ଆଜି କୋଭିଡ୍ ସ୍ଥିତି ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ

0 110

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ଆଜି ଅପରାହ୍ଣ ସାଢେ୪ଟାରେ ରାଜ୍ୟରେ କୋଭିଡସ୍ଥିତି ଓ ଏହାର ମୁକାବିଲାନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସମସ୍ତଜିଲ୍ଲାପାଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।ଚୀନରେ ନୂଆ କୋଭିଡ୍ ଭାରିଆଂଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକତାକୁ ଫୋକସ୍ ଦିଆଯାଇପାରେ ।

Leave A Reply

Your email address will not be published.