ଏନଡିଆରଏଫରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦଘାଟିତ

0 206

ବାରଙ୍ଗ,୨୧/୯(ଏସଏସନିଉଜ)ଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମୁଣ୍ଡଳୀ ଏନଡିଆରଏଫର ତୃତୀୟ ବ୍ୟାଟାଲିଅନ୍ ପରିସରରେ ବୁଧ ବାର ଦିନ ଉଦଘାଟିତ ହୋଇଯାଇଛି।୨୮ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଏନଡିଆର ଏଫର ତୃତୀୟ ବ୍ୟାଟାଲିଅନ୍ ର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହି ପ୍ରତି ଯୋଗିତାରେ ଏନଡିଆର ଏଫର ତୃତୀୟ ବାଟାଲିୟନ, ତାମିଲନାଡୁ ଆରାକୋନାମ୍ ର ଚତୁର୍ଥ ବାଟାଲିୟନ, ମହାରାଷ୍ଟ୍ର ପୁନେର ପଞ୍ଚମ ବାଟାଲିୟନ, ଆନ୍ଧ୍ରପ୍ରଦେଶ ବିଜୟ ୱାଡାର ଦଶମ ବିଏନ୍ ର ଯବାନଙ୍କ ମିଶାଇ ୧୧୦ ଜଣ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି ବୋଲି କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା କହିଛନ୍ତି।

Leave A Reply

Your email address will not be published.