ଆଜିର ରାଶିଫଳ

0 199

୨୦୨୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖ (ଗୁରୁବାର)ଆଶ୍ଵିନମାସ–କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରି ଘ୧/୧୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୦/୩୪ ,ତୁଳା ଓ କୁମ୍ଭ ରାଶି ର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ପୋଇ ଶାଗ ରାତ୍ରି ଘ୧/୧୬ ଗତେ ବାଇଗଣ ଭକ୍ଷଣ ନିଷେଧ ,କାଳବେଳା ଓ ବାରବେଳା- ଦିବା ଘ୨/୩୯ ଗତେ ଘ୫/୩୯ ମଧ୍ୟେ ।
ମେଷ-ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାର ରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ଉପଦେଶ। ଶତ୍ରୁମାନ ଙ୍କଠାରୁ ସମ୍ଭାଳିକରି ସତର୍କ ରହିବେ। ରହସ୍ୟମୟ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୁଢ଼ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ। ସମ୍ଭବତଃ ଆଜି ଯାତ୍ରାକୁ ଟାଳନ୍ତୁ। ଯାତ୍ରାରେ ଅନପେକ୍ଷିତ ବାଧା ଆସିପାରେ। ଆଜି କୌଣସି ନୂଆକାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ହେବାର ଯୋଗ ଅଛି।
ବୃଷ-ଆଜିର ଦିନ ଶୁଭଫଳଦାୟୀ ଅଟେ। ଆଜି ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ। ମାନସିକ ପ୍ରସନ୍ନତା ଅନୁଭବ ହେବ। ପରିଜନ ତଥା ନିକଟର ଲୋକମାନଙ୍କ ସହିତ ଅଧିକ ସମୟ ବିତିବ। ସାମାଜିକ ଜୀବନରେ ଆପଣ ସଫଳତା ଏବଂ ଯଶ ପ୍ରାପ୍ତ କରିପାରିବେ। ବିଦେଶରେ କିମ୍ବା ଦୂରରୁ ଭଲ ସମାଚାର ମିଳିବାର ଯୋଗ ଅଛି। ଦାମ୍ପତ୍ୟଜୀବନରେ ମଧୁରତା ଛଲକିବ। ବୈବାହିକ ସୁଖ ମିଳିବ। ଆକସ୍ମିକ ଧନ ଲାଭ ହେବ।
ମିଥୁନ-ଆଜି ଆପଣଙ୍କ ଦିନ ବହୁତ ଭଲରେ ବିତିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ। ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ। ନହେଲେ କାର୍ଯ୍ୟ ବିଗିଡ଼ି ପାରେ। ସହକର୍ମିମାନଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ।
କର୍କଟ-ଆଜିର ଦିନ ଆପଣଙ୍କୁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ରହିବ। ମାନସିକ ଖିନ୍ନତା ହୋଇପାରେ। ପେଟର ଯନ୍ତ୍ରଣା, ବିଶେଷକରି ପେଟବ୍ୟଥା, ଅଜୀର୍ଣ୍ଣ ପରି ବ୍ୟାଧିରେ ଆପଣ ଚିନ୍ତିତ ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ପ୍ରିୟପାତ୍ରଙ୍କ ହୃଦୟକୁ ଚୋଟ ପହଁଚି ପାରେ କିମ୍ବା ନ କହିବାର ପ୍ରସଂଗ ଉପସ୍ଥିତ ହୋଇପାରେ। ଅଧିକ କାମୁକତା ଆପଣଙ୍କ ମାନଭଙ୍ଗର କାରଣ ନବନୁ ଏହାର ବିଶେଷ ଧ୍ୟାନ ରଖିବେ। ସମ୍ଭବତଃ ଯାତ୍ରା ଟାଳିବେ।
