତ ମିଶ୍ରଙ୍କୁ ଖାରବେଳନଗର ଥାନାକୁ ବଦଳି କରାଯାଇଛି ।ସହିଦନଗରରେ ଥାନାରେ ଥିବା ବିଜୟ କୁମାର ବାରିକଙ୍କୁ ଇନଫୋଭ୍ୟାଲି ଥାନାକୁ ବଦଳି କରାଯାଇଛି ।
ସୁଚିତା ପରିଡାଙ୍କୁ ନୂଆପଲ୍ଳୀରୁ ପାହାଳ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । କଟକ ସିଡିଏରେ କାର୍ଯ୍ୟରତ ସନ୍ଧ୍ୟାରାଣୀ ସିଂଙ୍କୁ ଡିସିପି ଭୁବନେଶ୍ୱରକୁ ବଦଳି କରାଯାଇଛି । ଦୁର୍ଗେଶ୍ୱରୀ ପ୍ରଧାନଙ୍କୁ କମିଶନରେଟ୍‍ ପୁଲିସ ହେଡକ୍ୱାଟର୍ସରୁ ଆଇଆଇସି ମଙ୍ଗଳାବାଗ, ଗିରିଶ ଚନ୍ଦ୍ର ମହାରଣାଙ୍କୁ ବେଣ୍ଟିକର ଥାନା, ଅନିତା ସାହୁଙ୍କୁ ସିଡିଏ ଫେଜ-୨, ବାଦାମବାଡି ଆଇଆଇସି ରଶ୍ମିରଂଜନ ମହାପାତ୍ରଙ୍କୁ ସଦର ଥାନା, ରାଧାକାନ୍ତ ଦାସଙ୍କୁ ମାଲଗୋଦାମ, ସୁଧାଂଶୁ ଶେଖର ପହିଙ୍କୁ ବାଦାମବାଡି, ଗୋପାଳ ଜେନାଙ୍କୁ କ୍ରାଇମବ୍ରାଞ୍ଚ ୟୁନିଟ୍‍, ବିକାଶ ନନ୍ଦ ଜେନାଙ୍କୁ ଡିଆଇବି, ଷ୍ଟାଲିନ ବିଶ୍ୱାଳଙ୍କୁ ପାହାଳରୁ ନୂଆପଲ୍ଳୀ ଥାନା, ପୁଷ୍ପାଞ୍ଜଳି ନାୟକଙ୍କୁ ମହିଳା ଥାନାକୁ ବଦଳି କରାଯାଇଛି ।

Leave A Reply

Your email address will not be published.