ଆଜିର ରାଶିଫଳ

0 309

ଅଘୋର ଚତୁର୍ଦ୍ଦଶୀ, ଅନନ୍ତ ବ୍ରତ, ଶ୍ରୀ ଦୁର୍ଗା ଓ ଶିବ ପାର୍ଶ୍ଵପରିବର୍ତ୍ତନ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୯ ତାରିଖ (ଶୁକ୍ରବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୨୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୧/୫୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ବିରି ସନ୍ଧ୍ୟା ଘ୬/୨୫ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଛ, ମାନ୍ସ ଭକ୍ଷଣ ନିଷେଧ । 
ମେଷ-ପରିବାରର ସମସ୍ତଆଶା ପୂରଣ କରିବାକୁ ସାମର୍ଥ୍ୟହେବେ । ମହିଳାମାନେ ପୁରାତନ ରୋଗରପୀଡାରୁ ଉପସମପାଇବେ । ନିଜେଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ । ସନ୍ତାନଙ୍କ ଶୁଭସୂଚନା ଶୁଣି ଆନନ୍ଦିତ ହେବେ । ରାଜନୀତିରେ ଆବଶ୍ୟକତା ପୂରଣ କରି ପ୍ରଶଂସାପାଇବେ । ମହିଳାମାନେ ଆତ୍ମୀୟଙ୍କୁ ସାହାଯ୍ୟକରି ପାରିବାରିକ ଶାନ୍ତିକୁ ବଜାୟ ରଖିବେ । ବିଦ୍ୟାକ୍ଷେତ୍ରରେ ମନଯୋଗଦେଇ ସଫଳହେବେ । କୃଷିଦ୍ରବ୍ୟ ବାଣିଜ୍ୟରେ ଆଶାତୀତ ଲାଭ ପାଇବେ ।
ବୃଷ-ଅଟକିଥିବାକାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ । ବ୍ୟବସାୟକ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନହେବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନେ ସମସ୍ୟା କୁ ସୁଧାରିନବା ଫଳରେ କର୍ମକ୍ଷେତ୍ର ସୁଦୃଢ଼ହେବ । ମହିଳାମାନଙ୍କର ଆଶା ପୂରଣ ହେବ ଓ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତହେବେ । ରାଜନୀତିରେ ବିବେକବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ ।
ମିଥୁନ-ପରିବାରରସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କରହିବ । ବନ୍ଧୁ,ମିତ୍ରଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ପାଇବେ । ସାମାନ୍ୟପରିଶ୍ରମ କରି ଅଧିକଲାଭ ପାଇବେ । ଆକସ୍ମିକ ଧନପ୍ରାପ୍ତି ହେବ । କୌଣସି ଆନୁଷ୍ଠାନିକ, ସାମା ଜିକ ଓ ସାଙ୍ଗଠନିକକାର୍ଯ୍ୟରେ ଯୋଗଦେବେ । ଆର୍ଥିକସ୍ଥିତିରେ ବହୁପରିମାଣ ରେ ଅଭିବୃଦ୍ଧିରହାର ବଢ଼ିଯିବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାରକରି ସମସ୍ୟାକୁ ସୁଧାରି ନେବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ବିଜୟ ଲାଭକରିବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ ।
କର୍କଟ-ଉଧାରଦେଇଥିବା ଟଙ୍କା ମିଳିଯିବାଫଳରେ ପରିବାରରେ ନିଜରପଦଗରିମା ବଜାୟ ରହିବ । ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ । ବୁଦ୍ଧିମତାକାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ପୁରୁଣାପ୍ରାପ୍ୟ ଆଦାୟହେବା ଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କଦ୍ଵାରା ଲାଭବାନହେବେ । ରାଜନୈତିକକ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ । ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ମହିଳା ମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ଖେଳ ଓ ବିଦ୍ୟାରେ ଉନ୍ନତି ହେବ ।