ସିଂହ-ଆଜି ଦିନ ଅଧିକ ଭଲ ନୁହେଁ। ଆପଣଙ୍କୁ କିଛି ଅସୁବିଧାର ସାମନା କରିବାକୁ ପଡ଼ିପାରେ। ପରିଜନମାନଙ୍କର ସହିତ ବାଦ-ବିବାଦ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିକରି ଆପଣ ନିଜେ ଦୁଃଖୀ ହେବାରୁ ନିଜକୁ ବଞ୍ଚାଇ ପାରନ୍ତି। ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ମନ କିଛି ଅଧିକ ବ୍ୟଗ୍ର ହୋଇପାରେ। ନକାରାତ୍ମକ ବିଚାର ଆପଣ ହଇରାଣ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ନିଦରେ ବାଧା ଉତ୍ପନ୍ନ ହୋଇପାରେ। ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି। ପାଣିକୁ ସମ୍ଭାଳି କରି ରୁହନ୍ତୁ। ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇନପାରେ। ଚାକିରିପେଶା ଲୋକମାନଙ୍କୁ କିଛି ସମସ୍ୟା ହୋଇପାରେ। ଜମି ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
କନ୍ୟା-ଆଜି ଆପଣଙ୍କୁ କୌଣସି କାର୍ଯ୍ୟରେ ବିନା ଭାବି ବିଚାରି ଭାଗ ନେବାକୁ ମନା। ସାଥିମାନଙ୍କ ସହିତ ଭଲ ଭାବରେ ସମୟ କଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହୋଇଯିବେ। ମିତ୍ରମାନଙ୍କ ଏବଂ ପ୍ରିୟଜନମାନଙ୍କ ସହିତ ଭେଟ ହେବ। ଭାଇ ଭଉଣୀମାନଙ୍କ ଠାରୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଆପଣ ସାମନା କରି ପାରିବେ। ଗୁଢ଼ ରହସ୍ୟମୟ ଆଧ୍ୟାତ୍ମିକ କଥାଗୁଡ଼ିକରେ ସିଦ୍ଧି ମିଳିବ।
ତୁଳା-ଆଜି ଆପଣଙ୍କ ମନ ଦ୍ୱନ୍ଦ୍ୱରେ ରହି ପାରେ ନିର୍ଣ୍ଣୟ ନ ନେଇପାରିବାରୁ ପରିଣାମ ସ୍ଵରୂପ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ଆପଣଙ୍କପାଇଁ ହିତକର ନୁହେଁ। ଆଜି ଆପଣଙ୍କ ସମ୍ବନ୍ଧରେ ଔପଚାରିକତା ରଖିବେ। ନହେଲେ ମନମାଳିନ୍ୟ ହେବାର ସମ୍ଭାବନା ଅଛି। ବ୍ୟବହାରରେ ଜିଦ ଛାଡ଼ିବା ଭଲ ହେବ। ଯାତ୍ରା ନ କରିବା ହିତକର। ଆର୍ଥିକ ଲାଭ ହେବ। ପରିଜନମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ନ୍ତୁ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟରେ ଆଜି ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ବିଛା-ଆଜିର ଦିନ ସାମାନ୍ୟ ଅଟେ। ମନରେ ପ୍ରସନ୍ନତା ରହିବ ତଥା ସୁଖ ଏବଂ ଆନନ୍ଦର ପ୍ରାପ୍ତି ହେବ। ପରିଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କଠାରୁ ଉପହାର ମିଳିବାରୁ ମନ ଅତି ପ୍ରସନ୍ନ ରହିବ। ପ୍ରିୟଜନମାନଙ୍କ ସହିତ ଭେଟ ସଫଳ ରହିବ। ଶୁଭ ସମାଚାର ପ୍ରାପ୍ତି ହେବ। ଆନନ୍ଦଦାୟକ ଯାତ୍ରାର ସମ୍ଭାବନା ଅଛି। ଉତ୍ତମ ବୈବାହିକ ସୁଖର ଅନୁଭୂତି ହେବ।
