ଆଜିର ରାଶି ଫଳ

0 317

ପୂର୍ଣ୍ଣିମା ,୨୦୨୨ ମସିହା ଡିସେମ୍ବର ମାସ ୦୮ ତାରିଖ (ଗୁରୁବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ନକ୍ଷତ୍ର-ରୋହିଣୀ.ସୁର୍ୟୋଦୟ ପ୍ରାତଃ ଘ୦୬/୧୧/୦୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୦୦ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ସ୍ତ୍ରୀ, ତୈଳ ବର୍ଜନ , ମାଛ,ମାଂସ ଦିବା ଘ୯/୧୨ ଗତେ ପାଣି କଖାରୁ ଭକ୍ଷଣ ନିଷେଧ ।
ମେଷ-ଦିନର ପ୍ରାରମ୍ଭରେ କିଛି ମାନସିକଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକକରିନେବେ। ଆଜି ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁମଧ୍ୟ ମନାଇପାରିବେ। ନୂଆକାର୍ଯ୍ୟର ପ୍ରାରମ୍ଭ ନକରିବାପାଇଁ ଉପଦେଶ। ମଧ୍ୟାହ୍ନପରେ ଆପଣଙ୍କ ଉତ୍ସାହରେ ବୃଦ୍ଧିହେବାର ସମ୍ଭାବନାଅଛି ଏବଂ ଏହା ମନପ୍ରଫୁଲ୍ଲିତ ରହିବ। ଲକ୍ଷ୍ମୀଙ୍କରକୃପା ଆପଣଙ୍କ ଉପରେ ବର୍ଷିବ। ସାମାଜିକରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧିହେବାର ସମ୍ଭାବନାଅଛି। ବ୍ୟାପାରରେ ଲାଭହେବ। ବିବାହ ଉତ୍ସୁକଜାତକର ବିବାହରଆୟୋଜନ ସଫଳତାପୂର୍ବକ ହେବ। ମଧ୍ୟାହ୍ନପରେ ସ୍ଵାସ୍ଥ୍ୟ ବିଗିଡ଼ିପାରେ, ଏହାର ଧ୍ୟାନ ରଖିବେ। ପୁଞ୍ଜିନିବେଶ କରିବାପୂର୍ବରୁ ଥରେ ଭଲଭାବରେ ଭାବିନିଅନ୍ତୁ। ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ।
ବୃଷ-ଆପଣଙ୍କପାଇଁ ଆଜିରଦିନ ମଧ୍ୟମ ଫଳଦାୟୀଅଟେ। ଆପଣଙ୍କୁ ଶାରୀରିକ ତଥା ମାନସିକରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବହେବ। ଆପଣଙ୍କ କଳାତ୍ମକଶକ୍ତିରେ ବୃଦ୍ଧିହୋଇପାରେ।କାର୍ଯ୍ୟ ଉତ୍ସାହରସହକରିବେ। କିନ୍ତୁ ମଧ୍ୟାହ୍ନପରେ ଆପଣଙ୍କ ମାନସିକ ରୂପରେ କିଛି ଚିନ୍ତିତ ହୋଇପାରନ୍ତି। ଆବଶ୍ୟକ ନିର୍ଣ୍ଣୟ ଏହିସମୟରେ ନନେବାପାଇଁ ଉପଦେଶ। ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ତଥା ଆପଣଙ୍କକାର୍ଯ୍ୟର ଉଚିତପ୍ରଶଂସା ମଧ୍ୟ ହେବ। ସାମାଜିକ ରୂପରେ ମାନପ୍ରତିଷ୍ଠାରେ ବୃଦ୍ଧିହେବ।କାର୍ଯ୍ୟ ମଧ୍ୟ ସରଳତାପୂର୍ବକ ସଂପନ୍ନ ହେବ ଏବଂ ଏହି କାର‌୍ୟ୍ୟଗୁଡ଼ିକରେ ଲାଭ ମଧ୍ୟହେବ। ଦାମ୍ପତ୍ୟଜୀବନରେ ଆମୋଦ-ପ୍ରମୋଦ ରହିବ।କାର୍ଯ୍ୟଗୁଡ଼ିକରେ ଆୟୋଜନ କରିବାପାଇଁ ସମୟ ଭଲଅଟେ। ସାମାଜିକ ଏବଂ ଆର୍ଥିକଦୃଷ୍ଟିରୁ ଲାଭ ମିଳିବାର ଯୋଗ ଅଛି।

