ଦୁଇ ଗୋରୁବୋଝେଇ ଗାଡି ମଧ୍ୟରେ ଧକ୍କା

0 402

ବାରଙ୍ଗ,୭/୧୨(ଏସଏସନିଉଜ)ବୁଧବାର ବଢିଭୋରସମୟରେ ସାନମୁଣ୍ଡଳିଗାଁପାଖରେ ଦୁଇଟି ଗୋରୁବୋଝେଇ ଗାଡିଧକ୍କା ହେବାଫଳରେ ଏହିରାସ୍ତାରେ ଗୋଡିସାହିଫଣ୍ଡିଦେଇ ଗୋରୁଚୋରାଚାଳଣ ହେଉଥିବାର ଜଣାପଡିଛି ।ବୁଧବାରବଢିଭୋରସମୟରେ ଓଆର୦୫-ଏଜେଡ୍‌-୫୭୬୧ନଂ ପିକ୍‌ଅପ୍‌ଭ୍ୟାନ ଓ ଓଆର୦୫-ଏଏମ-୪୫୫୬ନଂ ପିକଅପ୍‌ଭ୍ୟାନରେ ୪ଟି ଗୋରୁକୁ ନେଇ ଆଠଗଡପଟରୁ କଟକଆଡକୁ ଆସୁଥିଲେ ।ଦୁଇଟି ଗାଡିଆଗପଛ ହୋଇଆସୁଥିବାବେଳେ ଦୁହିଁଙ୍କ ମଧ୍ୟରେ ସାନମୁଣ୍ଡଳିଗାଁ ପାଖରେ ଧକ୍କାହୋଇଥିଲା ।ଏହାକୁ ନେଇ ଉଭୟଗାଡିଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିବାବେଳେ ସ୍ଥାନୀୟଲୋକମାନେ ପହଁଚିଯାଇଥିଲେ ।ଏହାକୁଦେଖି ଉଭୟଚାଳକ ଗାଡିଛାଡି ଦୌଡିପଳାଯାଇଥିଲେ ।ସ୍ଥାନୀୟଲୋକମାନେ ଦୁର୍ଘଟଣାଘଟାଇଥିବା ଗାଡିରୁ ଦୁଇଟି ଗୋରୁକୁ ଫିଟାଇଦେଇଥିବାବେଳେ ଅନ୍ୟଏକ ଗାଡିରେ ଥିବା ଗୋରୁଦୁଇଟି ଦୁର୍ଘଟଣାରେ ଆହତ ହୋଇଥିବାରୁ ଚିକିସ୍‌ା ନିମନ୍ତେ ଗୋଡିସାହିଫାଣ୍ଡିକୁ ଖବରଦେଇଥିଲେ ।ପୋଲିସଆସି ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତ କରିବାସହ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଆହତ ଗୋରୁଦୁଇଟିର ଚିକିସ୍‌ାକରି ସାମୟିକଭାବେ ସେବାସୁଶୃଷାକରିବାକୁ ଜଣଙ୍କୁ ହସ୍ତାନ୍ତର କରିଥିବାର ଜଣାପଡିଛି ।

Leave A Reply

Your email address will not be published.