ପରଲୋକରେ ବ୍ରାଜିଲର ମହାନ ଫୁଟବଲ ଖେଳାଳିପେଲେ

0 153

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ବିଶ୍ୱଫୁଟବଲର ମହାନକିମ୍ବଦନ୍ତୀ ତଥା ବ୍ରାଜିଲରଷ୍ଟାର ଖେଳାଳି ପେଲେଙ୍କ ପରଲୋକ ହୋଇଛି। ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ଦୁଇବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥର ତାଙ୍କୁ ଡାକ୍ତରମାନେ ଆଉ ରକ୍ଷା କରିପାରି ନାହାନ୍ତି। ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରାରେ ଶୋଇପଡ଼ିଛନ୍ତି। ଏକମାତ୍ର ଖେଳାଳି ଭାବେ ପେଲେ ୩ ଥର ବିଶ୍ବକପ୍ (୧୯୫୮, ୧୯୬୨, ୧୯୭୦) ଜିତିବାର ଗୌରବ ପାଇଛନ୍ତି। ତାଙ୍କୁ ସର୍ବକାଳୀନ ମହାନ ଖେଳାଳି ଭାବେ ବିବେଚନା କରାଯାଇଥାଏ।

Leave A Reply

Your email address will not be published.