ଗାନ୍ଧୀ ଜୟନ୍ତୀରେ ଲଗାଇଲେ ଗଛ

0 231

ବାରଙ୍ଗ,୨/୧୦(ଏସଏସନିଉଜ)ସ୍ବାଧୀନତାର ଅମୃତ ମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବାହୁଡା଼ ଠାରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ମରିଚିଆଗ୍ରାମ ନିକଟ ପୁରୀମୁଖ୍ୟକେନାଲ ଠାରୁ ବାଲିପଡ଼ାପର୍ଯ୍ୟନ୍ତ ପ୍ରାଚୀନ କୁଆଖାଇନଦୀବନ୍ଧ କଡ଼ରେ ୫୦ରୁ ଉର୍ଦ୍ଧ ଦେଶୀ ଆମ୍ବ,ଅର୍ଜୁନ,ଲିମ୍ବ,ଅଁଳା , ରାଧାଚୁଡ଼ା, ପାଟୁଳୀ ଇତ୍ୟାଦି ଚାରାରୋପଣ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମଟିକୁଅଞ୍ଚଳର ଯୁବନେତା ପ୍ରତାପକୁମାର ରାଉତ ଉଦଘାଟନ କରିଥିଲେ।କୃଷିବିଭାଗର ପୂର୍ବତନ ସ୍ଵତନ୍ତ୍ରଶାସନସଚିବ ମନ୍ମଥକୁମାରପାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ମୁଖ୍ୟ ଆକର୍ଷଣ ଥିଲା ଅଞ୍ଚଳର ବହୁ କୁନିକୁନି ପିଲା ସୌଭିତ,ଗୁଡୁ,ପାପୁ ଆଦି ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତରହି ବୃକ୍ଷରୋପଣ କରିଥିଲେ।ଯାହା ଆଗାମୀ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରେରଣା ଦେବ।ଏହି କାର୍ଯ୍ୟକ୍ରମକୁ ଗଛସାର ଭାବେ ପରିଚିତ ବସନ୍ତ ମହାପାତ୍ର,କାଙ୍ଗାଳି ଚରଣ ପରିଡ଼ା,ରୋହିତ ରାଉତ ପରିଚାଳନା କରିଥିଲେ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.