ଆଜିର ରାଶିଫଳ

0 227

ଶ୍ରୀଶ୍ରୀ ମହାପ୍ରଭୁଙ୍କ ତ୍ରିବିକ୍ରମବେଶ, ଶିବଉତଥାପନ,ବଡ଼ଓଷା ଓ ବୈକୁଣ୍ଠ ଚତୁର୍ଦ୍ଦଶୀ ,୨୦୨୨ ମସିହା ନଭେମ୍ବର ମାସ ୦୬ ତାରିଖ (ରବିବାର)କାର୍ତିକମାସ-ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୩/୫୭ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୭/.୮ମେଷରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ.ବିରି ଭକ୍ଷଣ ନିଷେଧ ।
ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟଯୋଗୁଁ କ୍ଷୋଭପ୍ରକାଶ କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନଦାୟିତ୍ୱ ହାତକୁ ନେଇପାରନ୍ତି ।
ବୃଷ-ଅଫିସ୍ କାମରେ ମାନସିକ ଅବସାଦ ଦୂରହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆସନ୍ତାକାଲିର ଆନୁଷ୍ଠାନିକକାମ ସକାଶେ ବିଶେଷଭାବେ ଧାଁଧପଡ କରିବାକୁପଡିବ । କୌଣସି ବନ୍ଧୁଙ୍କସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ ।
ମିଥୁନ-ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ କିଛିଟା ଲାଘବହେବାର ସୂଚନାରହିଛି । ପରିସ୍ଥିତିକୁ ଆଖିଆଗରେରଖି ଇଚ୍ଛା ନଥିଲେସୁଧା ହଠାତ୍ ଦୁରକୁଯିବାକୁ ପଡିବ । ଆର୍ଥିକ ଅନଟନଲାଗି ରହିବାକାରଣରୁ ବିଚଳିତ ବୋଧ କରିପାରନ୍ତି ।
କର୍କଟ-ସ୍ୱାର୍ଥସାଧନାର ଲାଳସାରଖି ନିଜଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । କେତେକ ଅପ୍ରୀତିକର ପରିସ୍ଥିତି ସାମନା କରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗ ଭଳି ରହିବ ନାହିଁ ।
ସିଂହ-ଜମିଜମା ରେଜିଷ୍ଟ୍ରେଶନ୍ କିମ୍ବା ନୂତନଚୁକ୍ତିପତ୍ର ସ୍ୱାକ୍ଷର ଅଥବା ନୂତନସ୍ଥାନକୁ ଯାତ୍ରା କରିପାରନ୍ତି । ଆଗାମୀସମୟରେ ପରିସ୍ଥିତି ବିଷୟକୁ ନେଇ ଖସଡା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନ ପରେ ଖୋଜୁଥିବା ଜିନିଷ ସନ୍ଧାନ ଡେରିରେ ମିଳିବ ।
କନ୍ୟା-ଯୋଗାଣକାରବାର ଓ ପରିବହନପାଇଁ ବିଶେଷ ଅସୁବିଧା ହେବନାହିଁ । ବିଭିନ୍ନ ପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ ।
ତୁଳା-କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରଚାପ କ୍ରମଶଃ ବଢିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ବିଚାରବୁଦ୍ଧି ହରାଇ ବନ୍ଧୁଙ୍କକୁ ମନ୍ତ୍ରଣାରେ ପଡିପାରନ୍ତି । ବିଭିନ୍ନ ପ୍ରକାରର ଅସୁବିଧା ବିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ ।
ବିଛା-ଅତିନିକଟରେ ରହୁଥିବାବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟିକରିବ । କ୍ରନିକ ରୋଗଜନିତ ଶାରୀରିକ ପୀଡାରେ କଷ୍ଟପାଇପାରନ୍ତି । ପାରିବାରିକକ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତକରିବ । ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ ।
ଧନୁ-ଆଜି ବନ୍ଧୁଙ୍କସହ ଆଲୋଚନା ଫଳପ୍ରଦ ହୋଇପାରେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ଆଶଙ୍କା ରହିଛି । ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ ।
ମକର-ବାରମ୍ବାର ପୁରୁଣାକଥାକୁ ବେଶି ଆଲୋଚନା କରିବା ଠିକ୍ ହେବନି । ଜଣେ ବନ୍ଧୁଙ୍କ ସାହାଯ୍ୟ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖପଡୋଶୀ ଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି ।
କୁମ୍ଭ-ବହୁତ ଦୂରରୁ ଆସୁଥିବା ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତହେବେ । ପାରିବାରିକ ଜୀବନ ସୁଖ, ସନ୍ତୋଷରେ ଅତିବାହିତ ହେବ । ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ମୀନ-ଘରପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ପୁନଶ୍ଚ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ

