ଆଜିର ରାଶିଫଳ

0 294

କୁରାଳପଞ୍ଚମୀ ,୨୦୨୨ ମସିହା ନଭେମ୍ବର ମାସ ୨୮ତାରିଖ (ସୋମବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୦୬/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୨/୧୩ ,ମିଥୁନରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପ୍ରାବଣଶ୍ରାଦ୍ଧ ,ବେଲ , ନିମ୍ବ ଭକ୍ଷଣ ନିଷେଧ ।
ମେଷ-ଆଜି ରାହୁ ଓ ଚନ୍ଦ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କସହ ସାମାନ୍ୟ ତିକ୍ତତା ସୃଷ୍ଟିହୋଇପାରେ। ସାମାଜିକସ୍ତରରେ ମନଭୁଲାଣିଆ କଥାକହି ପରିସ୍ଥିତିକୁ ସମ୍ଭାଳିନେବେ। ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହିତ୍ୟ, ସଙ୍ଗୀତକ୍ଷେତ୍ରରୁ ସୁଫଳମିଳିବ। ପ୍ରତ୍ୟେକକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହେବେ।
ବୃଷ-ଆପଣ କଥାବାର୍ତ୍ତାର ମଙ୍ଗଳଜନିତ କଠୋରତାହେତୁ ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ଫାଇଲ୍ କାମବୃଦ୍ଧି କାରଣରୁ ଘରକଥା ବୁଝିବାକୁ ସମୟ ପାଇବେନାହିଁ। ଅର୍ଥସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ନୂତନଭାବରେ ନିର୍ମାଣହୋଇଥିବା ଗୃହସଜ୍ଜାରେ ମନୋନିବେଶକରି ଖୁସି ହେବେ।
ମିଥୁନ-କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିପାରିବେନାହିଁ। ପୁନଶ୍ଚ ଷଷ୍ଠାଧିପତିଙ୍କ ପ୍ରଭାବରେ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ସହକର୍ମୀଙ୍କପାଇଁ ନିଜେ ହଇରାଣହେବେ ଏବଂ ଟେନ୍‌ସନ କିଛିମାତ୍ରାରେ ଲାଗିରହିବ। ପରିବାରରେ ଅବହେଳା ପ୍ରଦର୍ଶନକରି ସମାଲୋଚିତ ହୋଇପାରନ୍ତି ।
କର୍କଟ-କେନ୍ଦ୍ରସ୍ଥ ଶନି ଓ ରାହୁଙ୍କସୁପ୍ରଭାବରୁ ଦୁଃସାହସିକ ପଦକ୍ଷେପନେଇ ସମସ୍ୟାକୁ ସୁଧାରିନେବେ । କର୍ମକ୍ଷେତ୍ରରେ ଧୀରେ ସୁସ୍ଥେ ଗତିକରି ସଫଳତାପାଇବେ। ସନ୍ତାନହେତୁକ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟବସାୟ ଓ ପରିବହନପାଇଁ ବିଶେଷ ଅସୁବିଧା ହେବନାହିଁ। ପରୋକ୍ଷଶତ୍ରୁତା ସାମୟିକ ବାଧା ସୃଷ୍ଟିକରିପାରେ।
ସିଂହ-ତୃତୀୟସ୍ଥ ଏକାଧିକ ଗ୍ରହଜନିତ ପାରିବାରିକକ୍ଷେତ୍ରରେ କେତେକ ସାମାନ୍ୟଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ମନରବଳ ଖୁବ୍ ଟାଣରହିବ ଏବଂ ଜିଦ୍‌ରେ ଅଟଳରହିବେ। ଆଜିର ଫେରିବାବାଟରେ କୌଣସି ଅପରିଚିତଙ୍କ ସହ ମିତ୍ରତା ସୃଷ୍ଟିକରିପାରନ୍ତି । କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା-ଧନସ୍ଥାନରେ ଗ୍ରହଙ୍କ ସମାବେଶହେତୁ ଆର୍ଥିକଅନଟନ କର୍ମକ୍ଷେତ୍ରକୁ ପ୍ରଭାବିତକରିବ। ଦୁର୍ଭାବନା ବଢ଼ିଚାଲିବା ଫଳରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେନାହିଁ। ନୂତନ କର୍ମାରମ୍ଭରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ସ୍ଥଗିତକାମଟି ଜଣେବନ୍ଧୁଙ୍କ ସହଯୋଗରୁ ହାସଲ ହେବାର ଆଶାରହିଛି।
ତୁଳା-ସପ୍ତମସ୍ଥାନକୁ ଏକାଧିକଗ୍ରହ ଦୃଷ୍ଟିହେତୁ ବହୁଲୋକଙ୍କ ଉପସ୍ଥିତିରେ ପାରିବାରିକସମସ୍ୟାର ସମାଧାନ ହୋଇପାରେ। ବନ୍ଧୁଗହଣରେ ଅପ୍ରିୟ ସତକଥାକହି ବିରୋଧୀ ହୋଇପାରନ୍ତି।ନୂତନକାର୍ଯ୍ୟରେ ହାତଦେବାକୁ ସ୍ଥିର କରିବେ। କ୍ରୀଡ଼ା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ସଫଳହେବେ।

