ସାବାସ! କି ଦାୟିତ୍ୱ

୪୫ମିନଟ ପରେ ଜଙ୍ଗଲରୁ ଉଦ୍ଧାରହେଲା ସିଂହଛୁଆ କାମିନି

0 166

ବାରଙ୍ଗ,୭/୧୨(ଏସଏସନଉଜ)ବିବାଦର ପିଛା ନନ୍ଦନକାନନକୁ ଛାଡୁନଥିବାବେଳେ ଏବେ ପୁଣି ଏକ ନୁଆ ବିବାଦରେ ଛନ୍ଦି ହୋଇଯାଇଛି ନନ୍ଦନକାନନ ।ବୁଧବାରଦିନ ଲାଳନପାଳନକେନ୍ଦ୍ରରେ ରହି ବଢୁଥିବା ସିଂହିଛୁଆ ବର୍ଷା ପାଇଁ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ଲାଳନପାଳନକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀର ଦାୟିତ୍ୱହିନତା ଓ ଜନ୍ତୁବିଭାଗର ଖାମଖିଆଲ ନିତୀ ଯୋଗୁ ବଗିଚାରେ ଖେଳୁଥିବାବେଳେ ପାଚେରୀ ଡେଇଁ ପଳାଯାଇଥିବା ବର୍ଷାକୁ ୪୫ମିନଟ ପରେ ଉଦ୍ଧାର କରାଯାଇଛି ।

ପ୍ରକାସ ଯେ,ଡାକ୍ତରଖାନାପଛପଟେ ରହିଛି ଲାଳନପାଳନକେନ୍ଦ୍ର ।ଜଣେ ଅସ୍ଥାୟୀକର୍ମଚାରୀ ହାତକୁ ଟେକିଦେଇ ଜନ୍ତୁବିଭାଗ ଠିକାଦାରୀକାମରେ ଲାଗିପଡିଛି ।ଏହି କର୍ମଚାରୀ ଜଣଙ୍କ ବୁଧବାରଦିନ ଦ୍ୱିହିପହର ସମୟରେ ବଜ୍ରକାପ୍ତାପ୍ରଜଜନ କେନ୍ଦ୍ର ସାମ୍ବାରେ ଥିବା ଛୋଟ ବଗିଚାରେ ସିଂହିଛୁଆ କାମିନି ଓ ବାଘଛୁଆ ହିମାଂସିକୁ ଖେଳିବାକୁ ଛାଡିଦେଇ ପଳାଯାଇଥିଲେ ।କିଛିସମୟପରେ ଅଳିଆପକାଇ ସେହିରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟରର ଚକ ଖାଲରେ ପଡିଯିବାର ଶବ୍ଦ ହୋଇଥିଲା ।ଏଥିରେ ଭୟଭିତ ହୋଇ କାମିନି ବଗିଚାର ଛୋଟପାଚେରି ଡେଇଁ ପଳାଯାଇଥିବାବେଳେ ହିଂମାସି ତାର ପୁର୍ବ ରହଣିସ୍ଥାନକୁ ପଳାଯାଇଥିଲା । ନିଜକାମରେ ଯାଇଥିବା ଦାୟିତ୍ୱବାନ କର୍ମଚାରୀଜଣଙ୍କ ଆସି ଦେଖିବାବେଳକୁ ଦୁଇଟିଯାକ ଛୁଆ ବଗିଚାରେ ନଥଲୋ ଏହାପରେ ହିଂମାସିକୁ ରହିବାଘରେ ପାଇଥିବାବେଳେ କାମିନିକୁ ନପାଇ ଚିନ୍ତା ବଢିଯାଇଥିଲା ।ବହୁ ଖୋଜାଖୋଜି କରିନିରାଶ ହେବାପରେଜନ୍ତୁବିଭାଗକୁ ଖବର ଦେଇଥିଲେ । ଏହାପରେ ଜନ୍ତୁବିଭାଗର କର୍ମଚାରୀମାନେ ଆସି ବହୁ ଖୋଜାଖୋଜି କରିବାପରେ ୪୫ମିନଟ ପରେ ଜନ୍ତୁଖାଦ୍ୟସଂଗ୍ରହ ଘର ପଛପଟ ଜଙ୍ଗଲକୁ ସଫାକରିକରି ଏକ ଗଛମୁଳରେ ଲୁଚିଥିବା କାମିନିକୁ ଉଦ୍ଧାର କରାଯାଇଥିଲା ।ଏହସମୟରେ ତିନିଜଣ ମହିଳା ପର୍ଯ୍ୟଟକ ଭୁଲବଶତ ଡାକ୍ତରଖାନାପାଶ୍ୱର୍ରାସ୍ତାରେ ପଶିଯାଇଥିବାବେଳେ ସିଂହଛୁଆଟି ବାହାରେ ଦୈାଡି ପଳାଉଥିବାର ଦେଖିବାକୁ ପାଇବାରୁ ଭୟରେ ସେଠାରୁ ପଳାଇଆସି କିଛିଦୁରରେ ଥିବା ଜଣେ କର୍ମଚାରୀଙ୍କୁ ସୁଚନା ଦେଇଥିଲେ ।କର୍ମଚାରୀ ଜଣଙ୍କ ମହିଳାମାନଙ୍କ କଥାକୁ ସହଜରେ ବିଶ୍ୱାସ କରିନଥିବାବେଳେ ଶେଷରେ କାମିନିକୁ ଖୋଜିବାରେ ମହିଳାପର୍ଯ୍ୟଟକଙ୍କ ସୁଚନା କାମରେ ଲାଗିଥିଲା ।ତେବେ ଏକ ବଡ ବିବାଦରୁ ନନ୍ଦନକାନ ବର୍ତିଯାଇଥିବାବେଳେ ଅସ୍ଥାୟୀ କର୍ମଚାରୀମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ଥ କରିଦେଇ କାମ ସାରିଦେଉଥିବାର ଏହା କୁପରିଣାମ ବୋଲି ଚର୍ଚ୍ଚା ଯୋରଧରିଛି ।

Leave A Reply

Your email address will not be published.