ନିତୀବାଣୀ-ମଣିଷ ବଡ଼ ଅଜବପ୍ରାଣୀ ବୁଡ଼ିଗଲେ ପାଣିକୁ ଦୋଷ ଦିଏ,ଝୁଣ୍ଟି ପଡ଼ିଲେ ପଥରକୁ ଦୋଷ ଦିଏ,କର୍ମର ଦୋଷ ଭାଗ୍ୟକୁ ଦିଏ କିନ୍ତୁ କେବେ ବି ନିଜର ଦୋଷ ଦେଖି ପାରେ ନାହିଁ ।
ବାସ୍ତୁ ଟିପ୍ପଣୀ-କଣ ଆପଣ ଖାଇବା ଥାଳିରେ ହାତ ଧୋଉଛନ୍ତି ? କାଙ୍ଗାଳ ହେବା ପୂର୍ବରୁ ସତର୍କ ହୋଇ ଯାଆନ୍ତୁ
ହିନ୍ଦୁଶାସ୍ତ୍ର ଓ ଲକ୍ଷ୍ମୀପୁରାଣରେ ଖାଦ୍ୟଖାଇବା ସମୟରେ କେତେକ ବିଶେଷନିୟମ ପାଳନ କରିବାକଥା କୁହାଯାଇଛି। ତେବେ କେତେକଲୋକଙ୍କର ବଦଅଭ୍ୟାସ ରହିଛିଯେ ସେମାନେ ଖାଦ୍ୟ ଖାଇବାପରେ ସେହିଥାଳିରେ ହାତମୁହଁ ଧୋଇଦିଅନ୍ତି । ତେବେ ଏପରିକରିବା ଆଦୌ ଉଚିତନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକମାନ୍ୟତାଅନୁଯାୟୀ, ଖାଦ୍ୟ ଖାଇବାଥାଳିରେ ହାତ ଧୋଇବାଦ୍ୱାରା ଅଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଖାଦ୍ୟଥାଳିରେ ଥିବା ସାମାନ୍ୟ ଅନ୍ନର ଅନାଦର ହୋଇଥାଏ। ମାଲକ୍ଷ୍ମୀ ଏଥିରେ କ୍ରୋଧ ହୋଇଥାଆନ୍ତି ଓ ପରିବାରରେ ସର୍ବଦା ଦରିଦ୍ରତା ସମସ୍ୟା ସୃଷ୍ଟି ହୋଇଥାଏ।
ଶାସ୍ତ୍ରଅନୁଯାୟୀ, ଅଗ୍ନିଦେବତାଙ୍କ କୃପାରୁ ଭୋଜନ ପ୍ରସ୍ତୁତହୋଇଥାଏ ,ଏହାସହ ଯଜ୍ଞ ଅଥବା ଅଗ୍ନିଦ୍ୱାରା ଅର୍ପଣ କରାଯାଇଥିବାସାମଗ୍ରୀ ଦେବତାଙ୍କୁ ଭୋଜନରୂପେ ପ୍ରାପ୍ତହୋଇଥାଏ। ଏହି କାରଣରୁ ଭୋଜନର ଖୁବ ମହତ୍ତ୍ୱ ରହିଛି। ଏହାବ୍ୟତୀତ ଅନେକ ପୁରାଣରେ ଅନ୍ନର ଅନାଦର କରିବା ଖୁବ ପାପବୋଲି ଉଲ୍ଲେଖ ରହିଛି।
ଭୋଜନଥାଳିକୁ ସର୍ବଦା ଆସନଉପରେ ରଖି ଓ ନିଜେମଧ୍ୟ ଆସନରେ ବସି ସମ୍ମାନପୂର୍ବକ ଗ୍ରହଣ କରିବା ଆବଶ୍ୟକ। ଖାଇବାସମୟରେ ଥାଳି ଚାରିପଟେ ବା ତଳେ ଖାଦ୍ୟ ପକେଇବ ଉଚିତ୍ ନୁହେଁ। ଏହା ଲକ୍ଷ୍ମୀଛଡ଼ାର ଲକ୍ଷଣ ହୋଇଥାଏ। ସେହିପରି ଭୋଜନ ଥାଳି ଗୋଟିଏ ହାତରେ ଉପରକୁ ଉଠାଇ ଅନ୍ୟ ହାତରେ ଖାଇବା ଉଚିତ ନୁହେଁ।
ଥାଳିରେ ସର୍ବଦା ଆବଶ୍ୟକ ଅନୁଯାୟୀ ଖାଦ୍ୟନେବା ଉଚିତ। ଥାଳିରେ ଅଧିକଖାଦ୍ୟ ବାଢ଼ି ନଷ୍ଟ କରିବା ଉଚିତନୁହେଁ। ଏହାସହ ଖାଇବାସମୟରେ ଭୂମିଉପରେ ହାତମାଡ଼ି ଖାଇବା ମଧ୍ୟ ଉଚିତ୍ ନୁହେଁ। ଶାସ୍ତ୍ରଅନୁଯାୟୀ, ଭୋଜନକରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣକରି ଖାଇବାଉଚିତ। ଏହାସହ ଭୋଜନକରିବା ସମୟରେ କ୍ରୋଧ, କଥାବାର୍ତ୍ତା, ଜୋରରେ ପାଟିକରିବା ଆଦୌ ଉଚିତ ନୁହେଁ, ଏପରି କରିବାଦ୍ୱାରା ଅନ୍ନ ଓ ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଏହାସହ ଶୋଇବା ସେଜଉପରେ ବସି ଖାଇବା ଉଚିତ୍ ନୁହେଁ। ଏହାଦ୍ବାରା ମାତାଲକ୍ଷ୍ମୀ ଓ ଖାଦ୍ୟର ଅପମାନ ହୋଇଥାଏ। ଏଭଳି କରୁଥିବାଲୋକଙ୍କ ଜୀବନରେ ସର୍ବଦା ଅସନ୍ତୋଷ ଲାଗିରହିବା ସହ ରାତିରେ ଖରାପ ସ୍ବପ୍ନ ଦେଖିଥାଆନ୍ତି। ଏହା ପ୍ରେମସମ୍ପର୍କ ଭାଙ୍ଗିବାର ଏକ କାରଣ ହୋଇଥାଏ ବୋଲି କୁହାଯାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.