ଆଜିର ରାଶିଫଳ

0 307

ସୁନିଆଁ, ବାମନ ଜନ୍ମ , ବଳିବାମନ ବେଶ ଓ ଗରୁଡ଼ ପାର୍ଶ୍ଵପରିବର୍ତ୍ତନ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୭ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ ରାତ୍ରି ଘ୧୨/୧୦ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୩/୪୮ ,କର୍କଟରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ପୋଇ ଶାଗ ଭକ୍ଷଣ ନିଷେଧ । 
ମେଷ-ପାରିବାରିକସଦସ୍ୟମାନଙ୍କ ସହିତ ସୁଖଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କଠାରୁ ବିଶେଷ ସହାୟତା ପ୍ରାପ୍ତକରିପାରିବେ। ଦୂରସ୍ଥମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସନ୍ଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ନିଜର ପ୍ରଭାବଶାଳୀ ବାଣୀରେ ଅନ୍ୟ ଲୋକମାନଙ୍କର ଧ୍ୟାନ କେନ୍ଦ୍ରିତ କରିପାରିବେ। ଆୟଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଉତ୍ତମଭୋଜନ ପ୍ରାପ୍ତିହେବ। ନିର୍ଦ୍ଧାରିତକାର‌୍ୟ୍ୟଗୁଡ଼ିକରେ କମସଫଳତା ମିଳିବ। ଆଜିରଦିନ ମଧ୍ୟମ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ କଡ଼ା ପରିଶ୍ରମ କରିବାକୁ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।
ବୃଷ-ଆପଣଙ୍କର କୌଣସିପ୍ରକାର ସହଯୋଗ ଆବଶ୍ୟକହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜଲୋକଙ୍କର ସାହାଯ୍ୟରେ ଆପଣଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ଆଜିଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତାପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ କମ ସମୟ ଦେବେ, ଏହି କାରଣରୁ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ।
ମିଥୁନ-ଆଜିରଦିନ କିଛି ଅନିୟନ୍ତ୍ରଣ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧା ରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବାଣୀର ଶିଥିଲତା ଉଗ୍ରଯୁକ୍ତି କରାଇବାର ସମ୍ଭାବନା ଅଛି। ସ୍ୱବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହେବ। । ଜଗନ୍ନାଥଙ୍କରକୃପାରେ ଆପଣଙ୍କ ଆଜିରଦିନ ପ୍ରସନ୍ନତା ପୂର୍ବକ ବିତିବ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ। ବିପରୀତଲିଙ୍ଗ ପାତ୍ରମାନଙ୍କସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି। ଲଘୁପର୍ଯ୍ୟଟନ ହେବ। ସାର୍ବଜନିକ ଜୀବନରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।
କର୍କଟ-ଆଜିସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରାକରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନା କୁ ଶେଷରୂପେ ମିଳିପାରେ । ଆଜିଲାଭଦାୟକ ଦିନ। ଆପଣଙ୍କବୈଚାରିକ ସମୃଦ୍ଧି ବଢ଼ିବ। ବାକଚାତୁରୀ ଏବଂ ମୀଠା ବାଣୀରେ ଆପଣ ଲାଭପ୍ରଦ ସମ୍ବନ୍ଧ ବିକସିତକରି ପାରିବେ। ଉତ୍ତମଭୋଜନ, ଭେଟ ଉପହାର ଏବଂ ବସ୍ତ୍ରପ୍ରାପ୍ତି ହେବ। ମନରଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ। ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନରଖିବେ। ଚାକିରିରେ ଆପଣଙ୍କ ଯଶ ବୃଦ୍ଧିହେବ।
ସିଂହ-ଶାରୀରିକ ଏବଂ ମାନସିକ ସତେଜତାର ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥିରେ ସାକ୍ଷାତକରି ହେବ। ସାଥିମାନଙ୍କଠାରୁ ଲାଭ ହେବ। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ଅଟେ। କାର‌୍ୟ୍ୟର ସଫଳତା ଏବଂ ପ୍ରିୟ ବ୍ୟକ୍ତିଙ୍କ ସାଥି ମିଳିବାରୁ ଆପଣ ଆନନ୍ଦିତ ରହିବେ। ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧିର ସମ୍ଭାବନା ଅଛି। ଛୋଟ ଯାତ୍ରା ହେବ। ମାନ- ସମ୍ମାନରେ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପିତା ଏବଂ ବଡ଼ଙ୍କର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ସମ୍ପୂର୍ଣ୍ଣ ଦିନ ଆନନ୍ଦରେ ବିତିବ।
