ଆଜିର ରାଶିଫଳ

0 257

ପିଠେ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କର ତ୍ରିଦିନାତ୍ମକ ସପ୍ତମୀ ପୂଜା, ଦୁର୍ଗା ବ୍ରତ ,୨୦୨୨ ମସିହା ଅକ୍ଟୋବର ମାସ ୦୨ ତାରିଖ (ରବିବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୩୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୧/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୧୦ ,ମେଷରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ସପ୍ତମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ. ସନ୍ଧ୍ୟାଘ୬/୩୭ ଗତେ ନଡ଼ିଆ ଭକ୍ଷଣ ନିଷେଧ
🐏ମେଷ-ଆଜି ଆପଣଙ୍କ ଘରେ କଳହର ଯୋଗ ରହିଛି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ନୂତନ ବନ୍ଧୁମିଳନ ଯୋଗ ରହିଛି।ଗୃହୋପକରଣ କ୍ରୟ କରିପାରନ୍ତି କଳିଠାରୁ ବଞ୍ଚନ୍ତୁ ଏବଂ ନିଜଘରର ଶାନ୍ତି ବଜାୟ ରଖନ୍ତୁ ।
🐮ବୃଷ-ଆଜି ଆପଣ ନିଜନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହାକଥାରେ ପ୍ରଭାବିତ ହୁଅନ୍ତୁନାହିଁ । ଭଲହେବ ନିଜ ବିଚ଼ାରକୁ ନିଜେଶୁଣନ୍ତୁ ।କୌଣସିବ୍ୟକ୍ତିର ବିଚ଼ାରଧାରାକୁ ନିଜଉପରେ ପ୍ରଭାବିତ ହେବାକୁ ଦିଅନ୍ତୁନାହିଁ ।
👩❤️👨ମିଥୁନ-ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସାକରିବେ । ଆଜିଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ରପାଇଁ ବହୁତ ଲାଭଦାୟକହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
🦀କର୍କଟ-ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳିଯିବ ।ଏହା ବୋଧହୁଏ ଆପଣଙ୍କଘରେ ପର୍ବପର୍ବାଣି ବା କୈ।ଣସିଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନବନ୍ଧୁଦର୍ଶନ ଯୋଗ ଅଛି।
🦁ସିଂହ-ଆଜି ଆପଣଙ୍କର କୌଣସି ପରିବାରବର୍ଗସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷାକରନ୍ତୁ । କୌଣସି ଏକ ଛୋଟସମସ୍ୟା ବିରାଟରୂପ ଧାରଣ କରିପାରେ ।
🙎♀️କନ୍ୟା-ସପ୍ତାହରୁ ଚ଼ାଲିଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟାକରନ୍ତୁ । ନିଜବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
⚖️ତୁଳା-ଆପଣଙ୍କ ପରିବାର ଆପଣଙ୍କପାଇଁ ସହାୟତାର ସ୍ରୋତହେବ । ସେମାନେ ଆପଣଙ୍କର ସବୁପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତଅଟନ୍ତି ।ତେଣୁ ଆପଣ ସେମାନ ଙ୍କକଥା ଶୁଣିବା ଉଚ଼ିତ୍ ।
🦂ବିଛା-ଆଜି ଆପଣ ନିଜଶାରୀରିକ ସୁନ୍ଦରତାଆଡ଼କୁ ବହୁତ ଧ୍ୟାନଦେବେ, ଆପଣ ନିଜମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟଧରି ନିଜକେଶ ସଜାଇବେ । ଆପଣଙ୍କ ଏହି ନୂଆରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସାକରିବେ ।
🏹ଧନୁ-ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବାପାଇଁ ପ୍ରସ୍ତୁତରହିବେ ।ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତାଦେଖାଇ ଆପଣଙ୍କରଦରକାର ମୁତାବକ ସାହାଯ୍ୟ କରିବେ ।
🐊ମକର-କୌଣସି ନିକଟସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପସମ୍ପର୍କ ହୋଇ ପାରେ । ଆପଣ ଏହିସମ୍ପର୍କକୁ ଶିଘ୍ର ଠିକକରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
🏺କୁମ୍ଭ-ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
🐟ମୀନ-ନିଜର ତୀକ୍ଷ୍ଣବୁଦ୍ଧି ଯୋଗୁଁ ଆପଣ ଯେକୌଣସି ସମସ୍ୟାର ସମାଧାନ କରି ଦେବେ, ଯାହା ବହୁତ ସମୟଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକକ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।
ନୀତିବାଣୀ-ଜିଭ ଗୋଟିଏ ତିଖ୍ନ ଛୁରୀ ପରି,ଯାହା ବିନା ରକ୍ତପାତରେ ହତ୍ୟା କରେ । ଅମେ ଯୋଉ ଶବ୍ଦ ଲୋକମାନଙ୍କ ଶୁଣିବା,ବା ଭଲମନ୍ଦ ପ୍ରଭାବିତ ପାଇଁ କହିବା,ତାହା ଯତ୍ନ ସହ ବାଛିବା ଉଚିତ।
ବାସ୍ତୁ ଟିପ୍ପଣୀ-ପ୍ରଥମଜିନିଷ ହେଉଛି,ଛୋଟଶଙ୍ଖ।ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରର ପୂଜାଘରେ ଯଦି ଆପଣ ଛୋଟଶଙ୍ଖ ରଖିବେ ତେବେ ଘରେ ସବୁବେଳେ ସୁଖଶାନ୍ତି ରୁହେ।ଘରେସର୍ବଦା ସଫାଜଳ ଭରିକରି ରଖିବା ଉଚିତ।ଅତିଥିର ସମ୍ମାନକରିବା ଉଚିତ ଏବଂ ତାଙ୍କୁ ସବୁଠୁ ପ୍ରଥମେ ସଫାଜଳ ପିଇବାକୁ ଦେବା ଉଚିତ।ଘରର ପୂଜାଘରେ ଦୀପ,ଦେଶୀଘିଅ, ଗଙ୍ଗାଜଳ ଚନ୍ଦନ, ଶଙ୍ଖ ଓ ମହୁ ସବୁବେଳେ ରଖିବା ଉଚିତ।ଆଜିର ଦିନଟି ମଙ୍ଗଳମୟହେଉ !!

Leave A Reply

Your email address will not be published.