ଆଜିର ରାଶିଫଳ

0 263

କାର୍ତ୍ତିକେଶ୍ୱରପୂଜା,ରାସପୁର୍ଣିମା, ବାଲିଯାତ୍ରା, କାର୍ତିକବ୍ରତ ସମାପନ ଓ ଚନ୍ଦ୍ରଗ୍ରହଣ ,୨୦୨୨ମସିହା ନଭେମ୍ବରମାସ ୦୮ତାରିଖ (ମଙ୍ଗଳବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ଚନ୍ଦ୍ରଗ୍ରହଣ-ପରାଗସ୍ପର୍ଶ-ଅପରାହ୍ନ ୦୨/୩୭ମିନିଟ , ଦୃଶ୍ୟମାନ ସନ୍ଧ୍ୟା ୦୫/୦୭ ମିନିଟ୍ ,ପରାଗସର୍ବମୋକ୍ଷ-ସଂଧ୍ୟା ୦୬ ଘଣ୍ଟ ୨୧ ମିନିଟ ,ଦେବନୀତି, ପାକତ୍ୟାଗ ଇତ୍ୟାଦି.୦୮/୧୧/୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ସକାଳ ୦୫/୩୭ ମିନିଟ୍ (ଗ୍ରହଣର ୩ପ୍ରହର ପୂର୍ବରୁ) ଠାରୁ ସନ୍ଧ୍ୟା ୦୬ ଘଣ୍ଟ ୨୧ ମିନିଟ ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ କରି ପାକ କର୍ମ ଦେବନୀତି ସମ୍ପନ୍ନ ହେବ ,ଗ୍ରହଣ ଚନ୍ଦ୍ରଶୁଦ୍ଧି -:ମିଥୁନୁ, ବିଛା, ଧନୁ, ମକର, କୁମ୍ଭ, ମୀନ ଦର୍ଶନେ ଶୁଭ, ଅନ୍ୟତ୍ର ଅଶୁଭ .ସୁର୍ୟୋଦୟ ପ୍ରାତଃ ଘ୦୫/୫୪/୫୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୬/୧୨ ,ମକର ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ସ୍ତ୍ରୀତୈଳ ବର୍ଜନ, ମାଛ,ମାଂସ ଦିବା ଘ୪/୨୩ ଗତେ ପାଣି କଖାରୁ ଭକ୍ଷଣ ନିଷେଧ ।
ମେଷ-ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ । ପ୍ରତିକୂଳ ପରିସ୍ଥିତିଦେଇ ଗତିକରିବେ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଅଜଣାବ୍ୟକ୍ତିଙ୍କଠାରୁ ଦୂରେଇରୁହନ୍ତୁ । ଶାରୀରିକକ୍ଲେଶ ଅନୁଭବ କରିବେ । ଆର୍ଥିକସମସ୍ୟାକୁ ନେଇ ଚିନ୍ତିତ ରହିବେ ।
ବୃଷ-ଆଜି ଆପଣ ପାରିବାରିକକ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶକରି ବିବାଦୀୟ ହୋଇପାରନ୍ତି । ଆଳସ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ଅସଫଳ ହେବ ।
ମିଥୁନ-ଆଜି ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଯୋଗୁ ବିଚଳିତ ହେବେ । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ପ୍ରତଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇ ପାରିବେ ।
କର୍କଟ-ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ ।
ସିଂହ-ଦିନଟି ରେ ସତର୍କ ରୁହନ୍ତୁ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମ କ୍ଷେତ୍ରରେ କର୍ମ ଚାପ ଲାଗି ରହିଛି । ଆୟ ଆଶାନୁରୂପ ହେବ । ଶାରୀରିକ କିମ୍ବା ମାନସିକ ଭାବେ ଆଘାତ ପ୍ରାପ୍ତ ହେବେ ।
କନ୍ୟା-ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍ ବଦାଇ ଅସହଯୋଗ କରିପାରନ୍ତି ।
ତୁଳା-ଆଜି ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ । ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ ।
ବିଛା-ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ । ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ଧନୁ-ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ । ଚିଡିଚିଡା ସ୍ୱଭାବର ହେବେ । କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ଆଶାନୁରୂପକ ହେବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ ।
ମକର-କଷ୍ଟ ସ୍ୱୀକାର କଲେ ବି ଲାଭବାନ୍ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରା ଶୁଭଦାୟକ ହେବ । ବ୍ୟବସାୟରେ ଲାଭଜନକ ହେବ । ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ ।
କୁମ୍ଭ-ଆଜି ଦିନଟି ଭଲରେ ଅତିବାହିତ ହେବ । ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ ।
