ଆଜିର ରାଶିଫଳ

0 216

୨୦୨୨ ମସିହା ଡିସେମ୍ବର ମାସ ୦୧ ତାରିଖ (ଗୁରୁବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ,ନକ୍ଷତ୍ର-ଶତଭିଷା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୮/୦୭ ,ସୂର୍ଯ୍ୟାସ୍ତ ,ସନ୍ଧ୍ୟା ଘ୦୫/୦୧/୫୭ ,ତୁଳା ଓ କୁମ୍ଭ ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ , ଲାଉ ଭକ୍ଷଣ ନିଷେଧ ।
ମେଷ-ଆଜି ରାଶିରେ ଚନ୍ଦ୍ର ସହ ରାହୁଙ୍କ ଅବସ୍ଥାନ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମାନସିକସ୍ଥିତି ଭଲ ନଥିବା କାରଣରୁ ଅର୍ଥସମ୍ପର୍କକୁ କେନ୍ଦ୍ରକରି ବିବାଦର ସମ୍ମୁଖୀନ ହୋଇପାରନ୍ତି। ପୂର୍ବରାଗକୁ ସ୍ମରଣକରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ପଡ଼ୋଶୀଙ୍କ ସହାନୁଭୂତି ଓ ସାହାଯ୍ୟ କେତେକାଂଶରେ ସ୍ଥିତିକୁ ସୁଧାରିପାରେ।
ବୃଷ-ସ୍ବଗୃହୀ ଶୁକ୍ର ପ୍ରଭାବରୁ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ-ଲାଭାଧିପ ମଙ୍ଗଳ ରାଶିରେ ରହି ଅର୍ଥପ୍ରାପ୍ତିର ମାର୍ଗକୁ ସୁଗମ କରାଇବେ। ବିବାଦୀୟ ଘଟଣାକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ କେତେକ କାମ କରିବାକୁ ବାଧ୍ୟ ହେବେ। ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
କର୍କଟ-ରାଶ୍ୟାଧିପତିଙ୍କ କର୍ମଭାବ ସଂସ୍ଥାନରୁ ଅର୍ଥ ଓ ସମ୍ମାନ ଲାଭ କରି ଉତ୍‌ଫୁଲ୍ଲିତ ହେବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନକାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। କେତେକ ଅନୁଚିତ କାମ ସକାଶେ ନିଜ ପରିସରର ବ୍ୟକ୍ତିବିଶେଷ ସମାଲୋଚନା କରିପାରନ୍ତି।
ସିଂହ-ରବିଙ୍କ ନୀଚତ୍ୱ କାରଣରୁ ସ୍ବାସ୍ଥ୍ୟ ବିଗିଡ଼ିବା ସମ୍ଭାବନା ରହିଛି। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସକାଳ ସମୟଟି ପ୍ରାୟତଃ ଭଲ ରହିବ।
କନ୍ୟା-ରାହୁଙ୍କ କୁଦୃଷ୍ଟି ହେତୁ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ପୁରାତନ ଜିନିଷ ବିକ୍ରୟକରି ଅର୍ଥ ପାଇବେ କିନ୍ତୁ ଅନ୍ୟ ମାଧ୍ୟମରେ ଏହା ସମ୍ପନ୍ନ କରିବେ । ସାଙ୍ଗଠନିକକାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ତୁଳା-ଚତୁର୍ଥସ୍ଥ ଶନି ହେତୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ସାୟାହ୍ନେ ମନ ଭଲ ରହିବ ନାହିଁ। ଆଜିର ଫେରନ୍ତା ରାସ୍ତାରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ପ୍ରତ୍ୟେକ କ୍ଷେତ୍ରରେ ମନୋବଳ ଖୁବ୍ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
ବିଛା-ବକ୍ରୀ ମଙ୍ଗଳଙ୍କ ସୁପ୍ରଭାବରେ କୂଟନୈତିକକାର୍ଯ୍ୟାନୁସରଣରେ ସାମାଜିକ ପ୍ରତିଷ୍ଠା ବଢ଼ିବ। ସମସ୍ୟା ଜଡିତ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। ଉଚ୍ଚବର୍ଗଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି। ମିତ୍ର, ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ।
ଧନୁ-ବକ୍ରୀ ବୃହସ୍ପତିଙ୍କ କେନ୍ଦ୍ରାଧିପତିତ୍ୱ ଦୋଷରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବାର ସମ୍ଭାବନା ରହିଛି। ସମସ୍ୟା ଲାଗି ରହିବା କାରଣରୁ ସହଜରେ କାମ ହାସଲ ହେବା କଷ୍ଟକର ହେବ। ଆର୍ଥିକ ସ୍ଥିତି ଭଲ ଥିଲେ ମଧ୍ୟ ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ।
ମକର-ଚତୁଃଗ୍ରହ ଦ୍ୱାରା ରାଜଯୋଗ କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସଭାସମିତି, ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ । ତଥାପି ସାମୟିକ ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ।
କୁମ୍ଭ-ସ୍ବଗୃହରୁ ଷଷ୍ଠସ୍ଥ ଶୁକ୍ର ହେତୁ ବିଭିନ୍ନ ପ୍ରକାର ପାରିବାରିକ ବିଷୟକୁ ନେଇ ମନ ଭାରାକ୍ରାନ୍ତ ରହିବ। ଶିକ୍ଷାକ୍ଷେତ୍ର,ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।
ମୀନ-ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।

