ଆଜିର ରାଶିଫଳ

0 205

ଗଜଷଷ୍ଠୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ (ଗୁରୁବାର)ଆଶ୍ଵିନମାସ –କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୧୦/୪୧ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୩୪ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୪୬/୩୦ ,ତୁଳା ଓ କୁମ୍ଭ ରାଶିର ଘାତବାର ,ମେଷ ଓ ବିଛା ରାଶିର ଘାତଚନ୍ଦ୍ର ,ଷଷ୍ଠୀର ପ୍ରାବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବେଲ ଦିବା ଘ୧୦/୪୧ ଗତେ ନିମ୍ବ ଭକ୍ଷଣ ନିଷେଧ ।
ମେଷ- ଆପଣଙ୍କଦିନ ମଙ୍ଗଳମୟହେଉ ,ଆଜିଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସିପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜଜୀବନରେ ବହୁତକିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କଦିନ ମଙ୍ଗଳମୟହେଉ , ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବାଉଚ଼ିତ୍ । ଏହା ହୁଏତ ଛୋଟଛୋଟ କଥାହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟାକରିବା ଉଚ଼ିତ୍ । ଆପଣ ବହୁତଭଲ ବିଚ଼ାରରେ ଭର୍ତିଅଛନ୍ତି କିନ୍ତୁ ଏବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣ ନିଜର ଖରାପବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜିଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜିଆପଣ ନିଜକୁନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କଦ୍ୱାରା ସୃଷ୍ଟି କରାଯାଇଛି ।
ତୁଳା-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣଙ୍କୁ ଏମିତି ଗୋଟିଏ ଜ୍ଞାନପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭହେବ । ଏହିଜ୍ଞାନ ଆପଣ ଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କଦିନ ମଙ୍ଗଳମୟହେଉ , କୌଣସି ମହତ୍ତ୍ୱପୂର୍ଣ୍ଣବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନରୁହନ୍ତୁ ଏବଂ ଠିକ୍ ଭାବରେ ନିଜରକଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କଦିନ ମଙ୍ଗଳମୟହେଉ , ପ୍ରେରଣାହିଁ ଆଜି ଆପଣଙ୍କର ମୂଳମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବାକୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କଦିନ ମଙ୍ଗଳମୟହେଉ , ଆଜିଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁକିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କଦିନ ମଙ୍ଗଳମୟହେଉ, ଆପଣ କେତେକ ପରିସୀମାପର୍ଯ୍ୟନ୍ତ ଏଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇଯାଉଛି ।
ମୀନ-ଆପଣଙ୍କଦିନ ମଙ୍ଗଳମୟ ହେଉା ଆଜିଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ,ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।