ମୀନ-ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ । ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ । ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।
ନିତୀବାଣୀ-ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ତା’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ୟବହାର କରିଥାଏ ।
ବାସ୍ତୁଟିପ୍ପଣୀ-କେଉଁ ସବୁ ସ୍ବପ୍ନ ଦେଖିଲେ କେବେବି କାହାକୁ କହିବେ ନାହିଁ, ନଚେତ ଘଟିବ
ପ୍ରତେକବ୍ୟକ୍ତି ରାତିରେ ଶୋଷିବା ସମୟରେ ସ୍ଵପ୍ନ ଦେଖିଥାଏ । ଆଉ ଏହି ସବୁ ସ୍ଵପ୍ନକୁ ପରିବାର ବ ଅନ୍ୟ କାହା ସହ ସେୟାର ମଧ୍ୟ କରିଥାଏ । ସ୍ଵପ୍ନ ଶାସ୍ତ୍ର ରେ ଏମିତି କିଛି ସ୍ଵପ୍ନ ବିଷୟରେ କୁହା ଯାଇଛି ଯାହାକୁ ଦେଖିଥିବାବ ବ୍ୟକ୍ତି ଅନ୍ୟ କାହା ସହ ପ୍ରକାଶ କରିଲେ ଖରାପ ପ୍ରଭାବ ପଡିଥାଏ ତ ଆଉ କିଛି ସ୍ଵପ୍ନ ଜୀବନରେ ଅନେକ ସାରା ଖୁସି ନେଇକି ଆସିଥାଏ । ଏମିତିକି କିଛି ସ୍ଵପ୍ନ କୁ ଅନ୍ୟ ଆଗରେ କହିବା ଦ୍ଵାରା ଜୀବନରେ ଦୁଖର କାରଣ ମଧ୍ୟ ହୋଇଥାଏ । ତେଣୁ ଆପଣଙ୍କ ମନରେ ଏହି ସ୍ଵପଙ୍କୁ ଜାଣିବା ପାଇଁ ଜିଜ୍ଞାସା ଆସୁଥିବ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧-ସ୍ଵପ୍ନଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ଵପ୍ନ ରେ ଭଗବାନଙ୍କ ଦର୍ଶନ ହେବା ସହ ସେ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି ତେବେ ଜାଣିବେ ଆପଣ ସଚ୍ଚା ଆତ୍ମା ରେ ପରାତମା ସହ ଜଡିତ ଅଛନ୍ତି । ଆପଣ ଜଣେ ପବିତ୍ର ବ୍ୟକ୍ତି ବୋଲି ସଂକେତ ମିଳିଥାଏ । ଏହା ସହ ଆପଣଙ୍କ ଆତ୍ମାରେ ଭଗବାନ ସର୍ବଦା ବସ କରିବାର ସୂଚନା ମିଳିଥାଏ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରନ୍ତୁନାହି ।
୨-ସ୍ଵପ୍ନଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ଵପ୍ନରେ ଦେଖାଯାଏ ଆପଣଙ୍କୁ ମାତା ପିତା ପାଣି ପିଆଉଛନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଆପଣଙ୍କୁ ଭବିଷ୍ୟତରେ ଉନ୍ନତି ହେବାର ସୂଚନା ମିଳିଥାଏ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରିଲେ ଜୀବନରେ ନେଗେଟିଭ ପ୍ରଭାବ ପଡିଥାଏ ।
୩-ସ୍ଵପ୍ନଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ନିଜକୁ ସ୍ଵପ୍ନ ରେ ଗାଈ ର ସେବା କରିବାର ଦେଖିଥାଏ ତେବେ ଶୁଭ ସଂକେତ ହୋଇଥାଏ । ଏଭଳି ସ୍ଵପ୍ନ ଭାଗ୍ୟ ଚମକାଇବାର ସୂଚନା ଦେଇଥାଏ । କାରଣ ସନାତନ ଧର୍ମରେ ଗୋ-ମାତା ଙ୍କ ଠାରେ ସବୁ ଦେବିଦେବତା ଙ୍କ ବାସ ରହିବା କଥା କୁହା ଯାଇଛି । ଏମିତି ମାନା ଯାଇଛି ଭଳି ସ୍ଵପ୍ନ ଦେଖିଥିବା ବ୍ୟକ୍ତି ତା ପର ଦିନ ଗାଈକୁ ଘାସ ଖାଇବାକୁ ଦେବା ଉଚିତ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହି ।
୪-ସ୍ଵପ୍ନଶାସ୍ତ୍ର ଅନୁଯାୟୀ ବ୍ୟକ୍ତି କବାଟ ଖୋଲିବାର ଦେଖନ୍ତି ତେବେ ଭାଗ୍ୟ ଉଦୟ ହେବାର ସଂକେତ ମିଳିଥାଏ । ଏହି ସ୍ଵପ୍ନ ଦେଖିବା ପରେ ଅସହାୟ ଲୋକଙ୍କୁ ହଳଦିଆ ବା ନାରଙ୍ଗି ରଙ୍ଗର ବସ୍ତ୍ର ଦାନ କରିବା ଉଚିତ । ଏହା ଦ୍ଵାରା ଏହି ସଂକେତ ଅଧିକ ପ୍ରଭାବଶାଳୀ ହୋଇଥାଏ ତେଣୁ ଏହାକୁ କାହା ଆଗରେ ପ୍ରକାଶ କରବା ଅନୁଚିତ ।
୫-ସ୍ଵପ୍ନରେ ନିଜକୁ ଗୋବର ଲିପିବାର ଦେଖିଲେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଶୁଭ ସଂକେତ ହୋଇଥାଏ । କୁହାଯାଏ ଏହି ସ୍ଵପ୍ନ ଦେଖିଥିବା ବ୍ୟକ୍ତିର ବନ୍ଦ ଥିବା ଭାଗ୍ୟ ଖୋଲି ଯାଇଥାଏ । କିନ୍ତୁ ଧ୍ୟାନ ରଖିବେ ଏହି ସ୍ଵପ୍ନ ଦେଖିବାର ପର ଦିନ କାହାକୁ କିଛି ଦାନକରନ୍ତୁ । ଏହା ବିଷୟରେ ଅନ୍ୟକୁ କହିବା ଅନୁଚିତ ।
ଆଜିର ଦିନଟି ମଙ୍ଗଳମୟ ହେଉ!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.