ଆଜିର ରାଶିଫଳ

0 284

ପିଠେ ଦଶହରା,ବିଜୟା ଦଶମୀ, ମୃଣ୍ମୟୀ ଦେବୀଙ୍କ ର ମହା ନବମୀ ପୂଜା, ଓ ସୋମନାଥ ବ୍ରତ ଉଦଯାପନ ,୨୦୨୨ମସିହା ଅକ୍ଟୋବରମାସ ୦୪ତାରିଖ ,ମଙ୍ଗଳବାର ,ମାସ–ଶୁକ୍ଳପକ୍ଷ ,ତିଥି-ନବମୀ ଦିବା ଘ୨/୧୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୧/୪୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ ୦୫ /୨୯/୨୬ ,ମକରରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ନବମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ଓ ଦଶମୀର ପ୍ରାବଣଶ୍ରାଦ୍ଧ ,ଲାଉ ଦିବାଘ୨/୧୮ ଗତେ କଳମଶାଗ ଭକ୍ଷଣନିଷେଧ ।
ମେଷ-ରଚନାତ୍ମକକାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତଲୋକଙ୍କ ସହିତ ସାକ୍ଷାତହେବ। ନୂଆ କାରବାରରେ ଯଥେଷ୍ଟ ଲାଭ ପାଇବେ।
ବୃଷ-ରାଜନୀତିକ, ସାମାଜିକକାର୍ଯ୍ୟରେ ସମୟଦେବେ। ବ୍ୟବସାୟରେ ଲାଭ ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।
ମିଥୁନ-କୌଣସିକାମରେ ଆଶାଠୁଅଧିକ ଧନଲାଭହେବ। ନୂଆଲୋକଙ୍କ ସହିତ ସ˚ପର୍କ ହୋଇପାରେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ଯୋଗରହିଛି।
କର୍କଟ-ସବୁମନସ୍କାମନା ପୂରଣ ହେବ। ମାନସିକଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ହେବ। ଘରକୁ କୌଣସି ବନ୍ଧୁ ଆସିବେ।
ସିଂହ-ମନରେ ନୂଆବିଚାର ଉତ୍ପନ୍ନ ହେବ। ଅଚାନକ ଧନଲାଭହେବ। ଜୀବନ ସାଥୀଙ୍କସହିତ ବସି ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତକରିବେ।
କନ୍ୟା-ନୂଆସ୍ରୋତରୁ ଧନଲାଭ ହେବ। ଅଫିସରେ ବଡ଼ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁରହେବ।
ତୁଳା-ବନ୍ଧୁମାନଙ୍କ ସହିତ ସମୟବିତିବ। ବେପାରରେ ଯଥେଷ୍ଟ ଲାଭପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରାହେବ। ପାରିବାରିକଜୀବନ ସୁଖମୟ ହେବ।
ବିଛା-ବ୍ୟବସାୟରେ ପରିବାରଲୋକଙ୍କ ସହଯୋଗ ପାଇବେ। ତରବରିଆ ଭାବେ କୌଣସି ସମାଧାନ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ଧନୁ-ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଫିସକାମରେ ସହର ବାହାରକୁ ଯାଇପାରନ୍ତି। ଛାତ୍ର ପରୀକ୍ଷାରେ ଭଲ କରିବେ।
ମକର-ଆପଣଙ୍କ ଜୀବନଲାଗି କିଛି ସୁଯୋଗ ମିଳିପାରେ। ନୂଆଲୋକଙ୍କ ସହିତ ମିଶିବେ। କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଖୁସର ପରିବେଶରହିବ।
କୁମ୍ଭ-ଆପଣଙ୍କମନ ଶାନ୍ତ ରହିବ। ଯାହାବି କାମକରିବେ ସଫଳତାପାଇବେ। ଚାକିରିଜୀବୀଙ୍କୁ ଅଫିସରେ ଭଲ ଖବର ମିଳିପାରେ। ପ୍ରେମଜୀବନ ଭଲ ରହିବ।
ମୀନ-ପାରିବାରିକ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ବ୍ୟବସାୟ ରେ ପୁଞ୍ଜି ଲଗାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।

ନିତୀବାଣୀ-ପାପ ମୋ ନିକଟକୁ ଆସିବ ନାହିଁ, ଏହିପରିଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁବିନ୍ଦୁ ଜଳପଡି ଜଳ କୁମ୍ଭପୂର୍ଣ୍ଣ ହୋଇଯାଏ ।ପାପର ଅଳ୍ପଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ ।
ବାସ୍ତୁଟିପ୍ପଣୀ-ଯଦି ଘରଉପରକୁ କୌଣସି ସଙ୍କଟ ଆସିବାରଅଛି, ତାହେଲେ ସର୍ବ ପ୍ରଥମେ ସେହି ଘରୁ ଲକ୍ଷ୍ମୀ ଅର୍ଥାତ୍ ମାତୁଳସୀ ଚାଲିଯାଇଥାଆନ୍ତି ଏବଂ ସେଠାରେ ଦାରିଦ୍ର୍ୟତା ବାସକରିବାକୁ ଲାଗିଥାଏ।
ଯଦି ତୁଳସୀଗଛ ଝାଉଁଳି ପଡ଼ିଛି କି ଶୁଖିଯାଇଛି, ତାହେଲେ ତାକୁ ଘରେ ରଖନ୍ତୁନାହିଁ। ଏହାକୁ କୌଣସି ନଦୀରେ ବିସର୍ଜନ କରିଦିଅନ୍ତୁ। କାରଣ, ଶୁଖିଯାଇଥିବା ତୁଳସୀଗଛ ଘରପାଇଁ ଅଶୁଭ ହୋଇଥାଏ। ଏହା ଭବିଷ୍ୟତରେ ହେବାକୁ ଥିବା ସଙ୍କଟର ସଙ୍କେତ ଦେଇଥାଏ।
ତୁଳସୀକୁଣ୍ଡକୁ ରୋଷେଇଘର ପାଖରେ ରଖିବାଦ୍ୱାରା କୌଣସି ବି ପ୍ରକାର ଗୃହ କଳହରୁ ମୁକ୍ତି ପାଇହେବ।
ମହିଳାମାନେ ଯଦି ପ୍ରତିଦିନ ଶୁଦ୍ଧଜଳରେ ତୁଳସୀପକାଇ ଶାଳଗ୍ରାମରେଅଭିଷେକ କରିବେ, ତାହେଲେ ବାସ୍ତୁଦୋଷ ସମାପ୍ତ ହୋଇଯିବ।
ସନ୍ତାନ ଯଦି ଆପଣଙ୍କ ନିୟନ୍ତ୍ରଣରୁ ବାହାରିଯାଇଛି, ତାହେଲେ ପୂର୍ବଦିଗରେ ରଖାଯାଇଥିବା ତୁଳସୀର ୩ଟିପତ୍ରକୁ ପ୍ରତିଦିନ ପିଲାକୁଖୁଆନ୍ତୁ, ଯଦ୍ଦ୍ଵାରା ସେ ଆପଣଙ୍କଆଜ୍ଞା ପାଳନ କରିବାକୁ ଲାଗିବ।
ଆଜିର ଦିନଟି ମଙ୍ଗଳମୟହେଉ!!ଜଗତଜନନୀ ଦୁର୍ଗେଦୁର୍ଗତୀନାଶିନୀ,ମହିଷାମର୍ଦ୍ଦିନୀ ମାଙ୍କ ଚରଣାବିନ୍ଦରେ କୋଟିକୋଟି ପ୍ରଣାମ!!

Leave A Reply

Your email address will not be published.