ଆଜିର ରାଶିଫଳ

0 217

୨୦୨୨ମସିହା ନଭେମ୍ବରମାସ ୧୧ତାରିଖ (ଶୁକ୍ରବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ତୃତିଆ ,ନକ୍ଷତ୍ର-ମୃଗଶିରା.ସୁର୍ୟୋଦୟ ପ୍ରାତଃ ଘ୦୫/୫୬/୨୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୫/୦୦ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଟଳ ରାତ୍ରିଘ୮/୦ ଗତେ ମୂଳା ଭକ୍ଷଣ ନିଷେଧ । 
ମେଷ-ସମ୍ବନ୍ଧ ବିଗିଡ଼ିବାପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହେବନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥଯାତ୍ରା କରିପାରନ୍ତି। ଚାକିରି କିମ୍ବା ବ୍ୟବସାୟସ୍ଥଳରେ ପରିବାର ମଧ୍ୟରେ ମନମାଳିନ୍ୟ ହେବ।
ବୃଷ-କାର୍ଯ୍ୟସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ଖାଇବା ପିଇବାରେ ଧ୍ୟାନ ରଖିବେ। ଯୋଗ୍ୟ ଧ୍ୟାନରେ ଆପଣ ମାନସିକ ରୁପରେ ସୁସ୍ଥ ରହି ପାରନ୍ତି।
ମିଥୁନ-ଶାରୀରିକ ଏବଂ ମାନସିକ ସତେଜତା ଏବଂ ପ୍ରଫୁଲ୍ଲତା ଅନୁଭବ ହେବ। କୁଟୁମ୍ବଜନ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟୀର ଆୟୋଜନ ହେବ। ମନୋରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ। ସୁନ୍ଦର ବସ୍ତ୍ର, ଉତ୍ତମ ଭୋଜନ ଏବଂ ବାହନ ସୁଖ ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷଣ ହେବ।
କର୍କଟ-ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟରେ ଯଶ ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ମିଳିବ। ନିଜର ଅଧୀନସ୍ଥ ବ୍ୟକ୍ତିମାନଙ୍କ ଏବଂ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ କରି ପାରିବେ। ସ୍ଵାସ୍ଥ୍ୟ ଭଲ ରହିବ।
ସିଂହ-ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।
କନ୍ୟା-ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ। ସ୍ଵାସ୍ଥ୍ୟ ଖରାପ ହେବ। ମନ ଚିନ୍ତାଗ୍ରସ୍ତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ। ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଲାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ସ୍ଥାୟୀ ସଂପତ୍ତି, ବାହନ ଆଦିର କାଗଜ ଉପରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।
ତୁଳା-ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ। ଭାଇ- ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣରେ ଘର ବିଷୟରେ ଚର୍ଚ୍ଚା ହେବ। ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଧନ ଲାଭର ଯୋଗ ଅଛି। ପୁଞ୍ଜି ନିବେଶ ପାଇଁ ଅନୁକୂଳ ଦିନ ହେବାର ସୂଚନା ମିଳୁଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ।
ବିଛା-ପାରିବାରିକ କଲହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଭ୍ରମରୁ ବଞ୍ଚିତ ରୁହନ୍ତୁ। ମନରେ ଉତ୍ପନ୍ନ ନକାରାତ୍ମକ ବିଚାରକୁ ଦୂର କରିବାକୁ ଉପଦେଶ। ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ଥିମାନଙ୍କପାଇଁ ଅବରୋଧ ଆସିବ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ଅସୁସ୍ଥତା ଆପଣଙ୍କୁ ଅଣନିଶ୍ୱାସୀ କରିବ।
ଧନୁ-ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟକୁ ଭଲ ରଖିବେ। ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। କୌଣସି ତୀର୍ଥଯାତ୍ରା କରିପାରନ୍ତି। ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ। ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେବାର ଆନନ୍ଦ ପ୍ରାପ୍ତ ହେବ।
ମକର-ଆଜିର ଦିନ ସାବଧାନ ପୂର୍ବକ ଚାଲିବାକୁ ଉପଦେଶ। ଅଧିକ ପରିଶ୍ରମରେ କମ ସଫଳତା ମିଳିବାରୁ ନିରାଶାର ଭାବନା ସୃଷ୍ଟି ହେବ। ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ। ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ। ଧାର୍ମିକ ତଥା ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବେ ତଥା ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ।
କୁମ୍ଭ-ଆଜି ଆପଣ ନୂଆ କାର୍ଯ୍ୟରପ୍ରାରମ୍ଭ କିମ୍ବା ତା ପାଇଁ ଯୋଜନା ବନାଇପାରିବେ। ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାୟକ ହେବେ। ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ। ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ କରିବେ। ସମାଜରେ ଖ୍ୟାତି ବଢ଼ିବ। ସନ୍ତାନମାନଙ୍କ ପ୍ରଗତି ହେବ। ପତ୍ନୀ ତଥା ପୁତ୍ରଙ୍କର ତରଫରୁ ଆନନ୍ଦର ସମାଚାର ମିଳିବ। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି।
ମୀନ-ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରି ମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।

ନିତୀବାଣୀ-ସମୟ ତ ଏମିତି ଗଡିଚାଲିଯିବ , ହେଲେ ସମୟସହ ନିଜ ଜୀବନକୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ !
ବାସ୍ତୁଟିପ୍ପଣୀ-ଶୋଇବାଘରେ ଟିଭିଥିଲେ ତାହା ଯେପରି ବିଛଣାଆଡକୁ ମୁହଁକରି ନରୁହେ ,ତଥାପି ଯଦିଅଛି ତେବେ ନଚାଲୁଥିବା ସମୟରେ ଘୋଡ଼ାଇ ରଖନ୍ତୁ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.