ଆଜିର ରାଶିଫଳ

0 203

୨୭-୧୨-୨୦୨୨(ମଙ୍ଗଳବାର)ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର ।ମକର ରାଶିର ଘାତବାର ।
ମେଷ:-ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ପ୍ରେମରେ ସଫଳତା ମିଳିବ।
ବୃଷ:- କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ।
ମିଥୁନ:-କିଛି ନୂଆ ଶିଖିବାର ସୁଯୋଗ ମିଳିବ। ପୂର୍ବରୁ କରିଥିବା କାମର ଲାଭ ପାଇବେ। ବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ ବିତିବ।
କର୍କଟ:-ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେବେ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି।
ସି˚ହ:-କାର୍ୟ୍ୟକ୍ଷେତ୍ରରେ  ଲାଗି ରହିଥିବା ବିବାଦର ସମାଧାନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା:-ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରମାନେ ଲେଖାପଢ଼ାରେ ମନ ଦେବେ।
ତୁଳା:-ଆପଣଙ୍କର କ୍ଷମତା ବୃଦ୍ଧି ଫଳରେ ଅନେକ କିଛି ହାସଲ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ରାଜନୀତିରେ ସମ୍ମାନ ମିଳିପାରେ।
ବିଛା:-ଅର୍ଥ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ଚୁକ୍ତି କରିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ଧନୁ:-କିଛି ଲୋକଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମକର:-ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ।
କୁମ୍ଭ:-ଅଧୁରା କାମ ପୂରା ହେବ। ବେପାରରେ ଉଚିତ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ଚାକିରିଆଙ୍କୁ ଖୁସି ଖବର ମିଳିବ।
ମୀନ:-ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ!!

ନିତୀବାଣୀ=ଆଗରୁ ଲୋକମାନେ ମିଛ କହିବାକୁ ଭୟ କରୁଥିଲେ ପାପ ହେବବୋଲି କିନ୍ତୁ ଏବେ ସତ କହିବାକୁ ଭୟ କରୁଛନ୍ତି, ବିପଦରେ ପଡ଼ିବେ ବୋଲି..
