କ୍ଷୀର ଓ ଘିଅ ଚମକାଇବ ତ୍ୱଚା

0 425

ଏକାଠି କ୍ଷୀର ଓ ଘିଅ ପିଇବାଦ୍ୱରା ତ୍ୱଚା ଚମକାଇବା ସହ ଅନେକ ଲାଭମିଳିବ ।ଆସନ୍ତୁ ଜାଣିବା କଣକଣ ଲାଭ ମିଳିବ?
କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଘିଅରେ ଭରପୁର ମାତ୍ରାରେ ଭିଟାମିନ ଏ ଓ କେ,ପ୍ରୋଟିନ ଓ ଆଣ୍ଟି-ଅକ୍ସିଡାଣ୍ଟଭଳି ପୋଷକତତ୍ତ୍ୱ ରହିଛି। ସେହିଭଳି କ୍ଷୀରରେ ଭିଟାମିନ ଡି, ପ୍ରୋଟିନ,କ୍ୟାଲସିୟମ ଆଦି ଭରପୁରମାତ୍ରାରେ ରହିଛି। ଆୟୁର୍ବେଦରେ ମଧ୍ୟ ଏହାର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି।
ଏହାକୁ ସେବନ କରିବାଦ୍ୱାରା ଶରୀରଭିତରେ ପାଚନ ଏନଜାଇମ୍ର୍ ଶକ୍ତିକୁ ଆହୁରି ବଢାଇଥାଏ। ଫଳରେ ଏହା ପାଚନତନ୍ତ୍ରକୁ ସୁସ୍ଥରଖିବା ସହ ଖାଦ୍ୟ ଭଲଭାବେ ହଜମ କରିଥାଏ।
ଘିଅ ମାନସିକ ଦୁଶ୍ଚିନ୍ତାକୁ ଦୂରକରିବା ସହ ମନ, ମସ୍ତିଷ୍କକୁ ସୁସ୍ଥ ଓ ଶାନ୍ତ ରଖିଥାଏ। ଉତ୍ତମ ନିଦ ହେବା ସହ ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଆପଣଙ୍କର ଆଣ୍ଠୁଗଣ୍ଠିଜନିତ ସମସ୍ୟା ଓ ଶରୀରରେ ଯନ୍ତ୍ରଣା ହେଉଥିଲେ ନିୟମିତ ଭାବେ ଏହାର ସେବନ କରନ୍ତୁ। କ୍ଷୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିବା ସହ ଘିଅରେ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି। ଏହା ହାଡକୁ ସୁସ୍ଥରଖି ମଜଭୂତକରିବା ସହ ଯନ୍ତ୍ରଣା ଦୂରକରିଥାଏ। କ୍ଷୀରରେ ଘିଅ ମିଶାଇ ପିଇବାଦ୍ୱାରା ଆଣ୍ଠୁଗଣ୍ଠିଯନ୍ତ୍ରଣା ଦୂର ହୋଇଥାଏ।
ଘିଅ ଓ କ୍ଷୀର ଉଭୟ ପ୍ରାକୃତିକ ମଶ୍ଚୁରାଇଜର। ଏହା ତ୍ୱଚାକୁ ସୁସ୍ଥ ରଖିବାସହ ଚମକ ବୃଦ୍ଧି କରିଥାଏ। ପ୍ରତ୍ୟେକଦିନ ସନ୍ଧ୍ୟାରେ ଏହାକୁ ମିଶାଇ ଏକାଠି ପିଇବାଦ୍ୱାରା ତ୍ୱଚା ବେଶ ନରମ,ଗୋରା ଉଜ୍ଜ୍ୱଳ କରିଥାଏ।
ନିୟମିତରାତିରେ ଏହାକୁ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂରକରିବା ସହ ଶରୀରର ଅନ୍ୟାନ୍ୟସମସ୍ୟା ମଧ୍ୟ ଦୂର କରିଥାଏ।

Leave A Reply

Your email address will not be published.