ଧନୁ-ଆଜିର ଦିନ କିଛି କଷ୍ଟଦାୟକ ହେବ, ଟିକେ ସମ୍ଭାଳି କରି ଚାଲିବେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଉପସ୍ଥିତ ହୋଇପାରେ। ସ୍ଵଭାବରେ ଉଗ୍ରତା ତଥା ଆବେଶ ହେବା କାରଣରୁ କୌଣସି ବିବାଦ ନ ହେଉ ଏହି କଥା ଉପରେ ବିଶେଷରୂପେ ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ଦୁର୍ଘଟଣାର ଆଶଙ୍କା ଅଛି ସମ୍ଭାଳିକରି ଚାଲିବେ। ଧନର କିଛି ଅଧିକ ବ୍ୟୟ ହେବ। କୋର୍ଟ-କଚେରୀର ବିଷୟଗୁଡ଼ିକରେ ସାବଧାନରେ ପଦକ୍ଷେପ ଉଠାଇବେ। ବ୍ୟର୍ଥ କାର୍ଯ୍ୟଗୁଡ଼ିକରେ ଶାନ୍ତି ନଷ୍ଟ ହୋଇପାରେ।
ମକର-ସାମାଜିକ କାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ଲାଭ ହେବ କାରଣ ବିବିଧ କ୍ଷେତ୍ରରେ ଲାଭ ହେବାର ଆଜି ଯୋଗ ଅଛି। ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ଭେଟ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହେବ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନ ଉପରେ ଆଜି କମ ପ୍ରୟାସରେ ସଫଳତା ମିଳିପାରେ। ଶୁଭ ପ୍ରସଂଗର ଆୟୋଜନ ହେବ। ପରିବାରର ସହଯୋଗ ପ୍ରାପ୍ତ ହେବ। କୌଣସି ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ।
କୁମ୍ଭ-ଆଜି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥତି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଖ କାର୍ଯ୍ୟର ପ୍ରଶଂସା ହେବ। ଯାହା କି ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। କାର୍ଯ୍ୟାଳୟରେ ସାଥୀ-କର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ ଦେବେ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ପ୍ରବାସ କରି ପାରିବେ। ଆଜି ସମ୍ପୂର୍ଣ୍ଣ ଦିନରେ କାର୍ଯ୍ୟ ସଂପନ୍ନ ହେବାରେ ସରଳତା ଅନୁଭବ ହେବ ଏବଂ ସେହି କାର୍ଯ୍ୟରେ ଲାଭ ମଧ୍ୟ ହେବ।
ମୀନ-ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଦରାର ନ ପଡୁ ଏହି କଥାର ଧ୍ୟାନ ରଖିବାପାଇଁ ଉପଦେଶ। ଶାରୀରିକ ଶିଥିଳତା ଏବଂ ମାନସିକ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ। ବୈଚାରିକ ସ୍ତରରେ ନକାରାତ୍ମକତାକୁ ଦୂର କରିବେ ତଥା ମାନସିକ ରୂପରେ ସୁସ୍ଥ ହେବାପାଇଁ ପ୍ରୟାସ କରନ୍ତୁ। ଯାତ୍ରା ସଫଳ ହେବ। ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ଅବରୋଧ ଆସିବାର ସମ୍ଭାବନା ଅଛି।
ନିତୀବାଣୀ-କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ,ନା ମନ ଖୋଲି କାନ୍ଦି ହୁଏ କେବଳ ସେଇ ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡ଼େ ।
ବାସ୍ତୁ ଟିପ୍ପଣୀ-ବାସ୍ତୁ ଅନୁସାରେ ଘରେ ଶୋଇବା ଖଟ କେଉଁ ଦିଗରେ ରହିବା ଉଚିତ..
