ଆଜିର ରାଶିଫଳ

0 275

୨୦୨୨ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ (ସୋମବାର)ଭାଦ୍ରବ ମାସ –କୃଷ୍ଣପକ୍ଷ ,ତିଥି-ଦ୍ୱିତିଆ ଦିବା ଘ୧୧/୪୬ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୭/୪୭ ପର୍ଯ୍ୟନ୍ତ ତଦନ୍ତେ ରେବତୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୦୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୯/୧୭ ,ମିଥୁନ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଦ୍ୱିତିଆର ଏକୋଦିଷ୍ଟ ଓ ତୃତୀୟାର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବୋଇତି କଖାରୁ ଦିବା ଘ୧୧/୪୬ ଗତେ ପୋଟଳ ଭକ୍ଷଣ ନିଷେଧା
ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନପ୍ରାପ୍ତିର ସୂଚନା ମିଳୁଛି। ବିଳମ୍ବ ହେଉ ପଛେ; କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତି ପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଲୋକପ୍ରିୟତା ଅର୍ଜନ କରିବେ। ସନ୍‌ମାର୍ଗୀ ହୋଇପାରନ୍ତି। ସୁ କର୍ମରେ ଲିପ୍ତ ରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକସ୍ତରରେ ଦୃଢ଼ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ-ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନ କରିପାରନ୍ତି। କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ଅପୂର୍ବ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା-ସ୍ୱାଧୀନ ଚିନ୍ତାଧାରା ନେଇ କିିଛି କରିବା ସମ୍ଭବପର ନୁହେଁ। ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି। ସମୟଟି ସଂଘର୍ଷ ପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା-ମନବାଞ୍ଛା ପୂରଣ ହେବ। ଧନଲାଭର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟା, ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ ବ୍ୟସନ ଦ୍ୱାରା ଦିନ ବିତାଇବେ। ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେ ସୁସ୍ଥେ କାର୍ଯ୍ୟସାଧନ ହେବ। ଉଚ୍ଚସମ୍ମାନ ଲାଭ କରିବେ। ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସ ବ୍ୟସନ ପାଇଁ ନାନା ଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗ କଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ। ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ।
ବାସ୍ତୁ ଟିପ୍ପଣୀ-ଘରର କବାଟ ଓ ଝରକାର ଖୁବ ମହତ୍ତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଝରକା ଓ କବାଟ ଦେଇ କେବଳ ସୂର୍ଯ୍ୟଙ୍କ ରଶ୍ମି ପ୍ରବେଶ କରିଥାଏ ତାହା ନୁହେଁ ବରଂ ସୂର୍ଯ୍ୟଙ୍କ ରଶ୍ମି ସହ ଘରେ ସୁଖସମୃଦ୍ଧି ମଧ୍ୟ ପ୍ରବେଶ କରିଥାଏ।ଏହି କାରଣରୁ ଘରେ ଝରକା ସର୍ବଦା ବାସ୍ତୁ ଅନୁଯାୟୀ ତିଆରି କରିବା ଉଚିତ।ଝରକା ସର୍ବଦା ପଣ୍ଡିତଙ୍କ ପରାମର୍ଶ କ୍ରମେ ସଠିକଦିଗରେ ତିଆରି କରିବା ଉଚିତ।ବାସ୍ତୁ ଅନୁଯାୟୀ ଘରେ ଝରକା ସଂଖ୍ୟା ସର୍ବଦା ୨,୪,୬,୮ ଓ ୧୦ଟି ହେବା ଉଚିତ।
ରୋଷେଇଘରେ ଝରକା ରଖିବା ସର୍ବଦା ଶୁଭଙ୍କର। ତେଣୁ ରୋଷେଇଘରେ ଝରକା ତିଆରି କରନ୍ତୁ।
ଝରକା ସର୍ବଦା ଭିତରଆଡକୁ ଖୋଲିବା ଉଚିତ। ଏହାଦ୍ୱାରା ଘରେସକରାକତ୍ମକ ଶକ୍ତି ପ୍ରବେଶ କରିଥାଏ।
ଝରକା ବାହାରଆଡକୁ ଖୋଲିବାଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ମାଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଗାଧୁଆଘରେ ସର୍ବଦା ଛୋଟ ଝରକାଟିଏ ନିଶ୍ଚୟରଖନ୍ତୁ। ଏହାଦ୍ୱାରା ନକରାତ୍ମକଶକ୍ତି ସୃଷ୍ଟି ଦୂର ହୋଇଥାଏ।
ଘରର ଦକ୍ଷିଣ ପଶ୍ଚିମଦିଗରେ ଝରକା ରହିଲେ ପରିବାରସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ ଲାଗିରହିଥାଏ। ରାତିରେ ପିତା,ଦହି,ଶାଗ ଖାଇବେ ନାହିଁ ଏବଂ ପଇଡ଼ପାଣି ପିଇବେନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

Leave A Reply

Your email address will not be published.