ସିଂହ-ସନ୍ତାନମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ । ବିଦ୍ୟାକ୍ଷେତ୍ରରେ ମଧ୍ୟ ସଫଳ ହେବେ । ଆୟ ଉତ୍ତମ ହେବା ଆର୍ଥିକସ୍ଥିତି ସ୍ଵଛଳ ରହିବ ଓ କେତେକମୁଲ୍ୟବାନ ଆସବାବାସପତ୍ର କ୍ରୟକରିବେ । ନିଜଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ । ସ୍ୱାସ୍ଥ୍ୟଦିଗରୁ ବିଶେଷସତର୍କ ରହିବା ଉଚିତ୍ । ଖର୍ଚ୍ଚବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେବ । ମନୋରଞ୍ଜନ କରିବାପାଇଁ ସମୟ ମିଳିବ । ବ୍ୟବସାୟରେ ଭାଗିଦାରୀଙ୍କପାଇଁ କ୍ଷତିରୁ ବଞ୍ଚିଯିବେ । ମହିଳାମାନେବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କପାଖରେ ଆଦୃତହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ ।
କନ୍ୟା-ପରିବହନ ବ୍ୟବସାୟିକସ୍ଥିତି ସୁଦୃଢହେବ ।ପରିବାରରସାହାଯ୍ୟରେ ଉପକୃତ ହେବେ । ରାଜନୀତିରେ ଈର୍ଷାପରାୟଣବ୍ୟକ୍ତିମାନେ ପ୍ରତିବନ୍ଧକସୃଷ୍ଟି କଲେମଧ୍ୟ ପ୍ରଶଂସାପାଇବେ । ମହିଳାମାନଙ୍କର ବୁଦ୍ଧିମତାକାରଣରୁ ପ୍ରଚୁରଅର୍ଥ ଲାଭହେବ ଓ ପରିସ୍ଥିତିରେ ଉନ୍ନତିଘଟିବ ।ପ୍ରତ୍ୟେକକ୍ଷେତ୍ରରେଧୈର୍ଯ୍ୟ ନହରାଇ କାର୍ଯ୍ୟକଲେ ଭଲହେବ । ସାବଧାନତା ଅବଲମ୍ବନ ନକଲେ ଧନହାନି ହେବ । ସ୍ୱାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଭୁଲବୁଝାମଣା ସୃଷ୍ଟିନହେଲା ଭଳି କାମକଲେ ଭଲ ହେବ । ଛାତ୍ରଛାତ୍ରୀମାନେ ଧାର୍ମିକକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକକାମରେ ଭ୍ରମଣପ୍ରିୟ ହେବେ ।
ତୁଳା-ବିଦ୍ୟୁତଯନ୍ତ୍ରଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲକ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନପ୍ରାପ୍ତି ହେବ । ପରୀକ୍ଷାପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ରାଜନୈତିକକ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭପାଇବେ । ସାମାଜିକ କାର୍ଯ୍ୟରେ ଭାଗନେବେ । ପିତାଙ୍କସ୍ୱାସ୍ଥ୍ୟରେ ପରିବର୍ତ୍ତନ ନେଇ ଖୁସିହେବେ । ପରିବାରର ସମସ୍ତସଦସ୍ୟଙ୍କର ସହଯୋଗ ପାଇବେ । ମାନସିକ ଦୁଶ୍ଚିନ୍ତା ଦୂରହେବ । ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟପାଇବେ । ରାଜନୀତିକ୍ଷେତ୍ରରେ ଯଶମାନ ବୃଦ୍ଧିହେବ
ବିଛା-ଉଚ୍ଚପଦସ୍ଥବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକସମସ୍ୟାସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାଜନୈତିକକ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ଦାମ୍ପତ୍ୟଜୀବନ ସୁଖମୟହେବ । କାର୍ଯ୍ୟରେ ପରିଶ୍ରମଦ୍ୱାରା ଲାଭପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ସଂପତ୍ତିକ୍ରୟ ଓ ବିକ୍ରୟଦ୍ୱାରା ପ୍ରଚୁର ଲାଭପାଇବେ । ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ନୂଆ ନିଯୁକ୍ତିର ସମ୍ଭାବନା ଅଛି । ବିଦ୍ୟା ଓ ଖେଳରେ ଉନ୍ନତି ହେବ ।
