ଆଜିର ରାଶିଫଳ

0 205

ଶ୍ରୀଦୁର୍ଗାଦିବ୍ୟା ନବଦିନାତ୍ମକ ପୂଜାରମ୍ଭ ଓ ଶ୍ରୀ ବିରଜା ଦେବୀ ଙ୍କ ରଥଯାତ୍ରା,୨୦୨୨ ମସିହା ସେପ୍ଟେମ୍ବର ମାସ ୨୬ ତାରିଖ (ସୋମବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ରାତ୍ରି ଘ୩/୧୮ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୬/୩୬ମିଥୁନରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପାଣି କଖାରୁ ଭକ୍ଷଣ ନିଷେଧା
ମେଷ-ଚାକିରି କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦ ରୁ ଦୂରେଇ ରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ-ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।
ମିଥୁନ-କିଛି ବିଶେଷ କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ-ଆପଣଙ୍କୁ ଯାହା ଆବଶ୍ୟକ ଥିଲା ତାହା ପାଖଲୋକଙ୍କ ମାଧ୍ୟମରେ ପାଇ ଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ-ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ବିବାଦରୁ ଦୂରରେ ରହନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠି ପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ଲାଗି ଦିନଟି ଭଲ ରହିବ।
ବିଛା-ଦୀର୍ଘଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତା ମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକ ଲାଭର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ-ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।
ମୀନ-ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କ ସହିତ ନୂଆକାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ନିତୀବାଣୀ-କୌଣସି ବ୍ୟକ୍ତି ଆମର ବନ୍ଧୁ କିମ୍ବା ଶତ୍ରୁ ହୋଇ ଦୁନିଆକୁ ଆସି ନ ଥାନ୍ତି,ଆମର ବ୍ୟବହାର ଏବଂ କଥା କହିବା ଶବ୍ଦ ହିଁ ଲୋକଙ୍କୁ ବନ୍ଧୁ ଏବଂ ଶତ୍ରୁ କରାଇ ଥଏ ।
ବାସ୍ତୁ ଟିପ୍ପଣୀ-ଆପଣ କଣ ଶେଯରେ ବସି ଖାଉଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଶେଯରେ ବସି ଖାଇଲେ କିଭଳି ଦେଖାଯାଏ ସମସ୍ୟା…
ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ନିୟମମାନ କୁହାଯାଇଛି ଯାହାଦ୍ଵାରା ଆପଣମାନେ ଜାଣି ଥିବେ କି ଆମ ଘରର କେଉଁ ଜିନିଷ କେଉଁ ଜାଗାରେ ରହିଥାଏ ଏହାକୁ ଆମେ ଜାଣି ଥାଉ । କିନ୍ତୁ ଦେଖିବା ପାଇଁ ଯିବାତ ଏହାକୁ ଅନେକଲୋକ ମାନିନଥାନ୍ତି, କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି ବୋଲିକୁହାଯାଏ । ଆଜି ଆମେ ଏହି ବିଷୟରେ ଚର୍ଚ୍ଚା କରିବା । ଆପଣମାନେ ଜାଣିଥିବେ କି ହିନ୍ଦୁସାତ୍ର ଅନୁସାରେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣିପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମର ଯେଉଁ ନିୟମ ମାନ ଲେଖା ହୋଇଛି ।