ମିଥୁନ-ଆପଣଙ୍କ ଆଜିରଦିନ ମିଶ୍ରିତଫଳଦାୟୀ ଅଟେ। ସ୍ଵାସ୍ଥ୍ୟକୁନେଇ ସତର୍କତା ଅବଲମ୍ବନକରନ୍ତୁ। କୌଣସିଭାବରେ ଯୁକ୍ତି କିମ୍ବା ଝଗଡ଼ାରୁ ଦୂରରେରୁହନ୍ତୁ। ମଧ୍ୟାହ୍ନପରେ ଉତ୍ସାହ ଅନୁଭବହେବ। ପରିବାରରେ ମଧ୍ୟ ପ୍ରେମପୂର୍ଣ୍ଣ ମାହଲରହିବ। ଆର୍ଥିକଲାଭର ସମ୍ଭାବନାଅଛି। ଅସୁବିଧା ବାଧାବିଘ୍ନ ଆସିବ, ଘବରାନ୍ତୁ ନାହିଁ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଉଚ୍ଚଅଧିକାରୀମାନଙ୍କ ସହିତ ବାଦବିବାଦ କରନ୍ତୁନାହିଁ। ଆମୋଦପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବାଯୋଗୁଁ କ୍ରେତାଙ୍କରଖର୍ଚ୍ଚ ଅଧିକହେବାର ଆଶଂକାଅଛି। ବ୍ୟବସାୟକ୍ଷେତ୍ରରେ ବାତାବରଣ ଭଲରହିବ। ମଧ୍ୟାହ୍ନପରେ ଶାରୀରିକ ଏବଂ ମାନସିକ ସ୍ଥିତିରେ ଅନୁକୂଳ ପରିବର୍ତ୍ତନ ଆସିବ। ଆପଣଙ୍କକାର୍ଯ୍ୟରେ ବରିଷ୍ଠ ଅଧିକାରୀ ମଧ୍ୟ ସଂତୁଷ୍ଟ ରହିବେ। ଧନ ପ୍ରାପ୍ତିର ଆଜି ଭଲ ଯୋଗ ଅଛି।
କର୍କଟ-ଆଜି ଆପଣଙ୍କପାଇଁ ବ୍ୟବସାୟକ୍ଷେତ୍ରରେ ଲାଭଦାୟୀ ସମୟଅଟେ। ମହିଳାବର୍ଗଙ୍କଠାରୁ ଲାଭ ହେବାରମଧ୍ୟ ଯୋଗଅଛି। ମାନସିକ ତଥା ଶାରୀରିକସ୍ଵାସ୍ଥ୍ୟ ଭଲରହିବ। ମଧ୍ୟାହ୍ନପରେ କୌଣସିଚିନ୍ତା ଆସିପାରେ, ଏଥିରେ ନିଜଉପରେ ହାବି ନହେବାକୁ ଦିଅନ୍ତୁନାହିଁ ଏବଂ ବ୍ୟବହାରଉପରେ ନିୟନ୍ତ୍ରଣ ରଖିବେ। ବାଣୀଉପରେ ନିୟନ୍ତ୍ରଣରଖିବା ଜରୁରୀଅଟେ,ନହେଲେକାର୍ଯ୍ୟ ଅଧୂରାରହିପାରେ। ଖର୍ଚ୍ଚ ବଢ଼ିପାରେ ସ୍ଵାସ୍ଥ୍ୟର ଧ୍ୟାନରଖିବେ। ଅନୈତିକକାର୍ଯ୍ୟ ଏବଂ ନକାରାତ୍ମକ ବିଚାରରୁ ଦୂରରେରୁହନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକଅସୁସ୍ଥତା ହୋଇପାରେ, ଧ୍ୟାନରଖିବେ। ମଧ୍ୟାହ୍ନପରେ ବିଦେଶରୁ ଭଲସମାଚାର ପ୍ରାପ୍ତହେବ। ବରିଷ୍ଠ ଅଧିକାରୀମାନଙ୍କର ଆପଣଙ୍କସହିତ କରାଯାଇଥିବା ବ୍ୟବହାରରେ ଆପଣଙ୍କୁ ଦୁଃଖ ପହଁଚିପାରେ, ଶେଷରେ ସବୁ ଠିକହୋଇଯିବ। ତଥାପି ପ୍ରତିଦ୍ୱନ୍ଦ୍ୱୀମାନଙ୍କସହିତ ବାଦବିବାଦରେ ନପଡ଼ିବାପାଇଁ ଉପଦେଶ।