କନ୍ୟା-ଲମ୍ବାସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କସହିତ ସମୟ ଆନନ୍ଦରେ ବ୍ୟତୀତ ହେବ। ତାଙ୍କସହିତ କୌଣସି ସମାରୋହ କିମ୍ବା ପର୍ଯ୍ୟଟନରେ ଯିବାର ସମ୍ଭାବନା ଦେଖାଯାଉଛି। ସଦଭାବନା ସହିତ କରାଯାଇ ଥିବା ପରୋପକାରୀକାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ। ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ। ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ। ଖାଇବାପିଇବା ଉପରେ ବିଶେଷ ଧ୍ୟାନ ରଖିବେ। ଅନ୍ୟଥା ସ୍ଵାସ୍ଥ୍ୟ ଖରାପ ହେବ। ଆକସ୍ମିକ ଧନଲାଭ ମଧ୍ୟ ହେବ।
ତୁଳା-ଆଜିଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀରମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବ ନାହିଁ ଏହାସତ୍ତ୍ୱେ ଆପଣଙ୍କ କାମରେ ତତ୍ପରତା ଏବଂ କୁଶଲତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ବିଦ୍ୟାର୍ଥୀ ମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପ୍ରିୟବ୍ୟକ୍ତିଙ୍କ ସହିତ ସାକ୍ଷାତ ସମ୍ଭବ ହୋଇପାରେ। ପେଟର ଅସୁବିଧା ଚିନ୍ତିତ କରିବ। ଆଜିଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ। ଆଜି ବାଦବିବାଦରେ ପଡ଼ନ୍ତୁନାହିଁ। କୋର୍ଟ କଚେରୀରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ।
ବିଛା-ଆଜି ଆପଣଙ୍କୁ ଖୁବ୍ ମାନ,ଯଶ ମିଳିବ । ଆଜିଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । ଆଜିରଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ। ମିତ୍ର,ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଆର୍ଥିକ ରୂପରେ ଆଜିଆପଣ ସଜାଗ ରହିବେ। ଭାବିବିଚାରି ଧନର ନିବେଶ କରନ୍ତୁ। ବିରୋଧିମାନଙ୍କୁ ଆପଣ ପରାସ୍ତ କରିପାରିବେ। ଆନନ୍ଦ-ଉଲ୍ଲାସ ଏବଂ ଭାଗ୍ୟବୃଦ୍ଧି ପୂର୍ଣ୍ଣ ଦିନ ଅଟେ।
ଧନୁ-ଆଜି ଆପଣ ନିଜକୁ ଠିକ ଭାବେ ବୁଝିପାରିବେ । ଆଜି ଆପଣ ନିଜବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହିସମୟ ଆପଣଙ୍କପାଇଁ ଶୁଭଅଟେ । ଆଜି ଉତ୍ସାହର ଅଭାବ ରହିବ। ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇ ପାରେ। ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ। ଚାକିରି-ଧନ୍ଦା କିମ୍ବା ବ୍ୟବସାୟରେ ଲାଭପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋ ଜନ କରିବେ, ବିବାହୋତ୍ସୁକ ଯୁବକଯୁବତୀମାନଙ୍କର ବିବାହପାଇଁ ସୁବର୍ଣ୍ଣସୁଯୋଗ ଆସିବ। ପୁତ୍ର ତଥା ପତ୍ନୀଙ୍କଠାରୁ ଲାଭ ହେବ। କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି। କାର୍ଯ୍ୟରେ କମ ସଫଳତା ମିଳିବ। ବିରୋଧୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କ ସହିତ ବିବାଦରେ ପଡ଼ନ୍ତୁ ନାହିଁ।