ଆପଣଙ୍କ ଶୋଇବାଖଟ ଏକ ଏପରିସ୍ଥାନ ହୋଇଥାଏ ଯେଉଁଠି ଆପଣ ନିଜର ଦିନସାରାର ଥକାପଣ ମିଟାଇଥାନ୍ତି ଏବଂ ସକାଳେଉଠି ନୂତନ ଉର୍ଜା ପ୍ରାପ୍ତକରିଥାନ୍ତି କିନ୍ତୁ ଏହା ସେତେବେଳେ ସମ୍ଭବ ଯେବେ ଆପଣଙ୍କ ଖଟ ବାସ୍ତୁନିୟମର ବିପରୀତ ହୋଇନଥିବ।ଭୁଲଜାଗାରେ ରଖାଯାଇଥିବା ଖଟରେ ସୋଇଲେ ଠିକସେ ନିଦନ ଆସିବା ସହିତ ମାନସିକରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ।ଯଦି ଏଠାରେ ପତିପତ୍ନୀ ଶୋଇଥାନ୍ତି ତାହେଲେ ତାଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖା ଯାଇଥାଏ।ଜୀବନ ସୁଖମୟ ହେଉ ଏଥିପାଇଁ ସବୁଠୁ ଜରୁରୀକି ଶୋଇବା ଖଟର ଚୟନ ଠିକ ଭାବରେ ହଉ।ଏହାସହିତ ଏହାର ଦୀଗ,ଚଦରର ରଙ୍ଗ ଏବଂ ଗଦି ଆଦିର ଠିକ ହେବା ଆବଶ୍ୟକ ହୋଇଥାଏ। ଆସାନ୍ତୁ ଜାଣିବା ଏହାର ବାସ୍ତୁନିୟମ ବିଷୟରେ।
ଶୋଇବାଖଟର ଦୀଗ ଏମିତି ଭାବରେ ରଖନ୍ତୁ ଯେମିତି ତାହା ୱାରେ ଶୋଇଲା ପରେ ମୁଣ୍ଡ ପଶ୍ଚିମ ଅଥବା ଦକ୍ଷିଣଦୀଗ ଆଡକୁ ରହିବ।ଏହିଭଳିଶୋଇଲେ ଦିନରେ ଉଠିବାସମୟରେ ମୁଖ ଉତ୍ତର କିମ୍ବା ପୂର୍ବ ଆଡକୁ ରହିବ।ପୂର୍ବଦୀଗ ସୂର୍ଯ୍ୟୋଦୟର ଦିଗ ହୋଇଥାଏ ଏବଂ ଏହା ଜୀବନଦାତା ଏବଂ ଶୁଭ ଅଟେ।ଉତ୍ତର ଦିଗ ଧନପତି କୁବରଙ୍କର ମଣାଯାଇଛି।ଶୋଇବା ଗୃହର ଦ୍ୱାରା ସାମ୍ନାରେ ଖଟ ରଖିବା ବାସ୍ତୁ ସମ୍ମତ ହୋଇନଥାଏ।ଏହା ଫଳରେ ଆର୍ଥିକ ସମସ୍ୟା ଏବଂ ରୋଗ ହେବାର ସମ୍ଭାବନା ରହିଥାଏ।ବାସ୍ତୁ ଅନୁସାରେ ଆପଣଙ୍କ ଖଟର ଠିକ ସାମ୍ନାରେ ଆଇନା ରହିବା ଉଚିତ ନୁହଁ।ଏହା ପତିପତ୍ନୀଙ୍କ ସମ୍ବନ୍ଧରେ ଖରାପ ପ୍ରଭାବ ପକାଇଥାଏ।ଯଦି ଏହିଭଳି ଆଇନା ରହିଛି ତାହେଲେ ତାହା ଉପରେ କପଡା ପକାଇ ଶୁଅନ୍ତୁ।