ସିଂହ-ଆଜିରଦିନ ଆନନ୍ଦପୂର୍ବକକଟିବ। ବ୍ୟବସାୟ ଏବଂ ବ୍ୟାପାର କରୁଥିବାଲୋକଙ୍କ ପାଇଁ ଆଜିରଦିନ ଲାଭଦାୟୀଅଟେ। ବ୍ୟାପାରରେ ବୃଦ୍ଧିହେବ। ପରିଜନମାନଙ୍କ ତଥା ମିତ୍ରମାନଙ୍କସହିତ ଆନନ୍ଦପୂର୍ବକ ସମୟକଟାଇବେ। ମହିଳାବର୍ଗଙ୍କଠାରୁ ଲାଭହେବାର ମଧ୍ୟ ସମ୍ଭାବନା ଅଛି। ସନ୍ତାନମାନଙ୍କ ତରଫରୁ ମଧ୍ୟ ଲାଭମିଳିବ। ଛୋଟଯାତ୍ରା ପାଇଁ ପରିସ୍ଥିତି ଅନୁକୂଳହେବ। ଦାମ୍ପତ୍ୟଜୀବନରେ ଆନନ୍ଦରହିବ। ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତରହିବେ। ମିତ୍ର ତଥା ସମ୍ବନ୍ଧିମାନଙ୍କସହିତ ବୁଲିବାକୁଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରାମଧ୍ୟ କରିପାରିବେ। ସାମାଜିକରୂପରେ ସମ୍ମାନପ୍ରାପ୍ତି ହେବ। ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକହେବ। ମଧ୍ୟାହ୍ନପରେ ଆପଣ ମାନସିକରୂପରେ ଆଳସ୍ୟ ଅନୁଭବ କରିବେ। ପାରିବାରିକ ବାଦବିବାଦରୁ ବଞ୍ଚିବାପାଇଁ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ।

କନ୍ୟା-ନୂଆକାର୍ଯ୍ୟର ପ୍ରାରମ୍ଭ କରିବାପାଇଁ ସମୟ ଅନୁକୂଳଅଟେ। ଆଜି ଆପଣଙ୍କଭୀତରେ କିଛି ଅଧିକ ଧାର୍ମିକତା ରହିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟସ୍ଥଳ ଉପରେ କାର୍ଯ୍ୟଭାର ଅଧିକ ହୋଇପାରେ। ବିଦେଶ ଯିବାକୁ ଇଚ୍ଛୁକଥିବା ଲୋକମାନଙ୍କର କାମବନିପାରେ। ମଧ୍ୟାହ୍ନପରେ ନୂଆକାର୍ଯ୍ୟର ଆୟୋଜନକରି ପାରିବେ। ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ। ବ୍ୟବସାୟରେ ବୃଦ୍ଧିର ସମ୍ଭାବନାଅଛି। ଗୃହସ୍ଥ ଜୀବନରେ ମଧୁରତାରହିବ। ମାନସମ୍ମାନ ମିଳିବ। ଆପଣଙ୍କ ସ୍ଵଭାବରେ ଆଜିକିଛି ଅଧିକ ସମ୍ବେଦନଶୀଳତାରହିବ। କାର୍ଯ୍ୟସଫଳତାରେ ମାନସିକରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତିରେ ମଧ୍ୟ ବୃଦ୍ଧି ହେବ। ମାଘରପଟରୁ ଭଲ ସମାଚାରପ୍ରାପ୍ତ ହେବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପ୍ରସନ୍ନତା ଅନୁଭବକରିବେ। ପାରିବାରିକ ସୁଖଶାନ୍ତି ରହିବ। ଯାତ୍ରା ଏବଂ ପର୍ଯ୍ୟଟନର ସମ୍ଭାବନା ଅଧିକଅଛି।