ଧନୁ-ବ୍ୟବସାୟୀମାନଙ୍କର ବହୁତଦିନର ବାକିପଡିଥିବାଅର୍ଥ ପାଇବେ ଓ ଆୟରମାର୍ଗ ପ୍ରଶସ୍ତ ହେବ । ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟସଫଳହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ । ଖେଳରେ ଓ ବିଦ୍ୟାରେ ଉନ୍ନତି ହେବ ଏବଂ ଦୂରଯାତ୍ରାରେ ସୁଖମିଳିବା ସହ ଲାଭବାନ୍ ହେବେ । ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ଯାନବାହାନ କ୍ରୟ ଓ ବିକ୍ରୟ କରିବେ । ବାଦବିବାଦ ମାଲିମକ ଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳହେବେ । ମହିଳାମାନେ ସମସ୍ୟା ସମାଧାନକରି ଶାନ୍ତିପାଇବେ । ମିତ୍ରମାନଙ୍କସହ ସୁସମ୍ପର୍କ ରହିବାଫଳରେ ଅନେକ କାର୍ଯ୍ୟରେ ସଫଳହେବେ ।
ମକର-ବ୍ୟବସାୟବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁପଡିବ ଓ ଲାଭହେବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କହୋଇ ଚଳପ୍ରଚଳହେବା ଅତ୍ୟନ୍ତ ଜରୁରୀ । ଶତୃମାନେ କ୍ଷତିକରିବାକୁ ଚେଷ୍ଟାକରି ଅପଦସ୍ତହେବେ । ରାଜନୀତି କ୍ଷେତ୍ରରେ ମାନସିକଦୁଶ୍ଚିନ୍ତା ଦୂରହୋଇ ଯଶମାନ ବୃଦ୍ଧିହେବ । ସମୟକୁ ହାତଛଡ଼ା ନକରିବା ଉଚିତ୍ । ସନ୍ତାନମାନଙ୍କର ଉନ୍ନତି, ସମସ୍ତକାର୍ଯ୍ୟରେ ଶୁଭଫଳପ୍ରାପ୍ତି ହେବ । ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟପାଇବେ । ଋଣଭରଣାରେ କଷ୍ଟ ହେବ । ରାଜନୀତିକ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନହେବେ । ପରୀକ୍ଷାପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ ।
କୁମ୍ଭ-ଉତ୍ସାହଉଲ୍ଲାସରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ନିଜେ କଠିନ ପରିଶ୍ରମକରି ପତିଆରା ରକ୍ଷାକରିବେ । ଉପରିସ୍ଥଅଧିକାରୀଙ୍କ କୃପାଦୃଷ୍ଟିରେ ରହି ପାରିବେ । ନିମ୍ନବର୍ଗର ସହକର୍ମୀ କେହି ଉଦ୍ଦେଶ୍ୟ ପ୍ରଣୋଦିତ ହାନିପହଞ୍ଚାଇବାର ଉଦ୍ୟମକରି ଅପଦସ୍ତହେବେ । ପରିବାରରେ ଚେଷ୍ଟା ସାର୍ଥକହେବ ଓ ସୁଖଶାନ୍ତି ଫେରିଆସିବ । ରାଜନୈତିକକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ଆର୍ଥିକପରିସ୍ଥିତି ଉତ୍ତମଥିଲେ ମଧ୍ୟ ବସନଭୂଷଣରେ କିଛି ବ୍ୟୟ ଘଟିବ । ମହିଳାମାନଙ୍କର କାର୍ଯ୍ୟ ସହଜସରଳରେ ସମାଧାନହେବ ଓ ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନହେବ ।
ମୀନ-କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଆଶ୍ୱସ୍ତିସୂଚକ କଥାଶୁଣି ମନ ଖୁସିରହିବ । ମହିଳାମାନେ ସମ୍ପର୍କୀୟମାନଙ୍କଦ୍ୱାରା ସୁବିଧାପାଇବେ । ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ରରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେ ଲାଭ । ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା, ଖେଳ ଓ ବିଦ୍ୟାରେ ସଫଳତା ମିଳିବ । ଅଟକିଥିବାଧନ ପ୍ରାପ୍ତିହେବ । ବ୍ୟବସାୟ,ବାଣିଜ୍ୟରେ ଲାଭପାଇବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲରହିବ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସିହେବେ ।