ବେଡ଼ରୁମରେ ଖଟ ଲୁହାର କିମ୍ବା ଆକାରରେ ଧନୁସାକାର,ଅର୍ଦ୍ଧାଚନ୍ଦ୍ରକାର ଏବଂ ବୃତ୍ତାକାର ହବା ଉଚିତ ନୁହଁ।ଏହା ଫଳରେ ସୋଇବାରେ ସମସ୍ୟା ଏବଂ ବ୍ୟାକୁଲତା ବଢ଼ିଥାଏ।ବାସ୍ତୁ ଅନୁସାରେ ଆପଣଙ୍କ ଖଟର ବିସ୍ତର ଆରାମଦାୟକ ହେବା ଉଚିତ।ଯଦି ଏମିତି ନ ହୁଏ ତାହେଲେ ନିଦ ଠିକସେ ଆସିନଥାଏ ଯଦି ନିଦ ଆସେ ତାହେଲେ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ।
ଏହାର ସବୁବେଳେ ଧ୍ୟାନ ରଖନ୍ତୁ ଆପଣଙ୍କ ଖଟର ଉଚ୍ଚତା ନାହିଁ ଅଧିକ ନାହିଁ କମ ହେବା ଉଚିତ।ଖଟର ତଳେ ମଧ୍ୟ ଉର୍ଜା ନିରନ୍ତର ରହିଥାଏ ଯାହା ଆପଣଙ୍କ ଶରୀରରେ ସବୁବେଳେ ଚାଲିଥାଏ।ତାହାକୁ ଗ୍ରହଣ କରିବା ପାଇଁ ଏହାର ଉଚ୍ଚତା ବ୍ୟବସ୍ଥିତ ରହିବା ଉଚିତ।ଖଟ ତଳେ ଭାରି ଜିନିଷ ରଖିବା ଉଚିତ ନୁହେଁ।ଯଦି ଆପଣ ଏହା ରଖନ୍ତି ତାହେଲେ ନକାରତ୍ମକ ଉର୍ଜା ଶରୀରରେ ବଢିଯିବ ଏବଂ ଭଲ ଉର୍ଜା ଆପଣଙ୍କୁ ମିଳିବନି।
ସକାରତ୍ମକ ଉର୍ଜାରୁ ଆପଣଙ୍କୁ ଶକ୍ତି ମିଳିଥାଏ ଏବଂ ସକାଳେ ଆପଣ ଯେବେ ସୋଇକରି ଉଠନ୍ତି ସେତେବେଳ ବହୁତ ଆରାମ ଅନୁଭବ କରିଥାନ୍ତି।ଭଲ ଏବଂ ଆରାମଦୟକ ନିଦ ପାଇଁ ଆବଶ୍ୟକ ଅଟେ କି ଆପଣଙ୍କ ଖଟସଫା ରହିବା।ଚଦର ଫଟା ଏବଂ ମଇଳା ଯେମିତି ନହୁଏ।ଏହା ବସ୍ତୁଦୋଷକୁ ବଢାଇଥାଏ।ଆପଣଙ୍କର ଯଦି ଡବଲବେଡ଼ ହୋଇଥାଏ ତହେଲେ ଚେଷ୍ଟାକରନ୍ତୁ ସେଠାରେ ଲାଗିଥିବା ଗଦି ଗୋଟେ ହି ହଉ।ଏହାଫଳରେ ଖଟମଝିରେ ଫାଟ ହୋଇଥାଏ, ଯାହାଫଳରେ ପତିପତ୍ନୀଙ୍କର ସମ୍ବନ୍ଧରେ ଫାଟ ସୃଷ୍ଟିକରେ।ଧ୍ୟାନରଖନ୍ତୁକି ଉତ୍ତରଦିଗ ଆଡକୁ ମୁଣ୍ଡକରି ଶୋଇବା ଉଚିତନୁହଁ।ଏହିଦିଗକୁ ମୁଣ୍ଡକରି ଶୋଇଲେ ନିଦ ଆସେନାହିଁ ଏବଂ ଯଦି ଆସେ ତାହେଲେ ଖରାପ ସ୍ୱପ୍ନ ଆସିଥାଏ।ଯଦି ଘରେ ଏକ ତାଲାରୁ ଅଧିକ ହୋଇଥାଏ ତାହେଲେ ଘରମାଲିକର ଶୋଇବାଘର ଉପରେ ରହିବା ଉଚିତ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.