ତୁଳା-ଖାଇବାପିଇବାରେ ଆଜି ବିଶେଷଧ୍ୟାନ ରଖିବାର ଆବଶ୍ୟକତାଅଛି। ଭଲହେବ କି ଆଜି କୌଣସି ନୂଆକାର୍ଯ୍ୟ ଆରମ୍ଭ କରନ୍ତୁନାହିଁ। କାର୍ଯ୍ୟର ଅଧିକତା ଆପଣଙ୍କୁ ମାନସିକ ଏବଂ ଶାରୀରିକରୂପରେ ଚିନ୍ତିତ କରିପାରେ। ଯାତ୍ରାପରେ କଲେ ଭଲହେବ। ମଧ୍ୟାହ୍ନପରେ ସ୍ଥିତି ଆପଣଙ୍କପକ୍ଷରେ ବନିବ। ଧାର୍ମିକ କାର୍ଯ୍ୟଗୁଡ଼ିକର ଆୟୋଜନହୋଇପାରେ। ବିଦେଶରେସ୍ଥିତ ସ୍ଵଜନମାନଙ୍କର ଭଲସମାଚାରମିଳିବ। ବ୍ୟାପାରରେ ଆର୍ଥିକ ଲାଭହେବ। ନୂଆଆୟୋଜନ ପାଇଁ ଅନୁକୂଳପରିସ୍ଥିତି ନିର୍ମାଣହେବ। ନିଜର ବୌଦ୍ଧିକ ଶକ୍ତିରେ ଲେଖନକାର୍ଯ୍ୟ ଏବଂ ସୃଜନାତ୍ମକକାର୍ଯ୍ୟ କରିବାରେ ଆଗକୁବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗଅଛି। ମଧ୍ୟାହ୍ନପରେ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକରୂପରେ ଆପଣ ପ୍ରସନ୍ନରହିବେ। ଆଜି ଯଶ ଏବଂ କୀର୍ତ୍ତି ମଧ୍ୟ ପ୍ରାପ୍ତହେବ। ବ୍ୟବସାୟକ୍ଷେତ୍ରରେ ଆଜି ସହକର୍ମିମାନଙ୍କର ଭଲ ସହଯୋଗପ୍ରାପ୍ତ କରିବେ। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣରହିବ।
ବିଛା-ପାରିବାରିକଜୀବନ ସୁଖମୟରହିବ। ଛୋଟଯାତ୍ରାର ମଧ୍ୟ ଯୋଗଅଛି। ମଧ୍ୟାହ୍ନପରେ ସ୍ଵାସ୍ଥ୍ୟକୁ ନେଇକରି ବିଶେଷ ସତର୍କତା ଅବଲମ୍ବନକରନ୍ତୁ। ମାନସିକରୂପରେ କିଛିବ୍ୟଗ୍ରତା ମଧ୍ୟଅନୁଭବ କରିପାରନ୍ତି। ମଧ୍ୟାହ୍ନପରେ ନୂଆକାର୍ଯ୍ୟ ପ୍ରାରମ୍ଭ ନକରିବାର ଉପଦେଶ। ଯାତ୍ରାରେ ମଧ୍ୟ ବିଧ୍ନଆସିପାରେ। ଖାଇବାପିଇବାରେ ବିଶେଷରୂପରେ ସତର୍କତା ଅବଲମ୍ବନକରନ୍ତୁ। ଯୋଗ ଏବଂ ଧ୍ୟାନରେ ମାନସିକଶାନ୍ତି ପ୍ରାପ୍ତ କରିପାରିବେ। ଆଜି ବିଦ୍ୟାର୍ଥିମାନଙ୍କପାଇଁ ଦିନ ଅନୁକୂଳଅଟେ। ସ୍ଵଭାବର ଦୂରପଣ ଛାଡ଼ିକରି ଆଗକୁ ବଢ଼ିବେ ତେବେ ଅନେକସମସ୍ୟାର ନିରାକରଣ ହେବାପରି ଦେଖାଯିବ। ନୂଆ ବସ୍ତ୍ରାଭୂଷଣ ତଥା ପ୍ରସାଧନପଛରେ ଧନଖର୍ଚ୍ଚ ଅଧିକହେବାର ଆଶଂକାଅଛି। ଆର୍ଥିକଯୋଜନା ସରଳହେବ। ମଧ୍ୟାହ୍ନପରେ ବୈଚାରିକ ସ୍ଥିରତା ରହିବନାହିଁ।
