ଆଜିର ରାଶିଫଳ

0 200

ଦେବଦୀପାଵଲ୍ୟୁତ୍ସବ ଆରମ୍ଭ ,୨୦୨୨ ମସିହା ନଭେମ୍ବର ମାସ ୨୨ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୨/୨୨ ,ସୂର୍ଯ୍ୟାସ୍ତ  ଘ୦୫/୦୨/୧୨ ,ମକରରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ,ବିରି ଭକ୍ଷଣ ନିଷେଧ ।
ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ।
ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସି ଲାଗି ଧ୍ୟାନ ଦେବାକୁ ହେବ। ଛାତ୍ରଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ।
ମିଥୁନ-ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।
କର୍କଟ-ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା ଅଛି। ବ୍ୟାଙ୍କରେ ଅର୍ଥ କାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
କନ୍ୟା-ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କ ବାଲାନ୍ସା ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।
ତୁଳା-ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
ବିଛା-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଅଧୁରା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ।
ଧନୁ-କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।
ମକର-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।
କୁମ୍ଭ-ମସ୍ତିଷ୍କରେ ଘୂରିବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।
ମୀନ-ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବନାହିଁ। କାର‌୍ୟ୍ୟକ୍ଷେତ୍ରରେ ନୂଆସୁଯୋଗ ପାଇବେ। ବାହନ କିଣିବାଲାଗି ଦିନଟି ଶୁଭ।

ନିତୀବାଣୀ-ଅତି ଆପଣାରଲୋକଙ୍କୁ ପାଖରେପାଇଲେ ସ୍ୱର୍ଗଟା ହାତମୁଠାରେ ପରିଲାଗେ କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡେଇଦେଲେ ବଞ୍ଚିଥାଉ ଥାଉ ମଲାପରି ଲାଗେ।
ବାସ୍ତୁଟିପ୍ପଣୀ-ଭୁଲରେ କେବେବି କେଉଁଜିନଷକୁ ମୁଣ୍ଡପାଖରେ ରଖି ଶୋଇବେନାହିଁ, ନହେଲେ ସବୁବେଳେ ଦେଖାଦେବ ଆର୍ଥିକ ସମସ୍ୟା-
ବାସ୍ତୁଶାସ୍ତ୍ରର ଜୀବନରେ ବିଶେଷ ମହତ୍ବ ରହିଛି। ବାସ୍ତୁ ମଣିଷରଜୀବନକୁ ବିଭିନ୍ନପ୍ରକାରରେ ପ୍ରଭାବିତକରିଥାଏ। ଘରରଦିଗ ଓ ଘରେ ରଖାଯାଇଥିବା ବସୁଜିନିଷର କିଛିନାକିଛି ଅର୍ଥ ନିଶ୍ଚୟରହିଥାଏ। ଶୋଇବାସମୟରେ ମୁଣ୍ଡ ପାଖରେ ରଖାଯାଇଥିବା କିଛିଜିନିଷ ବାସ୍ତୁଦୋଷର କାରଣହୋଇଥାଏ। ତେବେ ଆସନ୍ତୁଜାଣିବା ଶୋଇବା ସମୟରେ ମୁଣ୍ଡଉପରେ କେଉଁସବୁ ଜିନିଷରଖିବା ଉଚିତ୍ ନୁହେଁ।
ବହି କିମ୍ବା ମାଗାଜିନ୍: ଶୋଇବାବେଳେ ମୁଣ୍ଡପାଖରେ କେବେବି ନ୍ୟୁଜପେପର ଓ ମାଗାଜିନ୍ ଆଦି ଜିନିଷ ରଖନ୍ତୁ ନାହିଁ। ଏଭଳି କରିବାଫଳରେ ଜୀବନରେ ନକାରତ୍ମକଫଳ ମିଳିଥାଏ। ଜୀବନରେ ଅନେକସମସ୍ୟା ଦେଖାଦିଏ।
ପାଣିବୋତଲ:-ମୁଣ୍ଡପାଖରେ ପାଣିଭର୍ତ୍ତି ପାତ୍ର କିମ୍ବା ବୋତଲ ରଖନ୍ତୁନାହିଁ। କାରଣ ଏହାଦ୍ବାରା ଚନ୍ଦ୍ରଗ୍ରହ ପ୍ରଭାବିତ ହୋଇଥାଏ, ଯାହାକ ମାନସିକରୋଗର ବିପଦ ସୃଷ୍ଟିକରେ।
ପର୍ସ:-ମୁଣ୍ଡପାଖରେ କିମ୍ବା ତକିଆତଳେ ପର୍ସରଖି ଶୋଇବା ଉଚିତନୁହେଁ। ଏଭଳିକଲେ ଜୀବନରେ ଆର୍ଥିକସମସ୍ୟା ସାମନା କରିବାକୁ ପଡିପାରେ।
ଯୋତା;-ଅଧିକାଂଶଲୋକ ଶୋଇବାବେଳେ ବେଡ୍‌ର ଆଖପାଖରେ ଜୋତା-ଚପଲ ବାହାରକରି ରଖିଦିଅନ୍ତି। ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ। ଜୀବନରେ ନକାରତ୍ମକପ୍ରଭାବ ପକାଇଥାଏ।
ତେଲ:-ବାସ୍ତୁଅନୁସାରେ, ମୁଣ୍ଡପାଖରେ ତେଲବୋତଲ ରଖିବା ଉଚିତନୁହେଁ। ଏହାଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟାର ସାମନାକରିବାକୁ ପଡିଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.