ଆଜିର ରାଶିଫଳ

0 237

୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖ (ରବିବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୫/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୪ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଚର୍ତୁଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ବେଲ ଭକ୍ଷଣ ନିଷେଧ ।
ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲାଭଳି କଥାକହି ବନ୍ଧୁଙ୍କୁ ଆପଣେଇନେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବୃଷ-ପ୍ରତ୍ୟେକକ୍ଷେତ୍ରରେ ଆପଣଙ୍କ ମନରବଳ ଖୁବ୍ ଟାଣରହିବ ଏବଂ ଜିଦ୍‌ରେ ଅଟଳରହିବେ। ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ମଧ୍ୟରେ ଗତିକଲେ ମଧ୍ୟ କିଛି ଅସୁବିଧାହେବନି। ସହକର୍ମୀଙ୍କ ଅକାଟ୍ୟଯୁକ୍ତିକୁ ଗ୍ରହଣକରିବାକୁ ବାଧ୍ୟହୋଇପାରନ୍ତି । ପୈତୃକସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ-ଲୁଚିରହିଥିବା ମନରଦୁଃଖକୁ ଲୁଚାଇ ବନ୍ଧୁମାନଙ୍କ ସମ୍ମୁଖରେ ହସିହସି କଥାକହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁନାହିଁ । ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଉଚ୍ଚଫଳପ୍ରାପ୍ତି ହୋଇପାରେ। ପାରିବାରିକକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନହେବ।
କର୍କଟ-ଆକସ୍ମିକଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ସ୍ଥଗିତକାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟକରିବ। ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟରସହ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ସମର୍ଥହେବେ। ସ୍ବାସ୍ଥ୍ୟ ଓ ପାରିବାରିକସ୍ଥିତିରେ ଆଂଶିକଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦାଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସିଂହ-ପାରିବାରିକକ୍ଷେତ୍ରର ବିଭିନ୍ନପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ମଧୁରବାକ୍ୟ କହି ନିଜରକାର୍ଯ୍ୟ ହାସଲ କରିନେବେ। ସାମାଜିକସ୍ତରରେ ସମ୍ମାନ ଲାଭକରିବେ। କେତେକକ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତକଥାକହି ବିରୋଧୀ ହୋଇପାରନ୍ତି ।

କନ୍ୟା-ଅତି ନିକଟତରବନ୍ଧୁଙ୍କସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପଦୃଷ୍ଟିରେ ଦେଖିବେ। ଈର୍ଷାପରାୟଣମନୋଭାବ ନେଇ ମିତ୍ରମାନେ ପରୋକ୍ଷଭାବେ ଶତ୍ରୁତା ଆଚରଣକରିବେ। ରୋଗ, ଋଣ ଓ ପରୋକ୍ଷଶତ୍ରୁତା ଯୋଗୁ ବ୍ୟସ୍ତରହିପାରନ୍ତି। କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟବ୍ୟକ୍ତି ସହାୟତାକରିବେ।
ତୁଳା-ପରିସ୍ଥିତିକୁ ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟାଭାଷଣରୁ ସମାଲୋଚନାରପାତ୍ର ହେବାକୁପଡ଼ିପାରେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲମାର୍ଗର ଅନୁସରଣକରିବେ। ଭୁଲଖବରପାଇ ସାମୟିକଭାବରେ ବିବ୍ରତହୋଇପାରନ୍ତି। ପାରିବାରିକ ଅଶାନ୍ତିକାରଣରୁ ଅନ୍ୟମନସ୍କ ରହିପାରନ୍ତି।
ବିଛା-ସାଧାରଣଘଟଣାକୁ କେନ୍ଦ୍ରକରି ବନ୍ଧୁଙ୍କସହ ମନୋମାଳିନ୍ୟଯୋଗୁ ମନ ଉଦାସରହିବ। ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇଦେଇପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । ଜ୍ୟେଷ୍ଠାନକ୍ଷତ୍ର ସକାଶେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତିକ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
ଧନୁ-ପ୍ରତିଦ୍ୱନ୍ଦ୍ୱୀଙ୍କସହିତ ଆପୋସ ଆଲୋଚନାଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଉତ୍ତରାଷାଢ଼ାନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସିକାମ ଉତ୍ସାହପ୍ରଦ ହେବନାହିଁ। ସ୍ବାସ୍ଥ୍ୟସମସ୍ୟା ଯୋଗୁ ମାନସିକସୁସ୍ଥତା ବ୍ୟାହତ ହୋଇପାରେ। ଅଫିସିଆଲି କାମରେ ଅପରାହ୍ନରେ ସମସ୍ୟାର ସମାଧାନହୋଇଯିବ।
ମକର-ପ୍ରିୟଜନଙ୍କସହ ଭୁଲ୍ ବୁଝାମଣାରୁ ଅଶାନ୍ତିକରପରିବେଶ ସୃଷ୍ଟିହେବ। ଅବଶ୍ୟ ପାରିବାରିକସ୍ଥିତିରେ ଉନ୍ନତି କରିବେ। ତଥାପି ମାନସିକଅସ୍ଥିରତା କାରଣରୁ କେତେକକ୍ଷେତ୍ରରେ ଅନ୍ୟମନସ୍କ ହୋଇପାରନ୍ତି। କର୍ମକ୍ଷେତ୍ରପ୍ରତି ଉଦାସୀନ ରହି ସମାଲୋଚିତ ହୋଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ ନିଜଉପରେ ନ୍ୟସ୍ତଥିବାକାର୍ଯ୍ୟକୁ ଏକାଗ୍ରତାସହ ତୁଲାଇବେ । ସରକାରୀସ୍ତରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ବନ୍ଧୁଙ୍କସହାୟତାରେ ହଠାତ୍ ହୋଇଯିବ। ବନ୍ଧୁମାନଙ୍କଗହଣରେ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମୀନ-ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥହେବେ । ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘଦିନର କ୍ରନିକ୍ ରୋଗର ପ୍ରାଦୁର୍ଭାବ ଫଳରେ ଶାରୀରିକଅବସ୍ଥାରେ ଉନ୍ନତିଘଟିବ। ଶତ୍ରୁମାନେ ସମ୍ମୁଖରେ ନହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚନାମତ୍କ କଥା କହିପାରନ୍ତି।

