ଆଜିର ରାଶିଫଳ

0 193

ମହୋଦଧି ଅମାବାସ୍ୟା ଓ ଶ୍ରୀମନ୍ଦିରେ ମଧ୍ୟ ଦେବଦୀପାବଳୀ ,୨୦୨୨ ମସିହା ନଭେମ୍ବର ମାସ ୨୩ ତାରିଖ (ବୁଧବାର) ମାର୍ଗଶୀରମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୩/୦୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୦୫ ,କର୍କଟରାଶିର ଘାତବାର ,ଅମାବାସ୍ୟାର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ମାଛ, ମାନ୍ସ ଭକ୍ଷଣ ନିଷେଧ ।
ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ-ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ-ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସିଂହ-ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
କନ୍ୟା-ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସିକାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ମୀନ-ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ନିତୀବାଣୀ-ସମୟ, ସମ୍ପର୍କ , ସାଙ୍ଗ ଆଉ ସ୍ବାସ୍ଥ୍ୟର ଜବଗ୍ଧର ଲେଖାନଥାଏ, କିନ୍ତୁ ହରାଇବାପରେ ଏସବୁର ଠବକ୍ଷଙ୍କର ଜଣାପଡ଼ିଥାଏ ।
ବାସ୍ତୁଟିପ୍ପଣୀ-ଜାଣିଛନ୍ତି କି ପୂଜାରେ କାହିଁକି ବ୍ୟବହାର ହୁଏ ଗୋଗୁଳଧୂପ, ଜାଣନ୍ତୁ ଏହାର ଚମତ୍କାରିତାଗୁଣ ବିଷୟରେ…
ପ୍ରତ୍ୟେକ ହିନ୍ଦୁପରିବାରରେ ଦୈନନ୍ଦିନପୂଜାରେ ବିଭିନ୍ନପ୍ରକାରର ସାମଗ୍ରୀ ବ୍ୟବହୃତ ହୁଏ । ଏହାସହିତ ଅନେକ ପ୍ରକାରର ସୁଗନ୍ଧିତଧୂପ-ଦୀପ ମଧ୍ୟ ଜଳାଯାଏ । ନବରାତ୍ରୀମହୋତ୍ସବ ଯେତିକି ପାଖେଇଆସୁଛି ବଜାରରେ ସେମାନଙ୍କର ଚାହିଦା ବୃଦ୍ଧିପାଇଛି।ଏହାର କାରଣହେଉଛି ଯେ ଏକ ଶୁଦ୍ଧ ଏବଂ ସୁଗନ୍ଧିତ ପରିବେଶରେ ପ୍ରଭୁ ଶୀଘ୍ର ତାଙ୍କ ଭକ୍ତମାନଙ୍କର ଇଚ୍ଛା ପୂରଣକରନ୍ତି । କିନ୍ତୁ ଏସବୁଭିତରେ ଗୋଗୁଳଧୂପର ଅଧିକ ମହତ୍ୱ ରହିଛି । ଗୋଗୁଳ ଧୂପ କେବଳ ବାୟୁମଣ୍ଡଳକୁ ସୁଗନ୍ଧିତ କରେନାହିଁ, ବରଂ ଏହାର ବହୁ ଔଷଧୀୟଗୁଣ ମଧ୍ୟରହିଛି । ତେବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ବିଷୟରେ
ଚାପରୁ ମୁକ୍ତି ପ୍ରଦାନକରେ:-ଗୋଗୁଳଧୂପ ଜଳାଇବାର ଅନେକ ଲାଭଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହା ପରିବାରରେ ସୃଷ୍ଟିହେଉଥିବା ଟେନସନକୁ ହ୍ରାସ କରିଥାଏ । ଏହାମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀମଧ୍ୟରେ ସୃଷ୍ଟିହେଉଥିବା ବିଭେଦକୁ ଦୂରକରିଥାଏ ।
ନକାରାତ୍ମକତାକୁ ଦୂରରେ ରଖିଥାଏ:-ଘରେ ଗୋଗୁଳଧୂପ ଜାଳିବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ଦୂରେଇ ରହିଥାଏ । ଜ୍ୟୋତିଷଶାସ୍ତ୍ରରେ ପ୍ରତିକାରସ୍ୱରୂପ କୁହାଯାଇଛିଯେ, ଘରେ ଗୋଗୁଳଧୂପ ୭ଦିନପର୍ଯ୍ୟନ୍ତ ଲଗାଇବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ପଳାଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।
ଅନେକପ୍ରକାରର ତ୍ରୁଟିରୁ ମୁକ୍ତିପାଇବେ:-ଅନେକଥର ରାଶିଫଳର ଯେକୌଣସି ଗ୍ରହହେତୁ ବସ୍ତୁଦୋଷ ଉତ୍ପନ୍ନହୁଏ । ଯେଉଁକାରଣରୁ ଅନେକପ୍ରକାରର ବିଫଳତା ଘଟେ । ଏହିପରିସ୍ଥିତିରେ ଗୋଗୁଳଧୂପର କିଛି ପ୍ରୟୋଗ କରିବାଦ୍ୱାରା ଅନେକପ୍ରକାରର ସମସ୍ୟାର ସମାଧାନହେବ ।
ରୋଗରୁ ରକ୍ଷାକରେ:-ଗୋଗୁଳ କେବଳ ଜ୍ୟୋତିଷଗୁଣରେ ପରିପୂର୍ଣ୍ଣନୁହେଁ ବରଂ ଏହାର ଔଷଧୀୟଗୁଣ ମଧ୍ୟ ଅଛି, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ ।ବର୍ଷାଋତୁରେ ଏହାକୁ ବ୍ୟବହାର କରିବାଦ୍ୱାରା ଅନେକପ୍ରକାରର କ୍ଷତିକାରକ ଜୀବାଣୁ ବିସ୍ତାର ହୁଏନାହିଁ ଏବଂ ବାୟୁରେ ଥିବାଜୀବାଣୁ ମଧ୍ୟ ଏହାଦ୍ୱାରା ନଷ୍ଟହୋଇଯାଏ । ମାନସିକ ଥକାପଣ ଦୂର କରିବାରେ ଏହାମଧ୍ୟ ଉପଯୋଗୀ ।ଆଜିର ଦିନଟି ମଙ୍ଗଳମୟ ହେଉ!!
ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.