ଆଜିର ରାଶିଫଳ

0 257

ମାର୍ଗଶୀର ପ୍ରଥମଗୁରୁବାର ,୨୦୨୨ମସିହା ନଭେମ୍ବରମାସ୧୦ତାରିଖ(ଗୁରୁବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ୱିତିଆ ,ତୃତୀୟା ସୁର୍ୟୋଦୟ ପ୍ରାତଃଘ୦୫/୫୫/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୫/୧୩ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଦ୍ୱିତିଆର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବୋଇତି କଖାରୁ ରାତ୍ରି ଘ୬/୧୫ ଗତେ ପୋଟଳ ଭକ୍ଷଣନିଷେଧ ।
ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି ଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।
ବୃଷ-ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରିବେ। ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ ।
ମିଥୁନ-ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ।
କର୍କଟ-ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହେବ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ।
ସିଂହ-ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। କର୍ମ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।
ତୁଳା-ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଉଚ୍ଚ ସମ୍ଭବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।
ବିଛା-ସୁଖ ସମ୍ପଦ ପ୍ରାପ୍ତି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ।
ଧନୁ-ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇ ପରେ।
ମକର-ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।
କୁମ୍ଭ-ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରୀ ନେଇସମ୍ମାନ ଓ ପ୍ରଶଂସା ପାଇବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ନୂତନ ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ।
ମୀନ-ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍।
ଅମୀୟବାଣୀ-ଜଣେ ସାଧୁଙ୍କୁ ପଚରାଗଲା ..ରାଗ କଣ? ସେ ବହୁତ ସୁନ୍ଦର ଭାବରେ ଉତ୍ତର ଦେଲେ , ଏହା ହେଉଛି ଏକ ଦଣ୍ଡ ଯାହା ଅନ୍ୟର ଭୁଲପାଇଁ ଆମେ ନିଜକୁ ଦେଇଥାଉ…
ବାସ୍ତୁଟିପ୍ପଣୀ-ଘରେ ଝଗଡାହେବାର କାରଣ କେଉଁ ବାସ୍ତୁଦୋଷ ?
ଜୋତିଷଶାସ୍ତ୍ରରେ ବାସ୍ତୁର ବିଶେଷମହତ୍ତ୍ବ ରହିଥାଏ। ବାସ୍ତୁର ଉପାୟଦ୍ୱରା ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଲାଇଫରେ ହେଉଥିବା ବିଭିନ୍ନପ୍ରକାରର ଚିନ୍ତାକୁ ଦୂରକରାଯାଇପାରିବ। କିଛିଏମିତି ଟିପ୍ସ ଅଛି ଯାହାସାହାଯ୍ୟରେ ଆପଣ ବିଭିନ୍ନସମସ୍ୟାର ସମାଧାନ କରିପାରିବେ।
ବାସ୍ତୁଶାସ୍ତ୍ରରେ ଐଶାନ୍ୟକୋଣର ବିଶେଷ ମହତ୍ତ୍ବରହିଥାଏ। ଏହିଦିଶାକୁ ବହୁତ ଶୁଭବୋଲି ଧରାଯାଏ। ଘରର ଐଶାନ୍ୟଭାଗ ଉଠିଲାଭଳି ରହିବାକଥା ନୁହେଁ। ଘରର ଏହିଜାଗାରେ ଦୋଷହେବା କାରଣରୁ ପିତାପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।
ଘରର ଉତ୍ତରପୂର୍ବ କୋଣରେ ଷ୍ଟୋରରୁମ୍ ତିଆରିକରିବା ଉଚିତନୁହେଁ। ଏହିଭଳି କରିବାଦ୍ୱାରା ଘରର ସଦସ୍ୟଙ୍କଭିତରେ ମଧ୍ୟ ଝଗଡା ହୋଇଥାଏ।
ବାସ୍ତୁଅନୁସାରେ ଉତ୍ତରପୂର୍ବଦିଶାରେ ରୋଷେଇଘର କିମ୍ବା ଶୌଚାଳୟ ହେବାଦ୍ୱରା ଘରରସଦସ୍ୟମାନଙ୍କ ଭିତରେ ମନାନ୍ତରମତାନ୍ତର ଲାଗିରହିଥାଏ। ଏହିଚିନ୍ତାରେ ମୁକ୍ତି ପାଇବାପାଇଁ ଉତ୍ତରପୂର୍ବଦିଶାରେ ଶୌଚାଳୟ କିମ୍ବା ରୋଷେଇଘର କରିବା ଆବଶ୍ୟକ ନୁହେଁ।
ଐଶାନ୍ୟକୋଣରେ ବିଦ୍ୟୁତ୍ ଉପକରଣକୁ ରଖିବାଦ୍ୱାରା ପିତାପୁତ୍ରଙ୍କ ମଧ୍ୟରେ ମତାନ୍ତର ଲାଗିରହିଥାଏ। ଘରର ଉତ୍ତରପୂର୍ବ ଦିଶାରେ ଏହିସବୁ ଜିନିଷ ରଖିବା ଉଚିତନୁହେଁ।
ବାସ୍ତୁଅନୁସାରେ ଘରର ଉତ୍ତରପୂର୍ବ ସ୍ଥାନରେ ଡଷ୍ଟବିନ୍ ରଖିବା ଉଚିତନୁହେଁ। ଏଥିରୁ ଘରରସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.