ନିତୀବାଣୀ-Pastକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ, Futureକୁ ବେଶି ଚିନ୍ତା କଲେ ମନରେ ଭୟ ସୃଷ୍ଟିହୁଏ, Presentକୁ ହସିହସି ଉପଭୋଗକଲେ ଜୀବନ ସୁନ୍ଦର ହୋଇଯାଏ ।
ବାସ୍ତୁ ଟିପ୍ପଣୀ-ଘରେ କେଉଁ ସମୟରେ ଝାଡୁ, ଲଗାଇବା ଉଚିତ…
ଶାସ୍ତ୍ରରେ ଘରର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣକଲେ ଆପଣଙ୍କର ସମସ୍ତ ଦୁଃଖ ଦୂରହେବ ତାହାଵିଷୟରେ ମଧ୍ୟ ଅନେକକଥା କୁହାଯାଇଛି । ଶାସ୍ତ୍ରଅନୁସାରେ ଘରେ ଝାଡୁ ରଖିବାର ଏକ ସଠିକ ନିୟମରହିଛି । ଜଦିଆପଣ ଏହି ନିୟମକୁ ପାଳନ କରନ୍ତି ତେବେ ଆପଣଙ୍କ ଘରେ ସୁଖଶାନ୍ତି ବଜାୟ ରହିଥାଏ । ତେବେ ଆସନ୍ତୁ ଏହିବିଷୟରେ ଅଧିକକଥା ଜାଣିବା । ଘରକୁ ସଫାରଖିବା ପାଇଁ ଆମେ ଝାଡୁର ବ୍ୟବହାର କରିଥାଉ ।
ହିନ୍ଦୁଧର୍ମରେ ଝାଡୁକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ଝାଡୁକୁ ସର୍ବଦା ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ କେହି ଯିବାଆସିବା କରୁନ ଥିବେ । କାରଣ ଝାଡୁରେ ପାଦ ବାଜିବା ଦ୍ଵାରା ମାତାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି । ଏହାଦ୍ଵାରା ଆପଣଙ୍କଘର ଉପରେ ବହୁତ ଖରାପପ୍ରଭାବ ପଡିଥାଏ । ଘରର ନାରୀ ମାନେ କେବେ ବି ଝାଡୁରେ ନିଜଗୋଡ଼ ପୋଛିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତାଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ ଓ ଆପଣଙ୍କଘରେ ଅଶାନ୍ତି ଦେଖା ଦେଇଥାଏ
ଯଦି ଆପଣଙ୍କଘରେ କୌଣସି ଛୋଟପିଲା ଝାଡୁକୁ ନିଜହାତରେ ଉଠାଉଛି ତେବେ ଆପଣ ବୁଝିଯାଅନ୍ତୁ ଯେ ଆପଣଙ୍କଘରକୁ କୌଣସି ଅତିଥି ଆସିବେ । ଏହାଆପଣଂ କୁ ଅତିଥିଙ୍କର ଆଗମନ ର ସୂଚନା ଦେଇଥାଏ । ଘରର ମହିଳାମାନେ ସର୍ବଦା ଧ୍ୟାନ ଦିଅନ୍ତୁ ଯେ ସୂର୍ଯ୍ୟାସ୍ତ ସମୟରେ କେବେ ମଧ୍ୟ ଘରେ ଝାଡୁଦିଅନ୍ତୁ ନାହିଁ । ଏହାଦ୍ଵାରା ମାତାଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଯାହାଦ୍ୱାରା ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଝାଡୁକୁ କେବେ ମଧ୍ୟ ଘର ବାହାରେ କିମ୍ବା ଛାତ ଉପରେ ରଖନ୍ତୁ ନାହିଁ । ଏପରି କରିବାଦ୍ୱାରା ଘରେ ଚୋରି ହେବାର ସମ୍ଭାବନା ଥାଏ,ତେଣୁ ଏପରି ଆଦୌ କରନ୍ତୁନାହିଁ । ଘରର କୌଣସିବ୍ୟକ୍ତି ବାହାରକୁ ଯାଉଥିବା ସମୟରେ ଘରେ ଝାଡୁ କରିବା ଉଚିତନୁହେଁ । ଏପରି କରିବାଦ୍ୱାରା ସେହିବ୍ୟକ୍ତିର ଯାତ୍ରାଅଶୁଭ ସାବ୍ୟସ୍ତ ହୋଇଥାଏ । ଭୁଲରେ ମଧ୍ୟ ରାତ୍ରିସମୟରେ ଘରେ ଝାଡୁ ଦିଅନ୍ତୁନାହିଁ । ଏପରି କରିବାଦ୍ୱାରା ଘରର ସଦସ୍ୟମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେତେବେଳେ ଆପଣ ପୁରୁଣାଘର ଛାଡ଼ି ନୂଆ ଘରକୁ ଯାଉଛନ୍ତି ସେତେବେଳେ ପୁରୁଣାଘରେ ଥିବା ଝାଡୁକୁ ନୂଆଘରକୁ ନିଅନ୍ତୁ ନାହିଁ ବରଂ ଏକ ନୂଆଝାଡୁ ନିଅନ୍ତୁ । ପୁରୁଣାଝାଡୁ ନେବାଦ୍ବାରା ଏହା ଆପଣଙ୍କ ଘରଉପରେ କୁପ୍ରଭାବ ପକାଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.