ହିନ୍ଦୁଶାସ୍ତ୍ର ଅନୁସାରେ ଏହା ସତ ହୋଇଥାଏ । ଏହାର କିଛି ଉଦାହରଣ ଭଳି ଆମେ କହିବା ପାଇ ଯାଉଛୁ । ଯେଉଁକଥାକୁ ଅନେକବର୍ଷ ପୂର୍ବେ ରୁଷି ମୁନିମାନେ କହି ଯାଇଛନ୍ତି ସେହିକଥା ଏବେ ଆମକୁ ବିଜ୍ଞାନ କହୁଛି । ଆପଣମାନେ ଜାଣିଥିବେ କି ଆଗରୁ ଲୋକମାନେ ତଳେ ବସିକି ଖାଇବା ଖାଉଥିଲେ, କିନ୍ତୁ ଏବେସବୁ ଉପରେ ବସିକି ଖାଇବା କହୁଛନ୍ତି ।
କିଛି ଲୋକମାନେ ତଳେ ବସିକି ଖାଇବାଦ୍ଵାରା ଶରୀର ଓ ପୃଥିବୀର ଏକ ମିଳନ ହେଉଥିଲା ଯାହାଦ୍ଵାରା ଆମ ଶରୀରରେ ଶକ୍ତି ସଞ୍ଚରଣ ହେଉଥିଲା କିନ୍ତୁ ଏହା ଏବେ ହୋଇପାରୁନି, ସେହିପାଇଁ ବୋଧେ ହୁଏ ଆଗଅପେକ୍ଷା ଏବେକାର ଲୋକମାନେ ଅଧିକ ଦିନ ବଞ୍ଚି ପାରୁନାହାଁନ୍ତି ।ଏକ ସମୟ ଆସିବାପରେ ସେମାନଙ୍କୁ ରୋଗ ମାଡିବସୁଛି ।ଯାହାଦ୍ଵାରା ସେମାନେ ଏହାକୁ ସଜ୍ୟ ନକରିପାରି ଖୁବ କମ ସମୟରେ ଦୁନିଆରୁ ବିଦାୟ ନେଇ ଯାଉଛନ୍ତି । ଏହାକୁ ଆଧାର କରି କୁହାଯାଇଛି କି ଭୋଜନ ଗ୍ରହକୁ କେବେହେଲେ ଶୈାଚାଳୟ ପାଖରେ ରଖିବା କଥାନୁହେଁ । ଏହାସହ ଏହାକୁ କେବେହେଲେ ଆମେ ଆମ ଘରପାଖରେ ରଖିବା କଥାନୁହେଁ । ଏହାସହ ଭୋଜନ କରିବା ବେଳେ ସବୁବେଳେ ପୂର୍ବ କିମ୍ବା ଦକ୍ଷିଣ ଦୀଗକରି ଖାଇବା କଥାା ଏହିଦିଗକୁ ମୁହଁକରି ଭୋଜନ କରିବାଦ୍ଵାରା ସବୁବେଳେ ସମୟ ଖୁବ ଭଲରହିବା ସ୍ୱାସ୍ଥ୍ୟ ମଧ୍ୟ ଭଲରହିବ । ଆପଣମାନେ ଏହା ମଧ୍ୟ ଜାଣିଥିବେ କି ଏହି ନିୟମ ମାନିଲେ ଆପଣଙ୍କର ହିଁ ଶୁଭହୋଇ ଥାଏ ।
ଏହାସହ ଯେଉଁମାନଙ୍କ ମାତାପିତା ବଞ୍ଚିଛନ୍ତି ସେମାନେ କେବେହେଲେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା କଥାନୁହେଁ, ସେମାନେ ପଶ୍ଚିମଦିଗକୁ ମୁହଁକରି ଖାଇବାକଥା । ଭୋଜନ କରିବା ଆଗରୁ ହାତମୁହଁ ଧୋଇକି ଆପଣ ଖାଇବା ଖାଆନ୍ତୁ । କିଛି ଲୋକମାନେ ନିଜ ବିଛଣାରେ ବସିକି ଖାଇଥାନ୍ତି । ଏହା କରିବାଦ୍ଵାରା ରାହୁ ଓ କେତୁ ମଧ୍ୟ ଖରାପ ପ୍ରଭାବ ପକାଇଥାନ୍ତି । ଏହାମଧ୍ୟ କୁହାଯାଇଛି କି ଖାଇବାରେ ଅଇଁଠାକୁ ଛାଡି ଆପଣ କେବେହେଲେ ଯାଅନ୍ତୁନି । ଏହା ଖରାପ ପ୍ରଭାବ ଆଣିଥାଏା ଆପଣ ଦରିଦ୍ର ହେବାର ବାଟ ଖୋଲି ଯାଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ ।!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟମାଯୋଗମାୟା!!

Leave A Reply

Your email address will not be published.