ଆଜିର ରାଶିଫଳ

0 244

୨୦୨୨ ମସିହା ନଭେମ୍ବର ମାସ ୩୦ ତାରିଖ (ବୁଧବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ,ନକ୍ଷତ୍ର-ଧନିଷ୍ଠା.ସୁର୍ୟୋଦୟ ପ୍ରାତଃ ଘ୦୬/୦୭/୨୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୩ ,କର୍କଟ ରାଶି ର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ତାଳ ,ନାରିକେଳଭକ୍ଷଣ ନିଷେଧ ।
ମେଷ-ସପ୍ତମକେନ୍ଦ୍ରସ୍ଥ ଗ୍ରହପ୍ରଭାବରୁ ଆକସ୍ମିକଭାବରେ ଯାତ୍ରା କରିବାକୁ ବାଧ୍ୟହେବେ। ଦୀର୍ଘଦିନରୁଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ସହକର୍ମୀଙ୍କସହିତ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଆପୋସ ମିଳାମିଶାରୁ ପାରିବାରିକସମସ୍ୟାର ସମାଧାନ ଘଟିବାରେ କୌଣସି ଅସୁବିଧା ହେବନାହିଁ।
ବୃଷ-ରବିଙ୍କ ଦୁର୍ବଳତାଜନିତ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନଆଶା ନିରର୍ଥକ ହୋଇପାରେ। ଅସମ୍ପୂର୍ଣ୍ଣକାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେବାଲ୍ୟବନ୍ଧୁ ସାହାଯ୍ୟକରିବେ। ତରବରିଆକାମ ଯୋଗୁ ଦ୍ରବ୍ୟ ନଷ୍ଟ ହୋଇପାରେ। ଆଗାମୀ ମାଙ୍ଗଳିକକାର୍ଯ୍ୟସକାଶେ ଅଳଙ୍କାର ଓ ସୌଖୀନଦ୍ରବ୍ୟ କ୍ରୟ କରିପାରନ୍ତି।
ମିଥୁନ-ଆକସ୍ମିକ ଆବଶ୍ୟକତା ପୂରଣ କରିବାକୁଯାଇ ଆର୍ଥିକଅନଟନର ସମ୍ମୁଖୀନହେବାକୁ ପଡ଼ିପାରେ। ପ୍ରିୟଜନଙ୍କ ସହାୟତାରେ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଳସ୍ୟ ଓ ଅବହେଳା ଯୋଗୁ କୌଣସି ସୁଯୋଗ ହାତଛଡ଼ା ହୋଇପାରେ। ଅନ୍ୟର ବିସ୍ମୟଜନକ କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ-ମନ ଖୁସି ହେଲାଭଳି କୌଣସିଖବର ଅସମର୍ଥିତ ସୁତ୍ରରୁ ପାଇବେ। ଆର୍ଥିକସ୍ଥିତିରେ କ୍ରମ ଅବନତି ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କୌଣସିବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତହେବେ।
ସିଂହ-କର୍ମକ୍ଷେତ୍ରରେ ଇଚ୍ଛାବିରୁଦ୍ଧ କାମକରି ଅନୁତାପ କରିବାକୁ ପଡ଼ିପାରେ। ନିଜର ଫାଇଦାହାସଲ ସକାଶେ ବନ୍ଧୁବର୍ଗ ବିଭିନ୍ନ ଫନ୍ଦିଫିକର କରିପାରନ୍ତି। ଅସଂଯତ କାର୍ଯ୍ୟକଳାପପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ମିଥ୍ୟା ଭାଷଣରୁ ପଦସ୍ଥବ୍ୟକ୍ତି ସାମୟିକ ବିରକ୍ତି ପ୍ରକାଶକରି ଆପଣଙ୍କୁ ବିରୋଧ କରିପାରନ୍ତି।
କନ୍ୟା-ନିଜପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷରବାତାବରଣ ସୃଷ୍ଟି କରିପାରେ। କଠୋର ପରିଶ୍ରମ ଜନିତ ସନ୍ଧ୍ୟାରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅନ୍ୟମାନଙ୍କ ସହଯୋଗରେ ଆଜିର ଅପରାହ୍ନରେ ଖୋଜୁଥିବା ଜିନିଷଟି ପାଇଯିବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