ନିତୀବାଣୀ-ଜୀବନରେ ଗୋଟିଏକଥା ସବୁବେଳେ ମନେରଖିଥିବେ,ଯଦି କଲମ ହୋଇ କାହାର ସୁଖ ଲେଖି ପାରୁନାହଁ ତାହେଲେ ଚେଷ୍ଟାକର ରବରହୋଇ କାହାର ଦୁଃଖ ଲିଭାଇବା ପାଇଁ।
ବାସ୍ତୁଟିପ୍ପଣୀ-ସ୍ଵସ୍ତିକର ଏହି ଅଦ୍ଭୁତ ଉପାୟ ଦ୍ଵାରା ହେବ ସମସ୍ତ କଷ୍ଟର ଅନ୍ତ, ଜୀବନ ରେ ଭରିଯିବ ସୁଖ ଓ ସମୃଦ୍ଧି । ହିନ୍ଦୁଧର୍ମରେ ସ୍ଵସ୍ତିକର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ କିଛିବି ପୂଜା ସ୍ଵସ୍ତିକ ବିନା ହୋଇନଥାଏ । ସବୁ ପୂଜାପାଠର ଆରମ୍ଭ ସ୍ଵସ୍ତିକ ଚିହ୍ନିରୁ ହିଁ ହୋଇଥାଏ । ସ୍ଵସ୍ତିକକୁ ଶୁଭ ଓ ମଙ୍ଗଳ ଭାବର ପ୍ରତୀକ କୁହାଯାଏ । ସ୍ଵସ୍ତିକ ଶବ୍ଦକୁ ସୁଏବଂ ଅସ୍ତିର ମିଶ୍ରଣ ଯୋଗକୁହାଯାଏ ।
ସୁର ଅର୍ଥ ଶୁଭ ଓ ଅସ୍ତିର ଅର୍ଥ – ମାନେ ହେଉ ଅର୍ଥାତ ଶୁଭ ହେଉ କଲ୍ୟାଣ ହେଉ ‘ । ସ୍ଵସ୍ତିକ ଅର୍ଥାତ କୁଶଳ ଏବଂ କଲ୍ୟାଣ ।ସ୍ଵସ୍ତିକକୁ ଘରବାସ୍ତୁକୁ ଠିକ କରିବାପାଇଁ ପ୍ରୟୋଗ କରାଯାଏ । ସ୍ଵସ୍ତିକ ପ୍ରୟୋଗଦ୍ଵାରା ଘରେ ନକରାତ୍ମକଊର୍ଜା ବାହାରକୁ ଚାଲିଯାଇଥାଏ । ଆମେଆପଣଙ୍କୁ ଜଣେଇବୁ ସ୍ଵସ୍ତିକର ଏହିଉପାୟ ଯାହାକୁଆପଣ ବ୍ୟବହାରକରି ଆପଣଙ୍କଜୀବନରେ ସୁଖ ସମୃଦ୍ଧି ଆଣିପାରିବେ
ବାସ୍ତୁଦୋଷ ଦୂର କରିବାପାଇଁ ସ୍ଵସ୍ତିକର ଉପାୟ…ସବୁପ୍ରକାର ବାସ୍ତୁଦୋଷ ଦୂର କରିବାପାଇଁ ଘର ମୁଖ୍ୟଦ୍ବାରର ଦୁଇପାଖରେ ଅଷ୍ଟଧାତୁ ଓ ଉପରମଧ୍ୟରେ ତମ୍ବାର ସ୍ଵସ୍ତିକ ଲଗେଇବା ଉଚିତ । ଏହାଛଡା ପାଞ୍ଚଧାତୁର ସ୍ଵସ୍ତିକ ବନେଇକି ପ୍ରାଣପ୍ରତିଷ୍ଠା କରିବାପରେ ଚଉଖଟରେ ଲଗେଇବାଦ୍ଵାରା ବହୁତ ଫଳପ୍ରଦ ହୋଇଥାଏ ।
ବ୍ୟାପାରରେ ସଫଳ ହେବା ପାଇଁ ଉପାୟ…ସାତଗୁରୁବାରରେ ଇଶାନକୋଣକୁ ଗଙ୍ଗାଜଳରେ ଧୋଇ ଓ ଶୁଖିଲା ହଲଦିରେ ସ୍ଵସ୍ତିକ ବନାନ୍ତୁ ଓ ତାର ପଞ୍ଚୌପଚାର ପୂଜାକରନ୍ତୁ । ଏହାପରେ ସେଠାରେ ଅଧା ତଉଲା ଗୁଡରଭୋଗ ଲଗାନ୍ତୁ । ସେଠା ରେ ବର୍କ ପ୍ଲେସର ଉତ୍ତରଦିଗରେ ହଳଦୀର ସ୍ଵସ୍ତିକ ବନେଇବା ବହୁତ ଶୁଭ ହୋଇଥାଏ ।
ବୁ ମନସ୍କାମନା ପୂର୍ଣ ହୋଇଥାଏ…ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ସବୁ ମନୋ କାମନା ପୂର୍ଣ ହେଉ ସ୍ଵସ୍ତିକର ଏହି ଉପାୟ ଆପଣାନ୍ତୁ । ଦେବସ୍ଥାନରେ ସ୍ଵସ୍ତିକ ବନାନ୍ତୁ ଓ ତାଉପରେ ପାଞ୍ଚଧାନ୍ୟ ବା ଦୀପଲଗେଇକି ରଖନ୍ତୁ । ଏହାର ଚମତ୍କାରୀ ପ୍ରଭାବ ହେବ ଓ ଆପଣଙ୍କ ମନୋକାମନା ପୂର୍ଣହେବ ।
ନିଦଭଲ ହେବାପାଇଁ ଉପାୟ…ଏହି ସମସ୍ୟା ବହୁତ ଲୋକଙ୍କର ହୋଇଥାଏକି ରାତିସମୟରେ ନିଦ ଠିକସେ ହୋଇନଥାଏ ଓ ରାତିସାର ଆପଣ ଏପଟସେପଟ ହୋଇଥାନ୍ତି । ଯଦି ଆପଣ ଏହାକୁ ଦୂରକରିବାକୁ ଚହୁଁଛନ୍ତିତ ଶୋଇବା ପୂର୍ବରୁ ସ୍ଵସ୍ତିକ କୁ ତର୍ଜନୀରେ ବନେଇକି ଶୁଅନ୍ତୁ । ଏହିଉପାୟ କରିବାଦ୍ଵାରା ନିଦ ଭଲଆସିଥାଏ ।ଅଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟ,ମାଯୋଗମାୟା!!

Leave A Reply

Your email address will not be published.