ବାସ୍ତୁଟିପ୍ପଣୀ-ଘର ବନେଇବା ପୂର୍ବରୁ ଜାଣନ୍ତୁ କିଛି ଅତି ଦରକାରୀ ବାସ୍ତୁତଥ୍ୟ-ତେବେ ବାସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସିଘରେ କିମ୍ବା ଭବନରେ ପାଞ୍ଚଭୁତର ସଠିକ ସନ୍ତୁଳନକୁ ବାସ୍ତୁଶାସ୍ତ୍ର କୁହାଯାଏାଯଦି ତାକୁ ସରଳଭାଷାରେ କହିବା ବସ୍ତୁହେଉଛି ଗୋଟିଏ ପ୍ରାଚୀନବିଜ୍ଞାନ ,ଯାହାକୁ ପୂର୍ଵ କାଳର ଲୋକମାନ ପ୍ରୟୋଗକରି ନିଜର ମନପସନ୍ଦରଗୃହ ନିର୍ମାଣକରୁଥିଲେ। ସଠିକ ବସ୍ତୁର ପ୍ରୟୋଗଦ୍ୱାରା ଗୃହରେ ସକାରାତ୍ମକଶକ୍ତିର ପ୍ରଚଳ ହୋଇଥାଏ, ଯଦ୍ୱାରାକି ଗୃହରେ ଅବସ୍ଥାପିତକରୁଥିବା ମନୁଷ୍ୟର ଜୀବନଚର୍ଯ୍ୟରେ ଉର୍ଣ୍ଣତି ଆସିଥାଏ।ଆମେଯଦି ମୁଖ୍ୟ ଚାରିଟିଦିଗ ଯାହାକି ପୂର୍ବ, ପଶ୍ଚିମ,ଉତ୍ତର ଏବଂ ଦକ୍ଷିଣକୁ ଧ୍ୟାନରଖି ଘରନିର୍ମାଣ କରିବା ତେବେ ଗୃହଟି ଗୋଟିଏ ମନ୍ଦିରରେ ପରିଣତ ହୋଇପାରିବ।
ପ୍ରବେଶ ଦ୍ୱାର:-ଘରର ମୁଖ୍ୟଦ୍ୱାରା ବା ପ୍ରବେଶଦ୍ୱାର ଗୃହର ବାସ୍ତୁ ଉପରେ ଆନେକ ଗୃରୁତ୍ବପୁର୍ଣ ପ୍ରଭାବ ପକେଇଥାଏ।ତେବେ ମହାବାସ୍ତୁପୁସ୍ତକ ଅନୁସାରେ ୩୨ଟି ମୁଖ୍ୟଦ୍ୱାରା କରିବାର ଆମପାଖରେ ଉପାୟ ଅଛି।ଘରର ମୁଖ୍ୟଦ୍ୱାରା ଏପରି ଜାଗରେ ହେବା ଦରକାର ଯେଉଠିକି ସୂର୍ଯ୍ୟଉଦୟର ପ୍ରଥମକିରଣ ପଡିବ ଦରକାର ।ଏଥିପାଇଁ ପୂର୍ବ ଏବଂ ଉତ୍ତରଦିଗ ହେଉଛି ସବୁଠାରୁ ଉତ୍ତମ ଜାଗା ।
ଶୌଚାଳୟ:-ଯଦି ଆପଣକରଘରେ ଶୌଚାଳୟ ସଠିକଜାଗାରେ ନାହିଁ ,ତେବେ ଗୃହରେ ବାସକରୁଥିବା ମନୁଷ୍ୟର ମାନସିକବିକାଶ ଉପରେ ତାହା ପ୍ରଭାବ ପକେଇଥାଏ।ଶୌଚାଳୟ ପାଇଁ ସବୁଠୁ ସଠିକ ଜାଗା ହେଉଛି ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଶୌଚାଳୟ ଉତ୍ତର-ପୂର୍ବରେ ନରଖିବାକୁ ବାସ୍ତୁ କହିଥାନ୍ତି।ମହାବାସ୍ତୁ ପୁସ୍ତକର କହିବାଅନୁସାରେ ଉତ୍ତର, ଉତ୍ତର-ପୂର୍ବ ଓ ପୂର୍ବ ରଖିବା ଦରକାର ଏବଂ ଦକ୍ଷିଣ ଓ ପଶ୍ଚିମ ଦିଗରେ ନରଖିବାକୁ ପରାମର୍ଶ ଦିଅନ୍ତି।