 

ତୁଳା-ଦୀର୍ଘଦିନରଆଶା ପୂରଣହେବା ଦିଗରେ ଅନୁକୂଳପରିସ୍ଥିତି ସୃଷ୍ଟିହେବ। ବ୍ୟବସାୟ ଓ ବାଣିଜ୍ୟ, ପରିବହନାଦିରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। କାଲି ଯେଉଁଥିପାଇଁ ଚିନ୍ତାକରୁଥିଲେ, ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
ବିଛା-ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପାରନ୍ତି। ହଠାତ୍ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ବିଶାଖାନକ୍ଷତ୍ର ଉଚ୍ଚବର୍ଗଙ୍କ ସହାୟତା ପାଇବାସକାଶେ ବହୁତ କଷ୍ଟସ୍ବୀକାର କରିବାକୁ ପଡ଼ିପାରେ। ମିତ୍ରବନ୍ଧୁମାନଙ୍କ ଆବଶ୍ୟକ ସହଯୋଗ ହାସଲ କ୍ଷେତ୍ରରେ ସହାୟକହେବ।
ଧନୁ-କର୍ମକ୍ଷେତ୍ରରେ ଫାଇଲକାମ ବୃଦ୍ଧି ପାଇବାକାରଣରୁ ଘରକଥାବୁଝିବା ପାଇଁ ସମୟ ପାଇବେନାହିଁ। ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ହେବ। ସହକର୍ମୀମାନଙ୍କ ସହଯୋଗ କାମ ହାସଲ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମକର-କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଆନନ୍ଦ ଅନୁଭବକରିପାରନ୍ତି। ବନ୍ଧୁଙ୍କ ସହାୟତାରେ ପଡ଼ୋଶୀଙ୍କସହ ସୁସମ୍ପର୍କ ରକ୍ଷାକରିବାରେ ସମର୍ଥ ହେବେ। ସାଙ୍ଗଠନିକକ୍ଷେତ୍ରରେ ନେତୃତ୍ୱନେଇ ପ୍ରଶଂସିତ ହେବେ। ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ ଉଚ୍ଚ ଆଶା ସଫଳତା ଲାଭ କରିବ।
କୁମ୍ଭ-ବାସସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲରହିବ। ନୂତନ ଯୋଜନାପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କଠୋରବ୍ୟବହାର ସହକର୍ମୀଙ୍କମନରେ ଆଘାତ ସୃଷ୍ଟିକରିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସପାଇବ। ଆବଶ୍ୟକସ୍ଥଳେ ପଡ଼ୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦହେବନି।
ମୀନ-ପାରିବାରିକ ପ୍ରତିରୋଧ ଯୋଜନାରମ୍ଭରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟିକରିବ। ଯାନ୍ତ୍ରିକତ୍ରୁଟି ଶୀଘ୍ର ଲକ୍ଷ୍ୟସ୍ଥଳକୁ ଯିବାରେ ସମସ୍ୟାର କାରଣହୋଇପାରେ। ସାମାଜିକସ୍ତରରେ ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଆତ୍ମୀୟସ୍ବଜନଙ୍କ କୌଣସି ସମସ୍ୟା ଆପଣଙ୍କ ଶୁଭକାର‌୍ୟ୍ୟ ସମ୍ପନ୍ନ କ୍ଷେତ୍ରରେ ଆଶଙ୍କା ସୃଷ୍ଟି କରିବ।

