ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

କ୍ୱାଟରକୁ ଗଲେ ବରାହୀପୁର ଓ ଘାଟିକିଆ

0 146

ବାରଙ୍ଗ,୭/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁରନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ଥିଲା ଚତୁର୍ଥ ଦିବସ।୩ଟି ପର‌୍ୟ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାବେଳେ ବୁଧବାର ଦୁଇଟି ପର୍ଯ୍ୟାୟରେ କେବଳ ଗ୍ରାମାଂଚଳକୁ ନେଇ ଖେଳ ହୋଇଥିଲା ।ଦୁର୍ଗାସାମନ୍ତରାୟ ମୁଖ୍ୟଅତିଥିଭାବେ ଯୋଗଦେଇ ଚତୁର୍ଥଦିନର ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ।ବୁଧବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ସୁପ୍ରିମଫୁଟବଲ କ୍ଲବ ବରାହିପୁର ସହ ମଦନମୋହନସ୍ପୋଟିଂକ୍ଲବ ଉସୁମା ମଧ୍ୟରେ ହୋଇଥିଲା ।ଏଥିରେ ବରାହିପୁର୩-୧ଗୋଲରେ ଉସୁମାକୁ ହରାଇ କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା ।ଦ୍ୱିତୀୟମ୍ୟାଚ ବଜରଙ୍ଗବାଲିକ୍ଲବ ଘାଟିକିଆ ସହ ବାଞ୍ଝାମଣିକ୍ଲବ ଟାଙ୍ଗିବନ୍ତ ମଧ୍ୟରେ ହୋଇଥିଲା ।ଏଥିରେ ଘାଟିକିଆ ୩-୧ଗୋଲରେ ଟାଙ୍ଗିବନ୍ତକୁ ହରାଇ କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା ।ପ୍ରଥମମ୍ୟାଚରେ ରାଜେସନାୟକ ମ୍ୟାନଅଫଦିମ୍ୟାଚ ହୋଇଥିବାବେଳେ ଦ୍ୱିତୟମ୍ୟାଚରେ ମ୍ୟାନଅଫଦିମ୍ୟାଚ ତୋଫାନନାୟକ ହୋଇଥିଲେ ।ଗୁରୁବାରଦିନ ତିନଟି ପର୍ଯ୍ୟାୟରେ ହେବାକୁଥିବା ଖେଳ ମଧ୍ୟରେ ଗ୍ରାମାଞ୍ଚଳରୁ ଦୁଇଟି ମ୍ୟାଚ୍ ଅନୁଷ୍ଟିତ ହେବ।ପ୍ରଥମ ମ୍ୟାଚ୍ ଜୟପୁର ସହ ବ୍ରାହ୍ମଣିଗାଁ ଓ ଦ୍ୱିତୀୟମ୍ୟାଚ ପ୍ରତାପନଗରୀ ସହ ବାର୍‌ଦା ମଧ୍ୟରେ ହେବ ।ସେହିଭଳଭାବେ ସହରାଚଂଳର କାମେରୁନ-୧୧ସହ ସମ୍ବଲପୁର ୟୁନାଇଟେଡ କ୍ଲବ ମଧ୍ୟରେ ଖେଳାଯିବ ବୋଲି କ୍ଲବର ସମ୍ପାଦକ ମାନସ ରଞନ ପଢିଆରୀ ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.