ନିତୀବାଣୀ-ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମମାନଙ୍କସହ ଲୁଚକାଳି ଖେଳୁଛି,କେବେ ସମୟଭିତରେ ନିଜକୁ ଛନ୍ଦିଦିଅ ସମୟର ତାଳରେ ନିଜ ଗୋଡହାତ ବାନ୍ଧିଦିଅ ଦେଖ ସମୟ ଖୁବ୍ ଆପଣାର ଲାଗିବ।
ବାସ୍ତୁଟିପ୍ପଣୀ-ଆସନ୍ତୁ ଜାଣିବା ଏପରିକିଛି ବସ୍ତୁବିଷୟରେ, ଯାହାକୁ ଦାନକଲେ ଆପଣଙ୍କର ଲାଭ ବଦଳରେ ହୋଇଥାଏ କ୍ଷତି
ସନାତନ ହିନ୍ଦୁଧର୍ମରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ବରହିଛି। କୁହାଯାଏଯେ, ଦାନକରିବାଦ୍ବାରା ପୁଣ୍ୟ ପ୍ରାପ୍ତିହେବା ସହ ମୋକ୍ଷ ମିଳିଥାଏ।ଶାସ୍ତ୍ରରେକୁହାଯାଇଛିଯେ, ନିଜର ସକ୍ଷମତାଅନୁଯାୟୀ ଦାନକଲେ ଜୀବନକାଳମଧ୍ୟରେ ସମସ୍ତସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁଅଛି, ଯାହା ଦାନକଲେ ଲାଭ ବଦଳରେ କ୍ଷତି ହୋଇଥାଏ।କାହାକୁ କଷ୍ଟଦେଇ ରୋଜଗାର କରିଥିବାଧନ ଦାନକରିବା ଉଚିତନୁହେଁ। ଏହିଦାନର କିଛି ଲାଭନାହିଁ। ଏହାର କୌଣସିସୁଫଳ ମଧ୍ୟ ମିଳିନଥାଏ।
ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ୍ ଆବଶ୍ୟକୀୟ ଏବଂ ଅଭାବୀଲୋକଙ୍କୁ ହିଁ ଦାନକରିବା ଉଚିତ। ଯେଉଁମାନେ ଦାନନେଇ ସନ୍ତୁଷ୍ଟ ହୋଇନଥାନ୍ତି ଏବଂ ଆହୁରି ଅଧିକ ଆଶାକରନ୍ତି, କିମ୍ବା ଦାତାଙ୍କୁ ଅପମାନିତକରନ୍ତି, ସେମାନଙ୍କୁ ଦାନଦିଆଯିବ ଉଚିତନୁହେଁ।
ପୁରୁଣା ଏବଂ ନିଜ ଉପଯୋଗରେ ନଆସୁଥିବା ପୁରୁଣାଜିନିଷ କେବେ କାହାକୁ ଦାନ କରନ୍ତୁନାହିଁ।ଘରେ ବ୍ୟବହୃତହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ର କୌଣସି ବିଜିନିଷ ଅନ୍ୟକୁ ଦାନ ଦିଅନ୍ତୁନାହିଁ ଏହାଦ୍ୱାରା ଅଶୁଭ ହେବାସହ ଧନହାନି ମଧ୍ୟ ହୋଇଥାଏ।
ଯଦିକାହାର ଶନିଦଶାପଡିଥାଏ ତେବେ, ତେଲ ଦାନଦ୍ୱାରା ଶନିଙ୍କକୋପରୁ ରକ୍ଷାମିଳିଥାଏ । କିନ୍ତୁ କାହାକୁ ଖରାପତେଲ ଦାନକରିବା ଦ୍ବାରା ଅନେକ କ୍ଷତିହେଇଥାଏ । ଘରେ ଅଶାନ୍ତି ଲାଗିରୁହେ।
ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଏପରି କଲେ ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଶରୀର ଖରାପ ହେଇଥାଏ।
ଝାଡ଼ୁ ମଧ୍ୟ ଦାନକରିବା ଅନୁଚିତ। ଏହାଦ୍ୱାରା ମାଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂ ଦାରିଦ୍ର‌୍ୟତା ଦେଖାଦେଇଥାଏ ବୋଲି ବିଶ୍ବାସ ରହିଛି।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.