ଆଜିର ରାଶିଫଳ

0 190

ବିଛା ସଂକ୍ରାନ୍ତି ଓ ପ୍ରଥମାଷ୍ଟମୀ ,୨୦୨୨ମସିହା ନଭେମ୍ବରମାସ ୧୬ତାରିଖ(ବୁଧବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ.ସୁର୍ୟୋଦୟ ପ୍ରାତଃ ଘ୦୫/୫୯/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୪୫ ,କର୍କଟରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ନଡ଼ିଆ ଭକ୍ଷଣ ନିଷେଧ ।
🐏ମେଷ👉ଆପଣଙ୍କପାଇଁ ଏକ ଶୁଭଦିନ ହେବ। ବନ୍ଧୁପରିଜନଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତରହିବେ।ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକସ୍ଥଳକୁ ଭ୍ରମଣ ରେ ଯାଇପାରନ୍ତି । ଆକସ୍ମିକ ଧାନ ପ୍ରାପ୍ତିହେବ।
🐮ବୃଷ👉ଦିନଟି ଭଲରେ କଟିବ I ନୂତନ କର୍ମସଂସ୍ଥାନରେ ଯୋଗଦେବେ I କର୍ମକ୍ଷେତ୍ରରେ ଉନ୍ନତି I ପଦୋନ୍ନତିସହିତ ଦରମା ବୃଦ୍ଧିହେବ। ବନ୍ଧୁପରିଜନରେ ଆଦରଣୀୟ ହେବେ। ମାନସମ୍ମାନ ଏବଂ ଉପହାର ପାଇବେ ।
👩❤️👨ମିଥୁନ👉 ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜର ଅଭୀଷ୍ଟ ପୂରଣପାଇଁ ମିଥ୍ୟାର ଆଶ୍ରୟ ନେବେନାହିଁ। ପତ୍ନୀ, ପୁତ୍ର ସୁଖ ଅନୁଭବ କରିବେ। ଭୋଗୀ, ବିଳାସୀ ଓ ଧନାଢ଼୍ୟ ହୋଇପାରନ୍ତି।
🦀କର୍କଟ👉ନିଜର ପ୍ରତିଭାକୁ ବିକଶିତ କରିବାଲାଗି ବଡ଼ ସୁଯୋଗମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କଲାଗି ଦିନଟିଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ। ବନ୍ଧୁଙ୍କସହ ସମ୍ପର୍କ ମଧୁରହେବ।
🦁ସିଂହ👉ସାମାନ୍ୟକଥାରେ ବିବାଦ ଉପୁଜିପାରେ ।ପାରିବାରିକ ବିଷୟରେ ଉଦାସୀନ ରହିବେ । ବ୍ୟବସାୟ ଲାଭଜନକ ହେବ। ଅହଂକାରୀ ହୋଇପାରନ୍ତି। ବିବାହ ବିଳିମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟପ୍ରଦ ହୋଇପାରେ।
🙎♀️କନ୍ୟା👉 ବହୁ ଶୁଭଫଳର ଅଧିକାରୀହେବେ। ଭ୍ରାତୃ ସ୍ନେହ ଅତୁଟରହିବ। ସୁସ୍ଥ ଓ ନିରାମୟରହିବେ। ଶତ୍ରୁହନ୍ତା ହୋଇପାରନ୍ତି। କେତେକକ୍ଷେତ୍ରରେ ପଛଘୁଞ୍ଚା ଦେଇପାରନ୍ତି। ଚାକିରିକ୍ଷେତ୍ରରେ ସୁନାମ ଅର୍ଜନ କରିବେ।
⚖️ତୁଳା👉ସୃଜନଶୀଳ ହେବେ ।ପାରିବାରିକ କର୍ତବ୍ୟ ବଢିବ।ପ୍ରିୟବ୍ୟକ୍ତିଙ୍କ ସହିତ ସାକ୍ଷାତ ଉତ୍ସାହଜନକ ହେବ। ଶରୀର ଏବଂ ମନ ସତେଜ ରହିବ। ଅତ୍ୟଧିକ ଚିନ୍ତାଧାରା ଦ୍ୱାରା ମନ ବିଚଳିତ ହେବ। ଆଜି କାହାସହିତଆର୍ଥିକ ପ୍ରସଙ୍ଗରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିବେ।
🦂ବିଛା👉ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