ମକର-ଦ୍ୱନ୍ଦଯୋଗୁଁ ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେନାହିଁ। ବୈଚାରିକ ତୋଫାନରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥରୁ ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲାରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପ ଦେଶ। ଶାରୀରିକ ଏବଂ ମାନସିକ ସୁସ୍ଥତାର ଅଭାବ ରହିବ। ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହାସମସ୍ତଙ୍କୁ ଖୁସିକରିବ ଏବଂ ପରସ୍ପର ନିକଟତରହୋଇ ପାରିବେ । ଆଜି ଆପଣ ଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି। ଆପଣଙ୍କପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲରହିବ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିରଦିନ ବହୁତଭଲ, କାରଣ ତାଙ୍କୁ ନିଜରପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚର ଯୋଗ ଅଛି।
କୁମ୍ଭ-ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନକାମ କରୁଛନ୍ତି ।ଭଲଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜରବିଚ଼ାରକୁ ଷ୍ପଷ୍ଟଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତହୋଇ କୌଣସିଭୂଲ୍ କରନ୍ତୁ ନାହିଁ । ଆପଣଙ୍କ ଆଜିରଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ। ଆଜିରଦିନ ଆପଣଙ୍କପାଇଁ ଅନୁକୂଳତା ଏବଂ ପ୍ରତିକୂଳତାର ମିଶ୍ରିତଫଳ ମିଳିବ। ବୌଦ୍ଧିକକାର୍ଯ୍ୟ ଏବଂ ବ୍ୟବସାୟକ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାହା ଆପଣାଇବେ। ଚାକିରି ବ୍ୟବସାୟ କ୍ଷେତ୍ର ରେ ଆୟବୃଦ୍ଧି ହେବ। ବ୍ୟାପାରରେ ବିକାସର ସୁଯୋଗ ମିଳିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗ ଅଛି।
ମୀନ-ଆଜିଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ଆଜିରଦିନ ଶୁଭଫଳ ପ୍ରଦାନ କରିବ। ଗୃହସ୍ଥଜୀବନ ଆନନ୍ଦପ୍ରଦ ରହିବ।ପ୍ରତ୍ୟେକକାର୍ଯ୍ୟରେ ସଫଳତାପ୍ରାପ୍ତ ହେବ। ଉପରଅଧିକାରୀ ଆପଣଙ୍କଉପରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ। ଉଚ୍ଚପଦାଧିକାରିମାନଙ୍କ ତଥା ବୃଦ୍ଧବର୍ଗଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ। ମାନପ୍ରତିଷ୍ଠାରେ ବୃଦ୍ଧି ହେବ।
ନିତୀବାଣୀ-ସମୟ ଆଉ ସଂସ୍କାର ଏଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ, କାରଣ ସମୟଖରାପ ଚାଲିଥିଲେ ସଂସ୍କାରର ମାନେ କିଛିନଥାଏ, ଆଉ ଉତ୍ତମସଂସ୍କାର ନଥିଲେ ସମୟରମାନେ କିଛିନଥାଏ ତେଣୁ ଏଦୁଇଟିକୁ ନିଜ ଆୟତ୍ତରେ ରଖନ୍ତ. ଆଉ ସଫଳଜୀବନ ବିତାନ୍ତୁ।
ବାସ୍ତୁ ଟିପ୍ପଣୀ-ବାସ୍ତୁଅନୁଯାୟୀ ଶୋଇବାସମୟରେ ନିଜ ବେଡ଼ପାଖରେ ଏହିସବୁ ଜିନିଷ ରଖିବା ଅନୁଚିତ, ଜାଣନ୍ତୁ ଏହା କଣ?
ପର୍ସ:-ପଇସାପତ୍ର,ଜରୁରୀ କାଗଜପତ୍ର ଏବଂ ପର୍ସ ଏଗୁଡିକ କେବେହେଲେ ନିଜ ବିଛଣାରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁଶାସ୍ତ୍ରଅନୁଯାୟୀ ଏହାଦ୍ୱାରା ଧନ ହାନି ଘଟିଥାଏ
ଘଣ୍ଟା:-ବସ୍ତୁଶାସ୍ତ୍ରଅନୁଯାୟୀ ସମୟ ଗଣନାରେ ବ୍ୟବହୃତ ଜିନିଷ ଏବଂ ଶବ୍ଦନିୟମିତ କରୁଥିବା ଜିନିଷ କୁ କେବେହେଲେ ନିଜପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ ।
ବହି:-ବହି ଆଦି ଜିନିଷ ପାଠ୍ୟକ୍ରମର ଅଂଶ ଅଟୋ କୁହନ୍ତି ଏଥିରେ ମାତାସରସ୍ୱତୀ ବାସକରନ୍ତି। ତେଣୁ ବିଦ୍ୟା ସହ ଜଡ଼ିତ ଜିନିଷ ଯେପରି ରବର,କଟର,କଲମ ଇତ୍ୟାଦି ଶୋଇବାସମୟରେ ନିଜ ପାଖେ ରଖିବା ଅନୁଚିତା ଏହାଦ୍ୱାରା ବିଦ୍ୟାହାନି ଘଟିଥାଏ ।
ଚପଲ:-ଶୋଇବାସମୟରେ ଚପଲକୁ ମଧ୍ୟ ନିଜ ଖଟ ବିଛଣା ପାଖେ ରଖିବା ଅନୁଚିତ ଅଟେ। ଚପଲ ପାପୋଛା ଭଳି ମଇଳା ଜିନିଷକୁ ଯଦି ଆମେ ଆମଶୋଇବା ସମୟରେ ଖଟପାଖେ ରଖିବା ତେବେ ଅନେକପ୍ରକାର ଆଶଙ୍କା ଅସୁବିଧା ଜୀବନରେଆସେ । ତେଣୁ ବାସ୍ତୁଶାସ୍ତ୍ରଅନୁସାରେ ଏହାକୁ ବାରଣ କରାଯାଇଛି ।
ଦର୍ପଣ:-ଦର୍ପଣକୁ ଅନେକ ନିଜ ଖଟଉପରେ ରଖି ଶୋଇଯାଆନ୍ତି । ଏହା ମଧ୍ୟ ବାସ୍ତୁଅନୁସାରେ ଅନୁଚିତ ଅଟେ। ଅନ୍ୟଏକ କାରଣ ଏହା ଆମପାଇଁ ବିପଦ ମଧ୍ୟ ଅଟେ।ତେଣୁ ଏଗୁଡିକକୁ ଶୋଇବା ଖଟଠାରୁ ଦୂରେଇ ରଖିବା ଉଚିତ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.