୨୦୨୨ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ (ଶନିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ଦିବା ଘ୩/୪୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୩୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୦/୫୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ମିଥୁନ , ମୀନ ଓ ଧନୁ ରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ସ୍ତ୍ରୀ ତୈଳ ବର୍ଜନ ଓ ମାଛ, ମାଂସ ଦିବା ଘ୩/୪୫ ଗତେ ପାଣି କଖାରୁ ଭକ୍ଷଣ ନିଷେଧ ।
ମେଷ-ଘରେଲାଗିରହିଥିବା ଅଶାନ୍ତିଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରରଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକଶାନ୍ତି ପାଇଁ ନିଜରଭାବନାକୁ ନିୟନ୍ତ୍ରଣରେ ରଖନ୍ତୁା
ବୃଷ-ଆଜି ଆପଣଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭକରିବେ ।ଆଜିରଦିନ ବହୁତ ଖୁସିକରିବାର ଦିନ ଅଟେ । ସମୟର ତାଳେତାଳେ ଏହିସମ୍ପର୍କ ଆହୁରି ମଜବୁତ ହେବ । ଆଜିଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
ମିଥୁନ-ଆଜି ହଠାତ୍ ଆପଣଙ୍କଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜିଆପଣ ଯେତେବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେନାହିଁ ।
କର୍କଟ-ଆଜି ଅପଣଙ୍କପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇଆସିବୋ ନିଜରଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
ସିଂହ-ଆଜି ଆପଣ ଯାହାନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇ ଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
କନ୍ୟା-ଆଜି ଆପଣନିଜକୁ ଠିକଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
ତୁଳା-ଆଜି ଆପଣଙ୍କୁ ନିଜସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷାକରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।
ବିଛା-ଆଜି ଆପଣ ପରିବାରଲୋକଙ୍କ ସହିତ ସମୟକଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।
ଧନୁ-ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।
ମକର-ଆଜି ଆପଣଙ୍କଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ-ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହାପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।
ମୀନ-ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧକାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ ।