ନିତୀବାଣୀ-ଜୀଵନର ସବୁଠୁ ସହଜ ଆଉ କଷ୍ଟଜିନିଷ ହେଉଛି ଭୁଲ। ଆମେ ଅତି ସହଜରେ ଅନ୍ୟମାନଙ୍କ ଭୁଲର ତର୍ଜମା କରିଦେଉ ହେଲେ ନିଜ ଭୁଲର ତର୍ଜମାକରିବା ଭାରି କଷ୍ଟକର ହେଇପଡ଼େ।
ବାସ୍ତୁଟିପ୍ପଣୀ-ରୋଷେଇ ଘରେ ଏହିସବୁ ଜିନିଷର ଅଭାବ ପରିବାରରେ ଆଣିଥାଏ ଘୋର ଆର୍ଥିକ ସଙ୍କଟ
ସୁଖସମୃଦ୍ଧିର ସମ୍ପର୍କ ରୋଷେଇଘର ସହିତଅଛି । ରୋଷେଇଘରେ ମାତାଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତିବୋଲି ବିଶ୍ବାସରହିଛି। ତେଣୁ ବାସ୍ତୁଶାସ୍ତ୍ରଅନୁଯାୟୀ, ରୋଷେଇଘରେ କିଛି ନିର୍ଦ୍ଦିଷ୍ଟଜିନିଷ କେବେ ଖାଲିହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମାଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି ପଡ଼େ ଏବଂ ଘରେ ଆର୍ଥିକ ସଙ୍କଟଦେଖାଯାଏ । ତେବେ ରୋଷେଇଘରର ସେସବୁ ଜିନିଷ ହେଉଛି –
ପ୍ରଥମଜିନିଷ ହେଉଛି ଅଟା । ରୋଷେଇଘରେ କେବେମଧ୍ୟ ଅଟାଡବା ଖାଲି ରଖନ୍ତୁନାହିଁ । ଅଟାଡବା ଖାଲିରହିଲେ ମାନସମ୍ମାନ ହାନିହୋଇଥାଏ ବୋଲି କୁହାଯାଏ ।
ରୋଷେଇଠାରୁ ଆରମ୍ଭକରି ପ୍ରତ୍ୟେକ ଶୁଭକାମରେ ବ୍ୟବହାରହେଉଥିବା ହଳଦୀକୁ ମଧ୍ୟ ରୋଷେଇଘରୁ କେବେ ସରିବାକୁ ଦିଅନ୍ତୁନାହିଁ । ଏହାଦ୍ବାରା ଗୁରୁଦୋଷ ଲାଗିଥାଏ, ସୁଖସମୃଦ୍ଧି ବୃଦ୍ଧି ହୁଏନାହିଁ ଏବଂ ଶୁଭକାର୍ଯ୍ୟରେ ବିଳମ୍ବ ହୋଇଥାଏ।
ଚାଉଳ ସହିତ ଶୁକ୍ର ଗ୍ରହର ସମ୍ପର୍କ ଅଛି । ଶୁକ୍ର ହେଉଛି ଭୌତିକ ସୁଖର କାରକ । ତେଣୁ ରୋଷେଇଘରୁ ଚାଉଳଡବାକୁ ସମ୍ପୂର୍ଣ୍ଣ ଖାଲି କରନ୍ତୁ ନାହିଁ ।
ରୋଷେଇଘରେ ଲୁଣର ଅଭାବ ମଧ୍ୟ ଆର୍ଥିକସଙ୍କଟର କାରଣ ହୋଇଥାଏ । ତେଣୁ କେବେ ମଧ୍ୟ ଲୁଣଡବାକୁ ଖାଲି କରନ୍ତୁନାହିଁ ।ଆଜିର ଦିନଟି ମଙ୍ଗଳମୟ ହେଉ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.