ଆଜିର ରାଶିଫଳ

0 181

କାଞ୍ଜିଅଁଳା ନବମୀ ଓ ମାଣବସା ଗୁରୁବାର ,୨୦୨୨ମସିହା ନଭେମ୍ବରମାସ ୧୭ତାରିଖ (ଗୁରୁବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୯/୪୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୨୧ତୁଳା ଓ କୁମ୍ଭରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ,ଲାଉ ଭକ୍ଷଣ ନିଷେଧ
ମେଷ👉ଲାଗି ରହିଥିବାସମସ୍ୟାର ସମାଧାନହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କଲାଗି ଦିନଟି ଶୁଭ। ମାନପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କଠାରୁ ଶୁଭ ଖବର ପାଇବେ।
ବୃଷ👉ଆଜି ଆପଣ ଉର୍ଜାବାନ ରହିବେ। ଯୋଜନା ପ୍ରସ୍ତୁତ କରିବେ; ଏହାକୁ କ୍ରିୟାନ୍ଵିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲଖବର ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କସହିତ ସମୟ କଟିବ।
ମିଥୁନ👉 ବୈବାହିକଜୀବନରେ କିଛି କଥାକୁନେଇ ମତଭେଦ ହୋଇପାରେ। ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ହେବ।
କର୍କଟ👉 ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ଵ ଆଣିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଚାକିରିରେ ଉନ୍ନତି ହେବ। କ୍ରିକେଟ ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମରେ ସଫଳତା ପାଇବେ।
ସିଂହ👉 ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। କାମଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଘରର ମାହୋଲ୍‌ ଭଲ ରହିବ।
କନ୍ୟା👉 ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସଂସ୍ପର୍ଶରେ ଥିବା ଲୋକେ ପ୍ରଭାବିତ ହେବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ୍‌ ରହିବ।
ତୁଳା👉 ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା କରିବେ।
ବିଛା👉ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ରାଜନୀତିରେ ମନୋକାମନା ପୂରଣ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ।
ଧନୁ👉 ଦିନଟିର ଆରମ୍ଭ ଖୁସିର ସହିତ ହେବ। କ୍ୟାରିୟର ସହିତ ସଂଲଗ୍ନ ନୂଆ ସୁଯୋଗ ମିଳିପାରେ। ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ।
ମକର👉 ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ।
କୁମ୍ଭ👉କୁତର୍କରୁ ନିବୃତ୍ତ ରହନ୍ତୁ। ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ବେପାରରେ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ପ୍ରେମିକା ସହିତ ବାହାରକୁ ବୁଲି ଯିବେ।
ମୀନ👉 ଦିନଟି ଉତ୍ସାହ ବର୍ଧକ ରହିବ। ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ଯାଇପାରନ୍ତି। ସିନେ କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

