ଆଜିର ରାଶିଫଳ

0 195

ଡିସେମ୍ବର ମାସ ୩୦ ତାରିଖ ୨୦୨୨ ମସିହା(ଶୁକ୍ରବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୦୭/୧୮ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୭ ,ଧନୁ ରାଶିର ଘାତଚନ୍ଦ୍ର ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡିଆ ଭକ୍ଷଣ ନିଷେଧ ।
ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
ବୃଷ-ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
ମିଥୁନ-ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
କର୍କଟ-ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
ସିଂହ-ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକକାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
କନ୍ୟା-ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
ତୁଳା-ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ବିଛା-ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
ଧନୁ-ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
ମକର-ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର‌୍ୟ୍ୟ ତ୍ୱରାନ୍ବିତ ହୋଇପାରିବ।
କୁମ୍ଭ-ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢ଼ିପାରେ।
ମୀନ-ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ !!

ନିତୀବାଣୀ-କୌଣସିମଣିଷ କେବେ ନିଜଇଛାରେ ବଦଳି ନଥାଏ, ଜୀବନରେ କିଛିଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ !!
ବାସ୍ତୁଟିପ୍ପଣୀ-
ଘରର କାନ୍ଥ ବା ଛାତଉପରେ ଅସ୍ଵସ୍ଥଗଛ ଉଠିଲେ କେଉଁ ସଂକେତ ମିଳିଥାଏ ?
ଅନେକ ସମୟରେ ଦେଖାଯାଏକି ଘରର ଛାତଉପରେ ଓସ୍ତ ବା ଅଶ୍ବସ୍ତଗଛ ଆପେଆପେ ଉଠିଥାଏ । ଯେଉଁ ବ୍ୟକ୍ତିମାନେ ବିଧିବିଧାନ ଅନୁଯାୟୀ ଅଶ୍ବସ୍ତଗଛକୁ ଲଗାଇ ତାର ସେବାକରିଥାନ୍ତି ସେମାନେ ପରଲୋକରେ ଭଗବାନ ଶ୍ରୀହରିଙ୍କ ସାନିଧ୍ୟପ୍ରାପ୍ତ କରିଥାନ୍ତି । ତେଣୁ ଅଶ୍ବସ୍ତ ଗଛର ମହିମା ସନାତନଧର୍ମରେ ବହୁ ଉର୍ଦ୍ଧରେ ରହିଛି । ଏହାସହ ଶ୍ରୀମଦ ଭଗବତଗୀତାରେ ବିଭୂତିଯୋଗରେ ମଧ୍ୟ ସୁନ୍ଦରଭାବେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ସବୁ ଗଛମାନଙ୍କରେ ମଧ୍ୟରେ ଓସ୍ତଗଛ ହେଉଛିଶ୍ରେଷ୍ଠ । ଶାସ୍ତ୍ରଅନୁଯାୟୀ ଭଗବାନହରି ଓ ବିଷ୍ନୁଙ୍କୁ ଓସ୍ତଗଛର ସ୍ୱରୂପ ବୋଲି ମାନାଯାଇଥାଏ ।
ଯେଉଁବ୍ୟକ୍ତି ଓସ୍ତଗଛକୁ ରୋପଣକରି ତାର ସେବା ଯତ୍ନ କରିଥାନ୍ତି ସେମାନେ ମୃତ୍ୟୁପରେ ଭଗବାନବିଷ୍ନୁଙ୍କର ସାନିଧ୍ୟଲାଭ କରିଥାନ୍ତି ଯାହା ଶାସ୍ତ୍ର ରେ କୁହାଯାଇଛି । ସ୍କନ୍ଧପୁରାଣଅନୁଯାୟୀ ଯେଉଁବ୍ୟକ୍ତି ଓସ୍ତଗଛକୁ ଲଗାଇଥାନ୍ତି ସେମାନେ ଐର୍ଶ୍ଚର୍ଯ୍ୟ ଲାଭ କରିଥାନ୍ତି । ଏହାସହ ଧନ ଓ ଆୟୁଷ ବୃଦ୍ଧି ହୋଇଥାଏ । ପିତୃପୁରୁଷମାନେ ମୁକ୍ତି ପାଇଥାନ୍ତି । ସେମାନଙ୍କୁ ମୋକ୍ଷପ୍ରାପ୍ତି ହୋଇଥାଏ ।
ଯଦି ଆପଣଙ୍କଘରେ ବା କାନ୍ଥରେ ଆପେଆପେ ଓସ୍ତଗଛ ଉଠିଥାଏ ତେବେ ଆପଣ ଜାଣିବାକୁ ପାଇବେକି ଆପଣଙ୍କରଘରର ପିତୃପୁରୁଷ ମୋକ୍ଷ ପାଇନାହାନ୍ତି । ଯେଉଁଘରେ ପିତୃଦୋଷ ଥାଏ ବା ଯେଉଁଜାଗାରେ ପିତୃଦୋଷ ରହିଥାଏ ସେଠାରେ ଓସ୍ତଗଛ ଆପେଆପେ ଉଠିଥାଏ । ଏଭଳିଜାଗାରେ ଅଶ୍ବସ୍ତଗଛର ଆବିର୍ଭାବ ହୋଇଥାଏ ।

ଓସ୍ତଗଛ ହେଉଛି ଦେବବୃକ୍ଷ । ତେଣୁ ଦେବବୃକ୍ଷକୁ ଏମିତି ଓପାଡିଦେବା ଉଚିତନୁହେଁ । ଆପଣଙ୍କ ଘରେ ବା କାନ୍ଥରେ ଗଛ ଉଠିଥିଲେ ଜାଣିବେ ପିତୃ ଦୋଷ ଲାଗିଛି ଯାହାପାଇଁ ଆପଣଙ୍କ ଘରର ଓ ପରିବାର ସଦସ୍ୟଙ୍କର ଅବନ୍ନତି ଘଟିବାର ସୂଚନା ମିଳିଥାଏ । ତେଣୁ ଏଭଳିହେଲେ ଚିନ୍ତା କରିବାର କିଛି କାରଣ ନାହି ।ଏହାର ପ୍ରତିକାର ପାଇଁ ରବିବାରଦିନ ଅପରାହ୍ନ୧୨ଟାସମୟରେ ଗୋଟେ ନୀଳଲେମ୍ବୁ ଓ କଞ୍ଚାଲଙ୍କା ନେଇ ଓସ୍ତ ଗଛମୂଳରେ ରଖି ନମସ୍କାରକରନ୍ତୁ । ନମସ୍କାର କରିବାପରେ ଦିନ୪ଟା ବେଳକୁ ଓସ୍ତଗଛ ପାଖକୁଯାଇ ଚେରସହଗଛ ଓପାଡି ଦିଅନ୍ତୁ । ଯଦି ଗଛ ଚେର ସହ ଓପୁଡିଗଲା ତେବେ ଅନ୍ୟଜାଗାରେ ନେଇ ଏହାକୁ ରୋପଣକରନ୍ତୁ ।
ଯଦି ଚେର ଛିଡିଯାଏ ତେବେ ଗଛ ସହ ନଦୀରେ ପ୍ରବାହିତ କରନ୍ତୁ । ଯେଉଁ ଲେମ୍ବୁ ଓ ଲଙ୍କା ଗଛ ମୂଳରେ ରଖିଥିବେ ତାହାକୁ ସେମିତି ରହିବାକୁ ଦେବେ । ଆପଣଙ୍କ ଘରେ ଯେଉଁ ପିତୃଦୋଷ ଅଛି ତାହା ଦୂରହେବା
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.