ଆଜିର ରାଶିଫଳ

0 187

୨୦୨୨ ମସିହା ସେପ୍ଟେମ୍ବର ମାସ ୨୭ ତାରିଖ (ମଙ୍ଗଳବାର)ଆଶ୍ଵିନମାସ–ଶୁକ୍ଳପକ୍ଷ ,ତିଥି-ଦ୍ୱିତିଆ ରାତ୍ରି ଘ୨/୩୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୫/୪୨ ,ମକରରାଶିର ଘାତବାର ,ଦ୍ୱିତିଆର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ ।
ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ।
ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସି ଲାଗି ଧ୍ୟାନ ଦେବାକୁ ହେବ। ଛାତ୍ରଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ।
ମିଥୁନ-ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।
କର୍କଟ-ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା ଅଛି। ବ୍ୟାଙ୍କରେ ଅର୍ଥ କାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
କନ୍ୟା-ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କ ବାଲାନ୍ସା ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।
ତୁଳା-ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
ବିଛା-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଅଧୁରା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ।
ଧନୁ-କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।
ମକର-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।
କୁମ୍ଭ-ମସ୍ତିଷ୍କରେ ଘୂରିବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।
ମୀନ-ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ।
ନିତୀବାଣୀ-ଅତି ଆପଣାର ଲୋକଙ୍କୁ ପାଖରେ ପାଇଲେ ସ୍ୱର୍ଗଟା ହାତ ମୁଠାରେ ପରି ଲାଗେ କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡେଇ ଦେଲେ ବଞ୍ଚିଥାଉ ଥାଉ ମଲା ପରି ଲାଗେ।
ବାସ୍ତୁଟିପ୍ପଣୀ-ଭୁଲରେ କେବେ ବି କେଉଁ ଜିନଷକୁ ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ, ନହେଲେ ସବୁବେଳେ ଦେଖାଦେବ ଆର୍ଥିକ ସମସ୍ୟା ।
ବାସ୍ତୁଶାସ୍ତ୍ରର ଜୀବନରେ ବିଶେଷ ମହତ୍ବ ରହିଛି। ବାସ୍ତୁ ମଣିଷର ଜୀବନକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାଏ। ଘରର ଦିଗ ଓ ଘରେ ରଖାଯାଇଥିବା ବସୁ ଜିନିଷର କିଛି ନା କିଛି ଅର୍ଥ ନିଶ୍ଚୟ ରହିଥାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ରଖା ଯାଇଥିବା କିଛି ଜିନିଷ ବାସ୍ତୁ ଦୋଷର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ ମୁଣ୍ଡ ଉପରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ।
ବହି କିମ୍ବା ମାଗାଜିନ୍: ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ନ୍ୟୁଜପେପର ଓ ମାଗାଜିନ୍ ଆଦି ଜିନିଷ ରଖନ୍ତୁ ନାହିଁ। ଏଭଳି କରିବା ଫଳରେ ଜୀବନରେ ନକାରତ୍ମକ ଫଳ ମିଳିଥାଏ। ଜୀବନରେ ଅନେକ ସମସ୍ୟା ଦେଖାଦିଏ।
ପାଣି ବୋତଲ: ମୁଣ୍ଡ ପାଖରେ ପାଣି ଭର୍ତ୍ତି ପାତ୍ର କିମ୍ବା ବୋତଲ ରଖନ୍ତୁ ନାହିଁ। କାରଣ ଏହାଦ୍ବାରା ଚନ୍ଦ୍ର ଗ୍ରହ ପ୍ରଭାବିତ ହୋଇଥାଏ, ଯାହାକ ମାନସିକ୍ ରୋଗର ବିପଦ ସୃଷ୍ଟି କରେ।
ପର୍ସ: ମୁଣ୍ଡପାଖରେ କିମ୍ବା ତକିଆ ତଳେ ପର୍ସ ରଖି ଶୋଇବା ଉଚିତ୍ ନୁହେଁ। ଏଭଳି କଲେ ଜୀବନରେ ଆର୍ଥିକ ସମସ୍ୟା ସାମନା କରିବାକୁ ପଡିପାରେ।
ଯୋତା-ଚପଲ: ଅଧିକାଂଶ ଲୋକ ଶୋଇବା ବେଳେ ବେଡ୍‌ର ଆଖପାଖରେ ଜୋତା-ଚପଲ ବାହାର କରି ରଖିଦିଅନ୍ତି। ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ। ଜୀବନରେ ନକାରତ୍ମକ ପ୍ରଭାବ ପକାଇଥାଏ।
ତେଲ: ବାସ୍ତୁ ଅନୁସାରେ, ମୁଣ୍ଡ ପାଖରେ ତେଲ ବୋତଲ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟାର ସାମନା କରିବାକୁ ପଡିଥାଏ।
ଜାଣନ୍ତୁ ବାରଅନୁସାରେ କିଭଳି ଅଟେ ବ୍ୟକ୍ତିଙ୍କ ସ୍ୱଭାବ-
ସୋମବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ ଏମାନଙ୍କ ଭାଗ୍ୟରେ ଅଧିକ ସଫଳତା ମିଳିଥାଏ। ନିଜ ସମ୍ପର୍କ ପ୍ରତି ଏମାନେ ଖୁବ ଯତ୍ନବାନ ଅଟନ୍ତି।
ମଙ୍ଗଳବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା କ୍ରୋଧି ଅଟନ୍ତି। ପିଲାବେଳେ ରୋଗଗ୍ରସ୍ତ ରହିଥାଆନ୍ତି। ଖଳ ପ୍ରକୃତିର ଲୋକଙ୍କ ଠାରୁ ଏମାନେ ନିଜକୁ ଦୂରେଇ ରଖିବା ଉଚିତ।
ବୁଧବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଧନବାନ ଅଟନ୍ତି। ମାତ୍ର ନିଜର ଅଂହକାରକୁ ନିୟନ୍ତ୍ରଣ ରଖିବା ଦ୍ୱାରା ଏଭଳି ବ୍ୟକ୍ତି ଅଧିକ ସଫଳତା ପାଇଥାଆନ୍ତି।
ଗୁରୁବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଖୁବ ମାନସମ୍ମାନ ମିଳିଥାଏ। ଅନ୍ୟମାନଙ୍କୁ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ।
ଶୁକ୍ରବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଆଧ୍ୟାତ୍ମିକ ସ୍ୱଭାବର ଅଟନ୍ତି। ଭଗବାନଙ୍କ ବିଶେଷ କୃପା ଏମାନଙ୍କ ଉପରେ ଥାଏ। ଏମାନେ କାର‌୍ୟ୍ୟରେ ଅବହେଳା କରିବା ଉଚିତ ନୁହେଁ।
ଶନିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଜୀବନରେ ବହୁ ବାଧାବିଘ୍ନ ଅତିକ୍ରମ କରି ସଫଳତା ପାଇପାରିଥାଆନ୍ତି।
ରବିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନନେବା ଦ୍ୱାରା ରୋଗଗ୍ରସ୍ତ ହୋଇଥାଆନ୍ତି। କଷ୍ଟ କରି ଜୀବନରେ ସଫଳତା ପାଇଥାଆନ୍ତି। ଆଜିର ଦିନଟି ମଙ୍ଗଳମୟ ହେଉ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.