ନୀତିବାଣୀ-ସମୟର ହାତ ନଥାଏ କିନ୍ତୁ ସେ ବେଳେବେଳେ ଏମିତି ଚାପୁଡାମାରେ ଯେ ସାରାଜୀବନ ମନେରହେ ।
ବାସ୍ତୁଟିପ୍ପଣୀ-ଘରେ କଳି ଲାଗୁଛି କି? ଗୋଟିଏ କାମକରନ୍ତୁ ନିଶ୍ଚିତ ଶାନ୍ତିଫେରି ପାଇବେ
ଜୀବନଚର୍ଯ୍ୟା?
ଯଦି ଗୋଟେପରିବାରରେ ବାରମ୍ବାର କଳି ସୃଷ୍ଟିହେଉଛି ତାହାଦ୍ୱାରା ସବୁଠୁ ଅଧିକକ୍ଷତି କଣ ହୋଇଥାଏ ଏବଂ ଯଦି ଆପଣଙ୍କପରିବାରରେ କୌଣସି ଅଶାନ୍ତିଦେଖାଦେଉଛି ତାହେଲେ ତାକୁ ଦୂରକରିବାପାଇଁ କଣ ବାଟରହିଛି ଆସନ୍ତୁ ଜାଣିବା।
ପ୍ରଥମକଥା ହେଉଛି ଯଦି ଗୋଟେପରିବାରରେ କଳହଲାଗିରହେ ତାହାଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାଆନ୍ତି ଏବଂ ଯଦି ପରିବାରମଧ୍ୟରେ ଶିଷ୍ଟାଚାରନଥାଏ ତାହାଦ୍ୱାରା ଆପଣଙ୍କର ନାନାବିଧ ଅମଙ୍ଗଳ ହୋଇଥାଏ ଏବଂ ବଡ଼ସାନ ଯଦି କେହିନମାନେ ତାହେଲେ ଦାରିଦ୍ର୍ୟତା ମଧ୍ୟ ବଢିଥାଏ।
ସବୁବେଳେ ଗୋଟେକଥା ମନେରଖନ୍ତୁ ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହେଉଛି କିମ୍ବା ପାଟିତୁଣ୍ଡ ଲାଗିରହୁଛି ତାହେଲେ ଘରରଅଶାନ୍ତି ଦେଖାଯିବା ସହିତ ଆପଣଙ୍କର ବହୁତମାତ୍ରାରେ ସମସ୍ୟା ଦେଖାଦେଇଥାଏ ଏବଂ ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। ଯାହାଦ୍ୱାରା ଆପଣଙ୍କର ଯେତିକିମାତ୍ରାରେ ଉନ୍ନତି ହୋଇଥାଏ ଘରର ସେହି ପରିଣାମରେ ହୋଇନଥାଏ ଦରିଦ୍ର ଦିନକୁଦିନ ବଢିବାର ଲାଗିଥାଏ।କେବେହେଲେବି ସ୍ୱାମୀସ୍ତ୍ରୀ ମଧ୍ୟରେ ପଡୁନାହିଁ ଯାହାଦ୍ୱାରା ଆପଣଙ୍କଉପରେ ଏସବୁ ପ୍ରଭାବ ପଡିଥାଏ। ଏଠି ଗୋଟେକଥା କହିବାପାଇଁ ଯାଉଛୁଯେ ଯଦି ଆପଣଙ୍କପରିବାରରେ ବାରମ୍ବାର କଳହ ସୃଷ୍ଟିହେଉଛି କିମ୍ବା ଅଶାନ୍ତି ଦେଖାଦେଉଛି ତାହେଲେ ଆପଣମାନେ ଗୋଟେ କାମକରନ୍ତୁ ଆପଣ ନିହାତି ଭାବେ ଗୀତାର ଭାଗବତ ପୁରାଣଶାସ୍ତ୍ର ଆଦିକୁ ପାଠକରନ୍ତୁ।
ଯାହାଦ୍ୱାରା ଆପଣଙ୍କଗୃହରେ ଲକ୍ଷ୍ମୀ ବାସକରିବେ ଏବଂ ନାନାବିଧ ମଙ୍ଗଳ ହୋଇଥାଏ। ତାହାଛଡା ଆପଣଙ୍କର ସନ୍ତାନମାନଙ୍କର ମଧ୍ୟ ମଙ୍ଗଳହୋଇଥାଏ।ଏସବୁକାର୍ଯ୍ୟ ଆପଣ ମାନେ ନିହାତିଭାବେ କରନ୍ତୁ ଆପଣଙ୍କ ପରିବାରରେ ନିହାତିଭାବେ ମଙ୍ଗଳହେବ। ଶେଷରେ ଗୋଟେକଥା ଜଣେଇଦେଉଛୁ ଯଦି ଆପଣଙ୍କଘରକୁ ଅତିଥିଆସୁଛନ୍ତି ତାହେଲେ ଅତିଥୀଙ୍କସେବା କରନ୍ତୁ। ଯାହାଦ୍ୱାରା ସବୁଠୁ ଅଧିକଲାଭ ହୋଇଥାଏ ଆପଣଙ୍କର।ସର୍ବଦେବୀଙ୍କର ଆଶୀର୍ବାଦମିଳିଥାଏ ଆପଣଙ୍କୁ। ଆପଣଙ୍କର ଯେଉଁଘରର ଯେଉଁ ଅମଙ୍ଗଳ ହେଉଥାଏ ତାହା ଦୂର ହୋଇଯାଇଥାଏ। ଘରପରିବାରରେ ଯେଉଁ କଳହ ସୃଷ୍ଟି ହେଇଥାଏ ତାହାମଧ୍ୟ ଦୂର ହୋଇଯାଇଥାଏ।ଏହିକାମକୁ ନିହାତିଭାବେ କରନ୍ତୁ। ଯାହାଦ୍ୱାରା ଆପଣଙ୍କ ପରିବାରରେ କୌଣସି କଳିସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖାଦେଉଛି ତାହେଲେ ଦୂର ହୋଇଯିବ।ଆଜିର ଦିନଟି ମଙ୍ଗଳମୟ ହେଉ!!

 

 

 

Leave A Reply

Your email address will not be published.