ଧନୁ-ଆଜିରଦିନ ଶୁଭଫଳଦାୟୀ ଅଟେ। ଶରୀର ଏବଂ ମନ ଅସୁସ୍ଥରହିଲେ ମଧ୍ୟ ଆପଣ ନିଜର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିପାରିବେ। ଆର୍ଥିକଆୟୋଜନ ମଧ୍ୟ ବହୁତଭଲ ଭାବରେ କରିପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଆପଣଙ୍କୁମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧିହେବ। ଦାମ୍ପତ୍ୟଜୀବନ ଆନନ୍ଦଦାୟୀ ରହିବ। ସାମାଜିକରୂପରେ ସଫଳତା ମିଳିବ। ବ୍ୟାପାରୀଗଣ ବ୍ୟାପାରରେ ବୃଦ୍ଧିକରିପାରିବେ। ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ଆଜି ଭଲରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନହେବ। ଛୋଟଯାତ୍ରାର ଯୋଗଅଛି। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କସହିତ ଆନନ୍ଦପୂର୍ବକ ସମୟବିତିବ। ମଧ୍ୟାହ୍ନପରେ ଆପଣ ଶାରୀରିକ ଏବଂ ମାନସିକ ରୂପରେବ୍ୟଗ୍ରତା ଅନୁଭବକରିବେ। ସୌନ୍ଧର୍ଯ୍ୟପ୍ରସାଧନ , ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।

ମକର-ବୈଚାରିକସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ କାହାକୁମଧ୍ୟ ପ୍ରଭାବିତ କରିପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆସମ୍ବନ୍ଧ ବନାଇବାପାଇଁ ମଧ୍ୟ କାମ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲଭାବରେ କରିପାରିବେ। ଆଜିର ସମ୍ପୂର୍ଣ୍ଣଦିନ ଆନନ୍ଦରେ କଟିବ। ଚାକିରିରେ ସହକର୍ମିମାନଙ୍କ ସହାୟତାମିଳିବ। ମଧ୍ୟାହ୍ନପରେ ରୋଗାକ୍ରାନ୍ତବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣହେବ। ଆଜଦିନ ଭଲଅଛି, ଆପଣ କାହାସହିତ ଅଧିକ ବାଦବିବାଦ କରନ୍ତୁ ନାହିଁ, ତାହାହିଁ ଆପଣଙ୍କପାଇଁ ହିତକରହେବ। ଧାର୍ମିକକାର୍ଯ୍ୟଗୁଡ଼ିକରେ ଏବଂ ଉପାସନାରପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କସହିତ ମନମାଳିନ୍ୟ ନହେଉ ସେଥିପାଇଁ ବାଣୀକୁ ନିୟନ୍ତ୍ରିତ ରଖିବେ। ମଧ୍ୟାହ୍ନପରେ ପ୍ରସନ୍ନତା ଅନୁଭବକରିବେ। ଶାରୀରିକରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟବୃଦ୍ଧିର ଯୋଗ ଅଛି। ପ୍ରିୟଜନମାନଙ୍କ ସହିତ ମେଳମିଳାପ ମନକୁ ଆନନ୍ଦିତ କରିବ।