🏹ଧନୁ👉ଆଧ୍ୟାତ୍ମିକ ଦିଗରେ ଅର୍ଥ ଖର୍ଚ୍ଚ କରିପାରନ୍ତି ।କୌଣସି ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। ମିଥ୍ୟା ଅପବାଦରେ ଅପମାନିତ ହେବେ। କାରବାରରେ ଉତ୍ଥାଣନ ପତନ ଲାଗିରହିବ। ସ୍ବାସ୍ଥ୍ୟପାଇଁ ଖର୍ଚ୍ଚ କରିବେ। ପାରିବାରିକ ପରିବେଶ ଆନ¦ଦାୟକ ରହିବ
🐊ମକର👉ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। କେତେକ ସ୍ଥାନରେ ବିବାଦଶୀଳ ହୋଇପାରନ୍ତି। କରଜ ଫେରସ୍ତ ପାଇବେ ।
🏺କୁମ୍ଭ👉ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଖୁସି ହେବ । ଘରେ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାରସଦସ୍ୟ। ସହିତ ଏକଉତ୍ସବର ପରିବେଶ ରହିବ । ସୁଖାଦ୍ୟ ଭୋଜନ କରିବେ । ପିଲାମାନଙ୍କ ପଢାପଢିକୁ ନେଇ ଚିନ୍ତିତରହିବେ । ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଲାଭଦାୟକ ଦିନ । ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ û
🐟ମୀନ👉ଆର୍ଥିକ ଯୋଜନା ଏବଂ ପୁଞ୍ଜି ବିନିଯୋଗରେ ଯତ୍ନବାନ ହୁଅନ୍ତୁ ।ଆପଣ କମ୍ ଏକାଗ୍ରତା ଏବଂ ଅସ୍ଥିରତା ଅନୁଭବ କରିବେ ଧାର୍ମିକକାର୍ଯ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମତଭେଦ ଦେଖାଦେବ । କୋର୍ଟକଚେରୀ ମାମଲାରେ ଜଡିତ ନହେବା ଭଲ ହେବ ।

ନୀତିବାଣୀ-ବେଳେବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖିବାପାଇଁ କିଛିକଥାକୁ ଅଣଦେଖା କରିବାକୁ ପଡିଥାଏ ,କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ 
ବାସ୍ତୁଟିପ୍ପଣୀ-ସାବଧାନ !! ଏହି ୫ଟିଜିନିଷ ହୋଇଥାଏ ଗରିବ ଓ ଦାରିଦ୍ର୍ୟତାର କାରଣ। ଭୁଲରେ ମଧ୍ୟ କରନ୍ତୁନାହିଁ ଏହି କାମ।
ହିନ୍ଦୁଧର୍ମରେ ମାତାଲକ୍ଷ୍ମୀଙ୍କୁ ଧନର ଦେବୀବୋଲି କୁହାଯାଏ। ମନାଯାଇଥାଏ ମାତାଲକ୍ଷ୍ମୀ ହିଁ ଧନର ଦାତ୍ରୀଅଟନ୍ତି । ମାତାଲକ୍ଷ୍ମୀଙ୍କ କୃପା ହେଲେ ଘରକୁ ଧନଧାନ୍ୟ ଓ ସୁଖସମୃଦ୍ଧି ଆସିଥାଏ । ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇଥାଏ । ଆଜି ଆମେ ମାତାଲକ୍ଷ୍ମୀଙ୍କ ବିଷୟରେ ଏମିତିକିଛି ଜିନିଷଜାଣିବା ଯାହା କରିବାଦ୍ୱାରା ମାତାଲକ୍ଷ୍ମୀଙ୍କ କୃପାଦୃଷ୍ଟି ଘର ଉପରେ ରହିବ ।ଏହାସହିତ ମାତାଲକ୍ଷ୍ମୀଙ୍କର ଏମିତି କିଛିକାର୍ଯ୍ୟ ଅଛି ଯାହା କରିବାଦ୍ୱାରା ମଣିଷକୁ ସବୁବେଳେ ଦାରିଦ୍ର୍ୟତା ଲାଗିରହିଥାଏ। ମାତାଲକ୍ଷ୍ମୀ କହିଛନ୍ତିଯେ , ଯେଉଁଘରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଗାଈଘିଅର ଦ୍ଵୀପ ଜଳଯାଇଥାଏ ସେହିଘରେ ସବୁ ଦେବୀଦେବତା ବାସ କରିଥାଆନ୍ତି । ସେହିଘରର ଲୋକମାନେ ସବୁବେଳେ ସୁଖରେ ରହି ଥାଆନ୍ତି ।
