ଆଜିର ରାଶିଫଳ

0 218

୨୦୨୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୨୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୮/୨୬ମକର ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ପୋଟଳ ଦିବା ଘ୧୦/୪୦ ଗତେ ମୂଳା ଭକ୍ଷଣ ନିଷେଧ । 
ମେଷ-ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେକଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।
ବୃଷ-ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହଁର ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ ।
ମିଥୁନ-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।
କର୍କଟ-ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ ।
ସିଂହ-ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ ।
କନ୍ୟା-ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ
ତୁଳା-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।
ବିଛା-ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।
ଧନୁ-ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷ ରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।
ମକର-ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।
କୁମ୍ଭ-ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହ ଶେଷ ରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ ।
ମୀନ-ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ ।ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରିପାରନ୍ତି ।
ନିତୀବାଣୀ-ସୁଖ” ଆଉ “ଦୁଃଖ” ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ଵ ସଦୃଶ ଏବଂ ଦୁଇଟିଯାକ ଆମକୁ ଆଗକୁ ବଢ଼ିବା ପାଇଁ ନିହାତି ଆବଶ୍ୟକ।
ବାସ୍ତୁ ଟିପ୍ପଣୀ-କେବେ ବି ଏହି ଦିଗକୁ ଗୋଡକରି ଶୁଅନ୍ତୁନାହିଁ ଆୟୁଷ କମିକମି ଯିବ…
ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗକୁ ମୁଣ୍ଡରଖି ଶୋଇବା ଶୁଭ ହୋଇଥାଏ ସେହି ବିଷୟରେ ଜାଣିନେବା-ଶୋଇବା ଆମ ଦୈନିକ ଜିବନରେ ଜରୁରୀ ଅଟେ କାହିଁକି ନା ଶରୀରକୁ ଆରାମ୍ ଦେବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଆମ ମତ୍ସିକ ପାଇଁ ଶୋଇବା ଜରୁରୀ ହୋଇଥାଏ । ସେମିତିରେ ବାସ୍ତୁଶାସ୍ତ୍ରରେ କୁହାଜାଇଛି ଶୋଇବାର ସଠିକ୍ ଢଙ୍ଗ କଣ ହୋଇଥାଏ ଏବଂ ଶୋଇବା ସମୟରେ ଆମମାନଙ୍କୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଜରୁରୀ ଅଟେ ସେହି ବିଷୟରେ ଆମେ ଆଜି ଆପଣମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ,
ବାସ୍ତୁଶାସ୍ତ୍ରଅନୁସାରେ ଉତ୍ତରଦିଗକୁ ମୁଣ୍ଡ ଏବଂ ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ୍ ନୁହେଁ , କାରଣ ଏହି ଦିଗକୁ ମୃତ୍ୟୁର ଦିଗ ବୋଲି କୁହାଯାଏ । କିନ୍ତୁ ଏହି ଦିଗ ଅନ୍ୟ କାମପାଇଁ ଶୁଭ ହୋଇଥାଏ ଯେମିତି କି ପଢିବା ଦେଖିବା ଏହି ସବୁ ପାଇଁ ଉତ୍ତରଦିଗ ବହୁତ ଶୁଭ ହୋଇଥାଏ ,ସବୁବେଳେ ମୁଣ୍ଡ ପୂର୍ବ ଏବଂ ଗୋଡ ପଶ୍ଚିମକୁ କରି ଶୋଇବା ବହୁତ ଭଲ ହୋଇ ଥାଏ । ଏହାଦ୍ୱାରା ଭଲ ନିଜ ସହିତ ଆପଣମାନଙ୍କ ଆୟୁ ବଢିଥାଏ । ଯଦିଘରେ ଏମିତି ସୁବିଧା ନାହିଁ, ତେବେ ଆପଣମାନେ ମୁଣ୍ଡ ଦକ୍ଷିଣକୁ ଏବଂ ଗୋଡ ଉତ୍ତରକୁ କରି ଆପଣମାନେ ଶୋଇ ପାରିବେ ।
ସବୁବେଳେ ଆପଣମାନେ ମନେ ରଖିବେ କି ଉତ୍ତର ଦିଗକୁ ସବୁବେଳେ ମୁଣ୍ଡ କରି ଆପଣମାନେ ପାଠ ପଢିଲେ ଆପଣମାନଙ୍କ ମୁଣ୍ଡରେ ସବୁ ପାଠପସି ଥାଏ । ନଚେତ୍ ଆପଣମାନଙ୍କ ମନ ଏଣେତେଣେ ବୁଲିଥାଏ, କେବେ ବି ପାଣିକୁ ମୁଣ୍ଡ ପାଖରେ ରଖଇ ଶୁଅନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କମନ ସବୁବେଳେ ମନଧନ ଏବଂ କାର୍ଯ୍ୟ ଉପରେ ଖାପ୍ ହୋଇଥାଏ ।
ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.