କୁମ୍ଭ-ଆଜି ଆପଣ ଆପଣଙ୍କପାଖରେ ପ୍ରତ୍ୟେକକାର୍ଯ୍ୟକୁ ଆତ୍ମବିଶ୍ଵାସ ପୂର୍ବକ ଠିକଭାବରେ ସଂପନ୍ନ କରିପାରିବେ। ସରକାରୀକାର୍ଯ୍ୟଗୁଡ଼ିକରେ ସଫଳତାମିଳିବ। ପୈତୃକସଂପତ୍ତି ଲାଭହେବ। ବାହନ, ବସଗୃହ ଆଦିପତ୍ର ସମ୍ବନ୍ଧିତକାର୍ଯ୍ୟରେ ସାବଧାନପୂର୍ବକ ଆଗକୁବଢ଼ିବେ। ଆପଣଙ୍କ ବୈଚାରିକ ସମୃଦ୍ଧିରେ ବୃଦ୍ଧି ହେବ। ମନ ପ୍ରସନ୍ନରହିବ। ଅଧିକ ପରିଶ୍ରମକରିବା ଉପରେ ମଧ୍ୟ ସଫଳତା କମମିଳିବାର ଆଶଙ୍କା ଅଛି। ଚିନ୍ତିତ ନହୋଇ ନିଜର ସ୍ଵାସ୍ଥ୍ୟପ୍ରତି ଧ୍ୟାନରଖିବେ। ଆଜି ସାଂସାରିକ ବିଷୟଗୁଡ଼ିକଛାଡ଼ି ଆଧ୍ୟାତ୍ମିକ ବିଷୟଆଡ଼କୁ ଆପଣ ବେଶୀଢଳିବେ। କୌଣସି ନକାରାତ୍ମକଭାବନାକୁ ମହତ୍ଵ ନଦେଇକରି ମାନସିକ ରୂପରେ ସୁସ୍ଥରହିବାକୁ ଚେଷ୍ଟାକରନ୍ତୁ। ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତାରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକକାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତହେବେ। ଗୃହସ୍ଥଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନଲାଭ ହେବାର ସମ୍ଭାବନା ମଧ୍ୟ ଅଛି।
ମୀନ-ଆଜି ଆପଣ ମାନସିକରୂପରେ ହାଲୁକାପଣ ଅନୁଭବକରିବେ। ଆନନ୍ଦ ଏବଂ ଉତ୍ସାହରେ ମଧ୍ୟ ବୃଦ୍ଧିହେବ। କୌଟୁମ୍ବିକ ତଥା ଆର୍ଥିକ ବିଷୟଗୁଡ଼ିକଉପରେ ଆପଣ ଅଧିକ ଧ୍ୟାନଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟ ଦୃଢ଼ମନୋବଳ ଏବଂ ଆତ୍ମବିଶ୍ଵାସରସହିତ କରିପାରିବେ। ପିତୃପକ୍ଷରୁ ଲାଭହେବାର ମଧ୍ୟ ସମ୍ଭାବନାଅଛି। ପରନ୍ତୁ ଜମିସମ୍ପତ୍ତି ଆଦିବିଷୟଗୁଡ଼ିକରେ ସାବଧାନରହିବେ। ସନ୍ତାନମାନଙ୍କପଛରେ ଖର୍ଚ୍ଚ କରିବେ। ଧନର ଦେବା-ନେବା, ଅସୁଲି କିମ୍ବା ନିବେଶକରିବା ସମୟରେ ସାବଧାନରୁହନ୍ତୁ। କୋର୍ଟ-କଚେରୀର କଥାଗୁଡ଼ିକରେ ସମ୍ଭାଳିକରି ଚାଲିବେ। ବାଣୀ ଏବଂ କ୍ରୋଧଉପରେ ନିୟନ୍ତ୍ରଣରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାରହେବ। ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକପ୍ରତି ଆପଣଙ୍କମନ ଲାଗିରହିବ। ମିତ୍ରମାନଙ୍କ ତରଫରୁ ଉପହାରପ୍ରାପ୍ତି ହେବ। ପାରିବାରିକ ବାତାବରଣରେ ଆନନ୍ଦ ଭରିରହିବ।