ନିତୀବାଣୀ-ସମୟ ଏବଂ ଶିକ୍ଷକ ଏ ଦୁଇଜଣ ଆମକୁ ଶିକ୍ଷାଦିଅନ୍ତି , ତଫାତ୍ କେବଳ ଏତିକି ଶିକ୍ଷକ ଆମକୁ ଶିକ୍ଷାଦେଲା ପରେ ପରୀକ୍ଷା କରନ୍ତି ,ଆଉ ସମୟ ଆମକୁ ପରୀକ୍ଷା କଲାପରେ ଶିକ୍ଷା ଦିଏ ।
ବାସ୍ତୁଟିପ୍ପଣୀ-ଶୁଭଫଳ ପ୍ରାପ୍ତିର ସୂଚନା ଦେଇଥାଏ ଏହି ସଙ୍କେତ
ଦୈନନ୍ଦିନଜୀବନରେ ଆମ ସହିତ ଅନେକଗୁଡ଼ିଏଘଟଣା ଓ ଦୁର୍ଘଟଣାଘଟିଯାଏ। ଏସବୁକୁ ବିଚାରକରି କିଛି ଜିନିଷକୁ ଆମେ ଅଶୁଭ କହୁଥିବାବେଳେ ଆଉକିଛିକୁ ଶୁଭ ବୋଲି ବିଶ୍ବାସକରୁ। ତେବେ ଏହି ଶୁଭ ସଙ୍କେତଗୁଡ଼ିକ ହେଲା
ଛିଙ୍କ-ଘରୁ ବାହାରିଲାବେଳେ ଯଦି ଛିଙ୍କହୋଇଥାଏ ତେବେ ଏହାକୁ ଅଶୁଭବୋଲି କୁହାଯାଏ। ତେବେ ଏହା ସବୁବେଳେ ଅଶୁଭ ସଙ୍କେତ ଦେଇନଥାଏ। ଦୁଇ ବା ଏହାଠାରୁ ଅଧିକ ଛିକହେଲେ ଆପଣଙ୍କଯାତ୍ରା ମଙ୍ଗଳମୟ ହେବ। ଏହା କାର‌୍ୟ୍ୟର ସଫଳହେବାର ସଙ୍କେତ ଦେଇଥାଏ।
ପାନପତ୍ର-ରାସ୍ତାରେ ଯାଉଥିବାବେଳେ ପାନପତ୍ର, କିମ୍ବା ପାନଗଛ ଦେଖିଲେ ଆପଣଙ୍କକାର୍ଯ୍ୟ ସଫଳ ହେବାର ସଙ୍କେତ ମିଳିଥାଏ।
ଫୁଲ-ଘରୁ ବାହାରିଲାବେଳେ ଫୁଲ କିମ୍ବା ଫୁଲମାଳଦେଖିଲେ ଏହା ନିଶ୍ଚିତରୂପେ କୌଣସି ମାଙ୍ଗଳିକକାର୍ଯ୍ୟର ସୂଚନା ଦେଇଥାଏ
ପାରାମଳ-ଘରୁ ବାହାରିଲାବେଳେ ଯଦି ଆପଣଙ୍କ ଉପରେ ପାରା ମଳତ୍ୟାଗ କରିଦିଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଏ। ଏହାଦ୍ବାରା ଆର୍ଥିକ ଲାଭହୋଇଥାଏ ବୋଲି ବିଶ୍ବାସ କରାଯାଏ।
ଗାଈ-ଗୃହର କବାଟନିକଟକୁ ଗାଈ ଆସିବାକୁ ମଧ୍ୟ ଶୁଭସଙ୍କେତ କୁହାଯାଏ। ଏଥିରେ ଭଗବାନବିଷ୍ଣୁ ଓ ମାଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଖିରଓଦହି-ଯାତ୍ରାସମୟରେ ବା ସକାଳେ ଉଠିବାପରେ ଖିର କିମ୍ବା ଦହି ଦେଖିଲେ, ସେହି ଦିନଟି ଭଲରେ କଟିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି କୁହାଯାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!
ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Leave A Reply

Your email address will not be published.