ବିଛା-ଅଷ୍ଟମସ୍ଥ ମଙ୍ଗଳଜନିତସମସ୍ୟା ଲାଗିରହିବ ଓ ପେଟ, ପିଠିରୋଗରେ କଷ୍ଟପାଇବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିରକାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ। କୌଣସି ଯୁବକଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ପିଲାମାନଙ୍କପାଇଁ ଗର୍ବ ଅନୁଭବ କରିବେ।
ଧନୁ-ଶନିଦୃଷ୍ଟ ଗୁରୁଜନିତ ଯୋଜନାଗୁଡିକୁ ଠିକ୍ ଭାବରେ ବଦଳାଇବାପାଇଁ କଷ୍ଟକରହେବ । ସାମାଜିକସ୍ତରରେ ବାଦବିବାଦକ୍ରମେ ଜଟିଳହେବ ଓ ସଫଳତା ହାସଲକରିବେ। କୌଣସି ଅଭାବନଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଗୁରୁପାକଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ।
ମକର-କ୍ରନିକ ରୋଗଜନିତ ଦୈହିକ ଦୁର୍ବଳତାଯୋଗୁ ମନୋବଳ କମିଯାଇପାରେ। ତଥାପି ସ୍ଥଗିତରହିଯାଇଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନହୋଇଯିବ। ବନ୍ଧୁଙ୍କନିକଟରୁ ବକେୟାଅର୍ଥ ଆଦାୟକରିବାରେ ସକ୍ଷମହେବେ। ଆଲୋଚନାସମୟରେ ଅପ୍ରିୟ ସତକଥାକହି ବିରୋଧୀ ହୋଇପାରନ୍ତି।
କୁମ୍ଭ-ଦୁଃସ୍ଥାନସ୍ଥ ଗ୍ରହଜନିତ ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନହେବେ। ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିହୋଇପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେପଡିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ।
ମୀନ-କେନ୍ଦ୍ରସ୍ଥ ମଙ୍ଗଳଜନିତ କାରଣରୁ ଧୈର୍ଯ୍ୟରସହ ସମସ୍ୟାର ମୁକାବିଲାକରିବେ। ଆଜିଦିନ ମଧ୍ୟରେ ଘରକାମ ଛାଡ଼ି ବାହାରକାମରେ ବେଶିସମୟ କଟାଇବେ। ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବ। ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।

ନିତୀବାଣୀବିଶ୍ୱାସ ଏମିତି ଏକ ଅଦୃଶ୍ୟ ଶକ୍ତି ଯାହା ଦ୍ୱାରା ମଣିଷ କଠିନ ରୁ କଠିନ କାର୍ଯ୍ୟ କୁ ବି କରିବାକୁ ସକ୍ଷମ ହେଇଥାଏ।
ବାସ୍ତୁଟିପ୍ପଣୀତୁଳସୀ ସ୍ଥାପନା ସମ୍ପର୍କରେ ଶୁଭ-ଅଶୁଭ
ସନାତନସଂସ୍କୃତିରେ ତୁଳସୀପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକଘର ଅଗଣାରେ ତୁଳସୀଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀପୂଜା କରିବାର ବିଧିରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେସମ୍ପର୍କରେ ଅନେକ ନିୟମରହିଛି। ଏଥିରେ ବ୍ୟତିକ୍ରମଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁକେଉଁ ସ୍ଥାନରେ ତୁଳସୀଗଛ ସ୍ଥାପନା କରାଯିବାପାଇଁ ବାରଣରହିଛି ।
ଜାତକରେ ବୁଧଗ୍ରହ ଖରାପଥିଲେ ଛାତଉପରେ ତୁଳସୀଗଛ ରଖନ୍ତୁନାହିଁ।
ଦକ୍ଷିଣଦିଗରେ ତୁଳସୀଗଛ ଲଗାଇବା ଉଚିତନୁହେଁ।
ତୁଳସୀଗଛ ନିକଟରେ ଅନ୍ୟ କୌଣସିଗଛ କିମ୍ବା ଲତାଜାତୀୟଗଛ ଲଗାଇବା ଉଚିତନୁହେଁ।
ଘରଅଗଣାରେ ତୁଳସୀଗଛଥିଲେ, ସେଠାରେ ଜୋତା, ଚପଲ ଓ ଛାଞ୍ଚୁଣି ଆଦି ରଖନ୍ତୁନାହିଁ।
ତୁଳସୀଗଛକୁ ରାତିରେ ପାଣି ଦିଅନ୍ତୁନାହିଁ।
ଯଦି ବାଲ୍‌କୋନିରେ ତୁଳସୀଗଛ ରଖିଛନ୍ତି, ତେବେ ସେଠାରେ କେଶ କୁଣ୍ଡାନ୍ତୁନାହିଁ। ତୁଳସୀଗଛ ଉପରେ କେଶ ଉଡ଼ି ପଡ଼ିବା ଅଶୁଭହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.