ରାସ୍ତାରେ ବସିଲେ ଗ୍ରାମବାସୀ

0 139

ଖୁଣ୍ଟୁଣୀ,୩/୧୦(ଏସଏସନିଉଜ)ରବିବାର ଦିହିପହର ସମୟରେ ଯାତ୍ରୀବାହୀ ବସ ଧକ୍କାରେ ସାଇକେଲ ଆରୋହୀ କପୁରସିଂ ଗ୍ରାମର ଅରକ୍ଷିତ ରାଉତ(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁଘଟିଛି ।ଏହି ଦୁର୍ଘଟଣା ଗୁରୁଡ଼ିଝାଟିଆଥାନା ଅଧୀନସ୍ଥ ୫୫ନଂ ଜାତୀୟ ରାଜପଥର କପୁରସିଂ କ୍ଳବନିକଟରେ ଘଟିଛି ।ଘଟଣା ପରେ ମୃତକଙ୍କ ପରିବାରଲୋକଙ୍କୁ ସମର୍ଥନ ଜଣାଇ ଗ୍ରାମବାସୀମାନେ କ୍ଷତିପୁରଣ ଦାବୀରେ ଅରକ୍ଷିତର ଶବକୁ ରାସ୍ତା ଉପରେ ରଖି ଦୀର୍ଘ ତିନିଘଣ୍ଟା କାଳ ଜାତୀୟରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାଇବା ପରେ ସାଢେ୩ଟା ରାସ୍ତା ଅବରୋଧ ଉଠିଥିଲା ।                                                                                                                                                                       ପ୍ରକାସ ଯେ,ଅରକ୍ଷିତ ବିଲରୁ କାମସାରି ଦିନ ପ୍ରାୟ ଗୋଟାଏ ବେଳେ ସାଇକେଲରେ ଘରକୁ ଫେରୁଥିବା ବେଳେ ଖୁଣ୍ଟୁଣୀ ପଟୁ ଦ୍ରୁତଗତିରେ ଆସୁଥିବା ‘ଲକ୍ଷ୍ମୀନାରାୟଣ’ ଯାତ୍ରୀବାହୀବସ ଓଡି୦୬-ଡି-୦ ୧୯୭ନଂ ନାମକ ବସଟି ଅରକ୍ଷିତଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଅରକ୍ଷିତଙ୍କ ମୃତ୍ୟୁ ଘଟିଥିଲା ।ଏହିଘଟଣା ପରେ ଉତ୍ୟକ୍ତଲୋକମାନେ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ଗୁରୁଡ଼ିଝାଟିଆଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନ ପକ୍ଷରୁ ରେଡକ୍ରସପାଣ୍ଠିରୁ ୧୦ହଜାର ଟଙ୍କା ଓ ଶବ ଶତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ପ୍ରଦାନ କରିବାପରେ ରାସ୍ତାଅବରୋଧ ଉଠିଥିଲା ।ପୋଲିସ ୧୩୯/୨୨ରେ ଏକ ମାମଲା ରୁଜୁକରି ଦୁର୍ଘଟଣାଗ୍ରାସ୍ଥ ବସକୁ ଜବତ କରିଥିଲେ ।

Leave A Reply

Your email address will not be published.