ପୋଲିସ ହାବୁଡରେ ପଡିଲେ ଦେଶୀମଦ ଚୋରା ଚାଲାଣକାରୀ

୨ ଗିରଫ,୧୬୦ ଲିଟର ଦେଶୀମଦ ଜବତ

0 319

ବାରଙ୍ଗ,୮/୯(ଏସଏସନିଉଜ)ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ପୃଥକ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ଦୁଇଜଣ ହେଲେ ବାଙ୍କୀଥାନା ରାମଚଣ୍ଡୀଗ୍ରାମର ରାହୁଲ ସାହୁ(୨୪) ଓ ଚନ୍ଦକାଥାନା ଦାରୁଠେଙ୍ଗଗ୍ରାମର ରାକେଶ ସାହୁ(୩୨)।
ପ୍ରକାଶଯେ, ଗତବୁଧବାର ରାହୁଲ ଆଠଗଡ଼ପଟୁ ବାରଙ୍ଗଅଭିମୁଖେ ଦେଶୀମଦ ନେଇ ଆସୁଥିବା ସମୟରେ ପୋଲିସ ତାକୁ ଗିରଫକରିଛି। ପୋଲିସ ତାନିକଟରୁ ଗୋଟିଏଅଖାରେ ୪ଟି ବ୍ଲାଡରରେ ଥିବା ୮୦ଲିଟର ଦେଶୀମଦ ଜବତକରିବା ସହ ମୋବାଇଲଫୋନ ଏବଂ ଏକସ୍କୁଟିଗାଡ଼ି (ଓଡି-୦୫-ବିସି- ୯୫୦୮)କୁ ଜବତ କରିଛି।ସେହିପରି ଉକ୍ତଦିନ ରାକେଶ ଗୋଟିଏଆଖାରେ ୪ଟିବ୍ଲାଡରରେ ପ୍ରାୟ ୮୦ ଲିଟରଦେଶୀମଦ ଚାଲାଣ କରୁଥିବାବେଳେ ନରାଜନିକଟରେ ପୋଲିସ ହାତରେ ଧରା ପଡ଼ିଥିଲା।ପୋଲିସ ତାନିକଟରୁ ସମସ୍ତମଦ ଜବତକରିବା ସହ ମୋବାଇଲ ଫୋନ ଏବଂ ଏକ ବାଇକ (ଓଆର -୦୨- ବିଡବ୍ଲୁ-୩୫୬୬)କୁ ମଧ୍ୟ ଜବତ କରିଛି।ଏନେଇ ବାରଙ୍ଗଥାନା ପୋଲିସ କେସ ନଂ ୨୨୯/୨୨ରେ ଏକ ମାମଲା ରୁଜ୍ଜୁକରି ଦୁଇଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ଆକାଶଚନ୍ଦ୍ରରଣା ସୂଚନା ଦେଇଛନ୍ତି।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.