ଆଜିର ରାଶିଫଳ

0 276

ପିଠେମହାନବମୀ, ମୃଣ୍ମୟୀଦେବୀଙ୍କ ଅଷ୍ଟମୀପୂଜା,ସନ୍ଧିପୂଜା ,୨୦୨୨ ମସିହା ଅକ୍ଟୋବର ମାସ ୦୩ ତାରିଖ (ସୋମବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୪/୩୦ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୧/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୦/୧୮ ,ମିଥୁନରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ଦିବା ଘ୪/୩୦ଗତେ ଲାଉଭକ୍ଷଣ ନିଷେଧ ।
ମେଷ-ଆଜି ମାନସିକ ଯନ୍ତ୍ରଣା କାରଣରୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବେ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ-ଆଜି କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
ମିଥୁନ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ-ଆଜି ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।
ତୁଳା-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ଧନୁ-କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ-ଆଜି ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।
ମୀନ-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ନିତୀବାଣୀ-ଯଦ୍ୟପି ଅନେକ ପବିତ୍ରଶବ୍ଦ ତୁମେ ପଢିଥାଇପାର, ଯଦ୍ୟପି ଅନେକ ତୁମେତାକୁ କୁହ,ତୁମେ ତାକୁ ଯଦି କାର୍ଯ୍ୟରେ ନଲଗେଇବ ସେଥିରୁ କି ଲାଭ ମିଳିବ?
ବାସ୍ତୁ ଟିପ୍ପଣୀ-ବାସ୍ତୁଶାସ୍ତ୍ର ଅନୁଯାୟୀ ମଙ୍ଗଳଗ୍ରହର ଦିଗ ଦକ୍ଷିଣବୋଲି ବିବେଚନା କରାଯାଏ । ଏହାସହିତ ଜଡିତ ଶୁଭପ୍ରଭାବ ପାଇବାକୁହେଲେ ଦକ୍ଷିଣଦିଗରେ ଏକ ବଡ଼ନିମ୍ବଗଛ ରହିବା ଆବଶ୍ୟକ ।
କବାଟଉପରେ ପଞ୍ଚମୁଖିହନୁମାନଜୀଙ୍କ ଚିତ୍ରରଖନ୍ତୁ । କୁହାଯାଏଯେ ଦ୍ୱାରସମ୍ମୁଖରେ ଆଶୀର୍ବାଦ ସ୍ଥିତିରେ ହନୁମାନଜୀଙ୍କର ଏକପ୍ରତିମା କିମ୍ବା ଚିତ୍ର ରଖିବା ଦକ୍ଷିଣଦ୍ୱାରର ମୁଖ୍ୟଦ୍ୱାରର ସ୍ଥାପତ୍ୟ ତ୍ରୁଟିକୁ ନଷ୍ଟ କରିଦିଏ 
ଯଦି ଘରରକବାଟ ଦକ୍ଷିଣଆଡ଼କୁ ଥାଏ ତେବେ ଏକବଡ଼ ଆକାରର ଦର୍ପଣକୁ ଠିକ୍ ସେହିପରି କବାଟ ସମ୍ମୁଖରେ ରଖାଯିବା ଉଚିତ ଯେ ଦର୍ପଣରେ ଘରେପ୍ରବେଶ କରୁଥିବାବ୍ୟକ୍ତିର ସମ୍ପୂର୍ଣ୍ଣ ପ୍ରତିଛବି ସୃଷ୍ଟି ହେଉଥିବ ।
ଏହାବ୍ୟତୀତ ଯଦି ଦକ୍ଷିଣଦିଗରେ ଏକ ମୁଖ୍ୟଦ୍ୱାର କିମ୍ବା ୱିଣ୍ଡୋ ଅଛି ତେବେ ଏହାକୁ ପଶ୍ଚିମଉତ୍ତର, ପଶ୍ଚିମ, ଉତ୍ତର କିମ୍ବା ପୂର୍ବଦିଗକୁ ପରିବର୍ତ୍ତନ କରାଯିବା ଉଚିତ, ଏହାଦ୍ୱାରା ଦକ୍ଷିଣର ଖରାପପ୍ରଭାବ ବନ୍ଦ ହୋଇଯିବ ।ଆଜିର ଦିନଟି ମଙ୍ଗଳମୟହେଉା
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.