ବାରଙ୍ଗ,୨୧/୯(ଏସଏସନିଉଜ)ବାରଙ୍ଗଥାନା ପୋଲିସ ମଙ୍ଗଳବାର ରାତିରେ ଦେଶୀମଦ ଆସୁଥିବାର ଖବରପାଇ ନରାଜ ନଦୀବନ୍ଧରେ ନାକ ଲଗାଇଥିଲେ ।କିଛିସମୟ ପରେ ଏକ ଧଳାରଙ୍ଗର ମାରୁତିକାର ଦ୍ରୁତଗତିରେ ଆସୁଥିବାରୁ ତାକୁ ରୋକିଥିଲେ ।କିନ୍ତୁ କାରଟି ପଳାଇଯିବାକୁ ଚେଷ୍ଟାକରୁଥିବାବେଳେ ପୋଲିସ ଗାଡିଟିକୁ କାବୁ କରି ତଲାସ କରିଥିଲା ।ତଲାସ ବେଳେ ଗାଡିର ପଛସିଟରେ ଥିବା ୧୨ଟିବ୍ଲାଡରରେ ୨୪୦ଲିଟର ରନ୍ଧାଦେଶୀମଦ କୁ ଜବତ କରିବା ସହ ଚୋରାଚାଳଣକରୁଥିବା ଦୁଇଜଣଙ୍କୁ ଗିରଫ କରିଥିଲା ।ତାଙ୍କଠାରୁ ଦୁଇଟି ମୋବଇଲଫୋନ ଜବତ କରିଥିଲା । ଗିରଫହୋଇଥିବା ଦୁଇଜଣ ହେଲେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ଗଦାଧରଦେଉରୀ ଓବିଝାଂରପୁରଗାଁର ବିଚିତ୍ର ବେହେରା ।୨୪୬/୨୨ କେଶନଂରେ ଏକ ମକଦ୍ଦମା ରୁଜୁକରି ପୋଲିସ ବୁଧବାରଦିନ ସେମାନଙ୍କୁ କୋର୍ଟଚାଳଣ କରିଛି । ପୋଲିସକୁ ଚକମା ଦେବାପାଇଁ ଚୋରାମଦବେପାରୀମାନେ ଚୋରାମଦଚାଳଣ ପାଇଁ ଦାମୀଗାଡିର ବ୍ୟବହାର କରୁଥିବାର ଜାଣିବାକୁ ପାଇବାପରେ ବାରଙ୍ଗ ପୋଲିସ ଏହାଭିତରେ ୧୦ଟି ଦୁଇଚକିଆଗାଡି ଓ ୬ଟି ଚାରିଚକିଆଗାଡି ଦେଶୀମଦ ଚୋରାଚାଳଣ ବେଳେ ଜବତ କରିଥିବାର ଥାନାଅଧିକାରୀ ଆକାଶଚନ୍ଦ୍ରରଣା କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)
