୬ଟି ସ୍ପିଡ୍ ବାଇକ ଜବତ କଲା ପୋଲିସ

0 153

ଜଟଣୀ,୨୧/୦(ଏସଏସନିଉଜ) ମଧୁସୁଧନନଗରର ଦିଲିପକୁମାର ଭୁଜବଳ ନାମକ ବ୍ୟକ୍ତି ତାଙ୍କର ଓଆର୦୨-ବିୱାଇ-୫୫୬୫ନଂ ବୋଲେରୋ ଗାଡି ଚୋରୀ ହୋଇଯାଇଥିବାର ଜଟଣୀଥାନାରେ ଲିଖିତ ଅଭିଯୋଗ କରିଥିଲା ।ପୋଲିସ୧୮୧/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଚୋରୀବୋଲେରୋକୁ ପାଇଯାଇଥିଲେ ମଧ୍ୟ ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ମୁସ୍ତାକ୍ ଓ ବିଶ୍ୱଜିତ୍ ପାଲଟାସିଂହ ନାମକ ଯୁବକଖସିପଳାଇଥିଲେ ।ଏମାନଙ୍କୁ ଧରିବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିବାବେଳେ ପୋଲିସ ଜାଲରେ ଏମାନେ ପଡିଯାଇଥିଲେ ।ପୋଲିସ ଏମାନଙ୍କଠାରୁ ୬ଟି ସ୍ପିଡ୍ ବାଇକ ଓ ଗୋଟିଏ ମୋବଇଲଫୋନ ଜବତ କରି କୋର୍ଟଚାଳଣ କରିଛି ।ଏମାନେ ୨୦ରୁ ଅଧିକ ଜଘନ୍ୟ ଅପରାଧ ମାମଲାରେ ସମ୍ପୃକ୍ତଥିବାର ପୋଲସି ଜାଣିବାକୁ ପାଇଛି । ବୋମା ବିସ୍ଫୋରଣ ମାମଲା, ଡକାଏତ ମାମଲା, ଚାରିଚକିଆ ଓ ବାଇକଚୋରି ମାମଲା, ଚୋରିମାମଲା, ବଳାତ୍କାରମାମଲା, ଅପହରଣ ଆଦି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ଅନସନ୍ଧାନ ବେଳେ ଜଣିବାକୁ ପାଇଛି ।

Leave A Reply

Your email address will not be published.