ନିତୀବାଣୀ-ଲୁଣଭଳି କଡାଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପକୃତବନ୍ଧୁ । କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ ।
ବାସ୍ତୁଟିପ୍ପଣୀ-ଜାଣନ୍ତୁ ବାସ୍ତୁଅନୁସାରେ ଘରେ ଶୁଆ ରଖିବା ଠିକ କି ଠିକ ନୁହଁ, ନିଶ୍ଚୟ ଜାଣିରଖନ୍ତୁ ଘରର ଅନେକ ସମସ୍ୟା ହେଇଯିବ ଦୁର ।
ଶୁଆ ସବୁପକ୍ଷୀ ଅପେକ୍ଷ ବୁଦ୍ଧିମାନ ହେଇଥାଏ । ଏହି କାରଣରୁ ଶୁଆ ଶୀଘ୍ର ମନୁଷ୍ୟ ର ଭାଷାକୁ ମଧ୍ୟ ବୁଝିପାରିଥାଏ । କହିବାରେ ମଧ୍ୟ ସକ୍ଷମ ହେଇଥାଏ । ଆମ ଦେଶ ରେ ଶୁଆ ପାଳିବା ବେଆଇନ ଅଟେ କିନ୍ତୁ କିଛିବିଦେଶୀ ପକ୍ଷୀ ପାଳିବାରେ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ ବାସ୍ତୁଅନୁସାରେ ଘରେ ଶୁଆପାଳିବା ଶୁଭ କି ଅଶୁଭ ଏହା ଆଜି ଆମେ ଆଲୋଚନା କରିବା ।
ଘରେ ଶୁଆପାଳିବା ଅଶୁଭ-
ଲାଲକିତାବଅନୁସାରେ ଘରେ ଶୁଆପାଳିବା ଅଶୁଭ ହେଇଥାଏ । ଅନେକ ଭଵିଷ୍ୟ ଵାକ୍ତଙ୍କ ଅନୁସାରେ ଘରେ ଶୁଆପାଳିବା ଉଚିତ ନୁହେଁ । ଶୁଆ ଓ ଶୁଆ ପରି କୌଣସି ବି ପକ୍ଷୀଙ୍କୁ ଘରେ ପିଞ୍ଜରାରେ କୈଦ କରି ରଖିବା ଉଚିତ ନୁହେଁ । ଏହା ଆପଣଙ୍କର ଦୁର୍ଭାଗ୍ୟର କାରଣ ହେଇପାରେ । ତେଣୁ ଲାଲକିତାବ ଅନୁସାରେ କୌଣସି ପକ୍ଷୀକୁ ପିଞ୍ଜରାରେ କୈଦ କରିରଖିବା ଉଚିତ ନୁହେଁ ।
ଶୁଆ ମନୁଷ୍ୟର କଥାକୁ ଅବିକଳ ନକଲ କରିଥାଏ । ଯଦି ଆପଣଘରେ କିଛି ଅପ ଶବ୍ଦର ବ୍ୟବହାର କରିଥାନ୍ତି ତେବେ ଶୁଆ ଏହାକୁ ମଧ୍ୟ ଅନୁସରଣ କରିଥାନ୍ତି । ଯାହା ଦ୍ୱାରାକି ଘରେ ନକାରାତ୍ମକ ଉର୍ଜା ଆସିଥାଏ ।
ଘରେ ଶୁଆର ଫୋଟୋ ଲଗାଇବା ହେଇଥାଏ ଶୁଭ
ଘରେ ଶୁଆପାଳିବା ଅଶୁଭ ହେଇଥାଏ, କିନ୍ତୁ ଶୁଆର ଫୋଟୋ ଲଗାଇବା ଶୁଭ ହେଇଥାଏ ଓ ଶୁଆ ହେଇଥାଏ ପ୍ରେମର ପ୍ରତୀକ ଓ ଶୁଭାଗୟର ପ୍ରତୀକ । ଯେଉଁ ଘରେ ପତିପତ୍ନୀଙ୍କର ସମ୍ପର୍କ ଭଲରହି ନଥାଏ ସେହିଘରେ ଶୋଇବାଘରେ ଆପଣ ଶୁଆଙ୍କର ଯୋଡିଥିବା ଫୋଟୋ ଲଗାଇପାରିବେ । ଏହାଦ୍ୱାରା ଦାମ୍ପତ୍ୟଜୀବନ ସୁଖମୟ ହେଇଥାଏ ।
ଘରେ ଶୁଆରଫୋଟୋ ଉତ୍ତରଦିଗରେ ଲଗାଇବା ଉଚିତ । ଏହି ଫୋଟୋକୁ ଲିଭିଂ ରୁମରେ ଲଗାଇବାଦ୍ୱାରା ରୋଗ,ନିରାଶ,ଦରିଦ୍ରତା ଓ ଦୁଃଖର ନାଶ ହେଇଥାଏ । ଯଦି ପିଲାମାନେ ପାଠପଢାରେ କମଜୋର ଅଟନ୍ତି ତେବେ ଶୁଆର ଫୋଟୋ ଘରେ ରଖିବା ଉଚିତ ।
ଯଦି ଆପଣ ଶୁଆପାଳନ କରିଛନ୍ତିାଯଦିଆପଣ ଏହିସବୁ ନିୟମବିଷୟରେ ଜାଣିନାହାନ୍ତି ଓ ଶୁଆ ପୂର୍ବରୁରଖି ଦେଇଛନ୍ତି ତେବେ ଯଥାଶୀଘ୍ର ଏହି ଶୁଆକୁ ଆପଣ ପିଞ୍ଜରାରୁ ମୁକ୍ତକରିଦିଅନ୍ତୁ ଓ ଧ୍ୟାନରଖିବେ କୌଣସି ଶୁଆ ବୁଲୁଥିବା ପରିବେଶରେ ମୁକ୍ତକରିବେ ଯାହାଦ୍ୱାରାକି ଅନ୍ୟଶୁଆଙ୍କ ସହ ମିଶିସେ ବଂଚିପାରିବ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