ସେହିଘର କେବେ ବି ଦୁଃଖଦାରିଦ୍ର୍ୟ ଦେଇ ଗତି କରନ୍ତିନାହିଁ । ଏହାସହିତ ଯଦି ଆପଣ ଙ୍କ ଘରକୁ କୌଣସି କୁଣିଆ ଆସୁଛନ୍ତି ତେବେ ତାଙ୍କୁ ପାଣିଗ୍ଲାସ ପିଇବାପାଇଁ ଦେବା ଉଚିତ୍ ଏହାଦ୍ଵାରା ସବୁ ଅଶୁଭଶକ୍ତି ଘରୁ ଦୂରେଇଯାଇଥାଏ।ଘରେ ସବୁବେଳେ ମହୁ ରଖିବାସ୍ଥାନ ସଫାସୁତୁରା ଓ ପରିଷ୍କାର ରଖିବା ଦରକାର।ଜୀବନରେ ମହୁକୁ ସବୁଠୁ ପବିତ୍ର ବୋଲି କୁହାଯାଏ । ମହୁରହିଲେ ଘରେ ସକାରାତ୍ମକଶକ୍ତି ରହିଥାଏ। ଏମିତି ମନାଯାଇ ଥାଏଯେ , ଘରେ ମହୁ ରଖିବାଦ୍ଵାରା ସର୍ବଦା ପବିତ୍ରତା ଲାଗିରହିଥାଏ । ଏବେଜାଣିବା ଘରେ କେଉଁସବୁ ଜିନିଷ ରଖିବାଦ୍ଵାରା ମାତାଲକ୍ଷ୍ମୀ ଘରେ ବାସ କରନ୍ତିନାହିଁ ।
୧:- ମାତାଲକ୍ଷ୍ମୀ ସର୍ବଦା ସଫାସୁତୁରାଘରେ ଓ ସୁଗନ୍ଧିତପରିବେଶକୁ ପସନ୍ଦ କରିଥାଆନ୍ତି । ଯେଉଁଘରେ ସବୁବେଳେ ଅପରିଷ୍କାର ପରିବେଶଥାଏ ଓ ଦୁର୍ଗନ୍ଧ ବାହାରୁଥାଏ ସେହିଘରେ ମାତାଲକ୍ଷ୍ମୀ କେବେମଧ୍ୟ ବାସ କରନ୍ତିନାହିଁ। ସେହିଘରଲୋକ ଯେତେବି କାର୍ଯ୍ୟକରିଲେ ମଧ୍ୟ ପଛୁଆ ରହିଥାଆନ୍ତି । ସେହିଘରର ଲୋକମାନେ ଉନ୍ନତି କରିପାରନ୍ତିନାହିଁ ।
୨:- ମହିଳାମାନେ ପୂଜା ସମୟରେ କିଛି ଜିନିଷର ଧ୍ୟାନ ଦେବାଉଚିତ୍ । କାରଣ ଏହିସବୁ ଛୋଟଭୁଲ୍ ଯୋଗୁ ଘରେ ଦାରିଦ୍ର୍ୟ ଦେଖାଯାଇଥାଏ । ମହିଳାମାନେ ଧ୍ୟାନରଖିବା ଉଚିତ୍ ଯେ ପୂଜାକରିବା ସମୟରେ ହାଇମାରିବା ଠିକ୍ ନୁହେଁ। ଏହା କରିବାଦ୍ଵାରା ସବୁଦେବୀ ଦେବତା କ୍ରୋଧିତ ହୋଇଥାଆନ୍ତି।
୩:- କିଛିଲୋକ ଏମିତିଅଛନ୍ତି ଯେଉଁମାନେ ବାହାରୁଆସି ଗୋଡ଼ହାତ ନଧୋଇ ବେଡ୍ ଉପରେ ଶୋଇ ଯାଇଥାଆନ୍ତି । ଏହାକରିବାଦ୍ଵାରା ରୋଗହେବା ସହିତ ଅନେକପ୍ରକାର ବାସ୍ତୁଦୋଷ ଦେଖାଯାଏ । ବାହାରୁଆସି ପ୍ରଥମେ ଗୋଡ଼ହାତଧୋଇ ଘରକୁ ପ୍ରବେଶ କରନ୍ତୁ ।
୪:- ସବୁବେଳେ ବାହାରୁ ଆସିବାପରେ ଜୋତା ଓ ଚପଲକୁ ଠିକଭାବେ ରଖିବେ । କେବେବି ଜୋତା ଓ ଚପଲକୁ ଏଣେତେଣେ ଫିଙ୍ଗିବେନାହିଁ । ଧ୍ୟାନଦେବେଯେ , ଜୋତା କି ଚପଲ ଯେପରି ଓଲଟା ନରୁହେ ।
୫:- ରୋଷେଇଘରକୁ ସବୁବେଳେ ସଫାସୁତୁରା ରଖିବାଆବଶ୍ୟକ । ରୋଷେଇଘର ସଫାସୁତୁରା ରହିବାଦ୍ଵାରା ମାତାଲକ୍ଷ୍ମୀଙ୍କ ସହିତ ଅନ୍ନପୂର୍ଣ୍ଣା ଘରେ ବାସକରିଥାଆନ୍ତି। ସକାଳୁ ସବୁବେଳେ ଶୀଘ୍ର ଉଠନ୍ତୁ । ସକାଳୁ ଶୀଘ୍ର ଉଠିବାହିଁ ଧନୀହେବାର ସବୁଠୁ ବଡ଼ କାରଣ । ଆଜିର ଦିନଟି ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.