ମଦମୁକ୍ତ ଓଡିଶା ପାଇଁ ପଦଯାତ୍ରା

0 410

ମେଣ୍ଢାଶାଳ, ୨/୧୦(ଏସଏସ ନିଉଜ)ଆମ ସମାଜରେ ବିଭିନ୍ନ ପ୍ରକାର ନିଶାସେବନ ହେଉଛି କିନ୍ତୁ ମଦକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ,ଯାହାଫଳରେ ନିରୀହ ଲୋକମାନେ ନିଶାଗ୍ରସ୍ତ ହୋଇ ସର୍ଵସ୍ୱାନ୍ତ ହେଉଛନ୍ତି।ଅଧିକ ରାଜସ୍ବ ପାଇଁ ଅଧିକ ମଦଦୋକାନ ଖୋଲାଯିବା ଓ ବେଆଇନ ମଦ ବେପାରକୁ ପ୍ରଶାସନ ନରୋକିବାରୁ ନିଶାଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ଫଳସ୍ୱରୂପ ରାସ୍ତା ଦୁର୍ଘଟଣା, ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଆଦି ଅଧିକ ସଂଖ୍ୟାରେ ନିଶାସକ୍ତଙ୍କ ଦ୍ଵାରା ହିଁ ହେଉଛି ବୋଲି ଗାନ୍ଧିଜୀଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ମେଣ୍ଢାଶାଳ ପଞ୍ଚାୟତର ଗିରିଙ୍ଗାପୁଟଗ୍ରାମରେ ଓଡ଼ିଶାର ମଦମୁକ୍ତି ଯୁବବହିନୀର ଆହ୍ଵାନ ରେସ୍ୱୟଂସହାୟକଗୋଷ୍ଠି,ସଚେତନ ଶୀଳ ନାଗରିକ,ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତିମାନେ ଏକାଠି ହୋଇ ଗାନ୍ଧିଜୀଜୟନ୍ତୀ ପାଳନ କରିଥିଲେ।ଏହିଅବସରରେ
ମହାତ୍ମାଗାନ୍ଧୀ ନିଶା ନିବାରଣ କାମକୁ ସ୍ୱାଧୀନ ଭାରତର ପ୍ରଥମ କାର୍ଯ୍ୟ ବୋଲି କହୁଥିଲେ ଏବଂ ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ ଦେଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିବାସହ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ମଦମୁକ୍ତ ଯୁବବହିନୀର ପ୍ରଭାତ କୁମାର ରାଉତରାୟ, ସମାଶ ଷଡଙ୍ଗୀ ଓ ସ୍ୱୟଂସହାୟକଗୋଷ୍ଠିର ସଭାପତି ନମିତା ଜେନା ପ୍ରମୁଖ ପୁଷ୍ପମାଲ୍ୟ ଓ ଦ୍ୱୀପ ପ୍ରଜଳନ କରିଥିଲେ।

ଏହିଅବସରରେ ଆୟୋଜିତ ସଭାରେ ମଦମୁକ୍ତ ଯୁବବହିନୀ ର ସଦସ୍ୟ ହିମାଂଶୁ ଶେଖର ନାୟକ, ପ୍ରଦୀପ କୁମାର ପାତ୍ର, ଅକ୍ଷୟ କୁମାର ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।ଏହାପରେ ଗାନ୍ଧୀଜୀଙ୍କ ଫଟୋଚିତ୍ର, ବ୍ୟାନର, ପ୍ଲାକାର୍ଡ ଆଦି ଧରି ଗିରିଙ୍ଗାପୁଟ ଗ୍ରାମରେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସଚେତନତା ପଦଯାତ୍ରା କରାଯାଇଥିଲା।ଏହାକୁ ପ୍ରଭାତ କୁମାର ରାଉତରାୟ, ଆକାଶ ଜେନା ଆୟୋଜନ ଓ ପରିଚାଳନା କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.