ଶୋଇବା ଘର:-ଘରର ମୁଖ୍ୟଙ୍କ ଶୋଇବାଘରଟି ଦକ୍ଷିଣ-ପଶ୍ଚିମ ଦିଗରେ ରହିବ ଅତିଆବଶ୍ୟକ ଏବଂ ଏହାକୁ ମହାବସ୍ତୁ ମଧ୍ୟ ସହମତି ପ୍ରକାଶ କରନ୍ତି।ଏହାବ୍ୟତୀତ ଗୃହର ବାକି ଶୋଇବାଘର ଗୁଡିକ କରିବାର ଦିଗ ହେଉଛି ଦକ୍ଷିଣ ଓ ପଶ୍ଚିମ।ଶୋଇବା ଘରଗୁଡିକ ଉତ୍ତର-ପୂର୍ବରେ କିପରି ନହଉ ଆମକୁ ଏହାପ୍ରତି ଧ୍ୟାନଦେବାର ଅଛି ।ଯଦି ଏହିଥିରେ କିଛି ବ୍ୟତିକ୍ରମ ଆସିଥାଏ ତେବେ ବ୍ୟକ୍ତିବିଶେଷକର ମାନସିକ ଓ ଶାରୀରିକ ଆବସ୍ଥା ଅନେକ ପରିବର୍ତ୍ତନ ଆସିଥାଏ ।
ପାଣିଟାଙ୍କି:-ଯଦି ଆପଣ ଘରଛାତ ଉପରେ ପାଣିଟାଙ୍କି କରୁଛନ୍ତି ତେବେ ତାହା ବାସ୍ତୁର ସବୁନିୟମ ମାନିବା ଦରକାର।ତେବେ ବାସ୍ତୁ ହିସାବରେ ପାଣିଟାଙ୍କି ପାଇଁ ସବୁଠୁ ଉପଯୁକ୍ତସ୍ଥାନ ହେଉଛି ପଶ୍ଚିମଦିଗ।
ପୂଜା ଘର:-ଗୋଟିଏଗୃହରେ ସବୁଠୁ ଗୁରୁତ୍ୱପୁର୍ଣ ଜାଗାହଉଚି ପୂଜାଘର, ଏହା ଘରେବସବାସ କରୁଥିବା ବ୍ୟକ୍ତିବିଶେଷ ଉପରେ ମାନସିକପ୍ରଭାବ ପକେଇଥାଏ।ଯଦ୍ୱାରାକି ତାଭିତରେ ସକାରାତ୍ମକଶକ୍ତିର ପ୍ରଭାବ ହୋଇଥାଏ ଓ ସେ ଭଗବତବିଶ୍ୱାସୀ ମଧ୍ୟ ହୋଇଥାଏ।ପୂଜାଗୃହ ପାଇଁ ସବୁଠୁ ଉପଯୁକ୍ତସ୍ଥାନ ହେଉଛି ଉତ୍ତର-ପୂର୍ବ।
ପିଲାର ପଢ଼ାଘର:-ବିଦ୍ୟାଲାଭ କରୁଥିବା ଛାତ୍ରଛାତ୍ରୀପାଇ ଉତ୍ତରଦିଗରୁ ଆସୁଥିବା ସୂର୍ଯ୍ୟଙ୍କକିରଣ ସବୁଠୁ ଉପଯୁକ୍ତ। ସେଥିପାଇଁ ଆମକୁ ଏପରିଜାଗାରେ ପଢ଼ାଘରଟିକୁ କରିବାରଅଛିଯେଉଠିକି ପ୍ରଚୁର ପରିମାଣରେ ଉତ୍ତରଦିଗରୁ ଆସୁଥିବା ସୂର୍ଯ୍ୟକିରଣ ପଡୁଥିବ।ଏଥିପାଇଁ ଉତ୍ତରଦିଗ ହେଉଛି ସବୁଠାରୁ ସଠିକସ୍ଥାନ, ପଢା ଘର ପାଇଁ ଯାହାକି ପିଲାଟିକୁ ମାନସିକଚାପରୁ ଦୁରୀଭୂତକରେ ଓ ବିଦ୍ୟାଅଧ୍ୟାୟନ କରିବାକୁ ଆଗ୍ରହ ବଢାଇଥାଏ।
ରୋଷେଇ ଘର:-ଗୃହର ରୋଷେଇଘର ଯାହାକୁ ଆମେ ହାଣ୍ଡିଶାଳ ମଧ୍ୟ କହିଥାଉ, ଏଥିପାଇଁ ଉପଯୁକ୍ତ ସ୍ଥାନହେଉଛି ପୂର୍ବ,ଦକ୍ଷିଣ-ପୂର୍ବ।ସବୁଠୁ ଗୁରୁତ୍ୱପୁର୍ଣ ବିଷୟହେଉଛି ରୋଷେଇଘର ଏପରିଜାଗାରେ ହେବ ଦରକାର ଯାଉଠିକି ସକାଳରସୂର୍ଯ୍ୟକିରଣ ପଡୁଥିବା ଯଦ୍ୱାରା ରାତିରେ ସୂର୍ଷ୍ଟହୋଇଥିବା କ୍ଷତିକାରକ ଅଣୁଯିବଗୁଡିକ ମୃତୁବରଣ କରନ୍ତି ଏବଂ ଆମକୁ ଗୋଟିଏ ପରିସ୍କାର ରୋଷେଇଘର ମିଳିଥାଏ।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.