ନିତୀବାଣୀ-ଯେଉଁବ୍ୟକ୍ତି କଷ୍ଟ ଆଉ ସଂଘର୍ଷର ପ୍ରକୃତ କଷ୍ଟକୁ ହୃଦୟଙ୍ଗମ କରିଥାଏ ସେ କେବେହେଲେ ଅନ୍ୟର କଷ୍ଟ ଆଉ ସଂଘର୍ଷକୁ ପରିହାସ କରିପାରେନା।
ବାସ୍ତୁଟିପ୍ପଣୀ-ବିବାହରେ ସୃଷ୍ଟି ହେଉଛି କି ବାଧା? ଘରର ଏହି ଦିଗରେ ଲଗାନ୍ତୁ ଏହି ଫୁଲ, ଶୀଘ୍ର ଆସିବ ଯୋଗ…
ପାଠପଢ଼ା ଓ ଚାକିରିପାଇଁ ବର୍ତ୍ତମାନସମୟରେ ବିବାହବୟସ ବଢ଼ିବାରେଲଗିଛି। ଏଥିପାଇଁ ନିଜର ପିଲାଙ୍କୁ ଉଚିତସମୟରେ ବିବାହକରାଇବା ମାତାପିତାଙ୍କ ପାଇଁ ଚିନ୍ତାରବିଷୟ ହୋଇଛି। ଅନ୍ୟପଟେ ଅନେକ କ୍ଷେତ୍ରରେ ଗ୍ରହ ଓ ନକ୍ଷତ୍ରଙ୍କ ଅଶୁଭସ୍ଥିତିଯୋଗୁ ମଧ୍ୟ ବିବାହ ବିଳମ୍ୱରେହୋଇଥାଏ। ଏଥିପାଇଁ ମାତା ପିତାଙ୍କ ସମେତ ବିବାହଯୋଗ୍ୟ ଯୁବକ ଓ ଯୁବତୀମାନେମଧ୍ୟ ଚିନ୍ତାରେ ରହିଥାନ୍ତି। ତେବେ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ଏମିତିକିଛି ଉପାୟକୁହାଯାଇଛି, ଯାହାଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏକଫୁଲକୁ ନେଇକୁହାଯାଇଛି। ଯାହାକୁ ଘରର ସେହିଦିଗରେ ଲଗାଇଲେ ଶୁଭ ହୋଇଥାଏ। ଯାହାଦ୍ୱାରା ଶୀଘ୍ର ବିବାହଯୋଗ ହୋଇଥାଏ। ଆସନ୍ତୁ ଜାଣିବା ଏହିଫୁଲ ବିଷୟରେ-
ପିୟୋନିଆଫୁଲ-ବାସ୍ତୁଶାସ୍ତ୍ରରେ ପିୟୋନିଆଫୁଲକୁ ଅତ୍ୟନ୍ତ ଶୁଭବୋଲି କୁହାଯାଇଛି। ପିୟୋନିଆଗଛର ଫଲକୁ ଫୁଲରରାଣୀ ବୋଲିକୁହାଯାଏ। ପିୟୋନିଆଫୁଲକୁ ସୌନ୍ଦର‌୍ୟ୍ୟ ଓ ରମାନ୍ସର ପ୍ରତୀକବୋଲି ମାନା ଯାଏ। ଏଥିପାଇଁ ପିୟୋନିଆଫୁଲକୁ ଘରେଲଗାଇଲେ ସକରାତ୍ମକଶକ୍ତି ସଂଚାରହୋଇଥଏ। ଏହାର ପ୍ରଭାବରେ ବିବାହରବାଧା ଦୂରହୋଇଥାଏ।
ଶୀଘ୍ର ବିବାହପାଇଁ ଏହା ଏକ ଭଲଉପାୟ-ବାସ୍ତୁଶାସ୍ତ୍ର ଅନୁସାରେ ବିବାହଯୋଗ୍ୟ କୌଣସି ଯୁବକ କିମ୍ୱା ଯୁବତୀଙ୍କର ଯଦି ବିବାହର ସମସ୍ୟା ଆସୁଛି, ତେବେ ଘରେ ପିୟୋନିଆଗଛ ଲଗାଇବା ଶୁଭହୋଇଥାଏ। ଗଛ ବଦଳରେ ଆପଣ ଘରେ ପିୟୋନିଆ ପେଣ୍ଟିଂ କିମ୍ୱା ଫୁଲ ମଧ୍ୟ ଲଗାଇପାରିବେ।ଆଜିର ଦିନଟି ମଙ୍ଗଳମୟ ହେଉ!! ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମୟା!!

Leave A Reply

Your email address will not be published.