ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୦୩ ତାରିଖ (ମଙ୍ଗଳବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରୀ ଘ୯/୫୦ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୩୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୫୨ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ରାତ୍ରୀ ଘ୯/୫୦ ଗତେ ବାଇଗଣ ଭକ୍ଷଣ ନିଷେଧ ।
ମେଷ-ସାରାଦିନକାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ-ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛିଜ୍ଝ
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବାକାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍ଫୁଲ୍ଲିତ ହେବେ।କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ-ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷିକାର୍ଯ୍ୟରେ ମନଦେବେ।
ନିତୀବାଣୀ-ଜୀବନରେ ସବୁ କିଣିପାରିବେ, କିନ୍ତୁ ଆଶୀର୍ବାଦ ଓ ଭଲପାଇବା କିଣି ପାରିବେ ନାହିଁ। ଏହା ଆପଣଙ୍କୁ କମାଇବାକୁ ପଡ଼ିଥାଏ।
ବାସ୍ତୁଟିପ୍ପଣୀ-ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧିାଆମ ଜୀଵନରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଅଛି । ଶାସ୍ତ୍ରରେ ମନୁଷ୍ୟର ସମସ୍ତ ବିଷୟ ସମ୍ପର୍କରେ ସୂଚନା ଦିଆଯାଇଥାଏ । ଶାସ୍ତ୍ରଅନୁସାରେ ବାସ୍ତୁଶାସ୍ତ୍ର ଅନୁସାରେ ଘର ତିଆରି କରିବାଉଚିତ । ଘରେ ସୁଖଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁର ମଧ୍ୟ ମହତ୍ୱ ରହିଛି । ଘରର ମୁଖ୍ୟ ଦ୍ୱାରର ବହୁତ ମହତ୍ୱ ରହିଥାଏ ।ଯଦି ଘରର ଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବା ଲୋକଙ୍କସ୍ୱାସ୍ଥ୍ୟ ଅବସ୍ଥା ସଠିକରହିଥାଏ ଏବଂ ସେହିଘରେ ରହୁଥିବାଲୋକଙ୍କ ସୁଖ ସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କ ଦ୍ୱାର ବୋଲି ମନାଯାଏ ।
ଭାରତୀୟ ହିନ୍ଦୁଶାସ୍ତ୍ରଅନୁସାରେ ଘରର ଦ୍ୱାରକୁ କଳସ,ଆମ୍ବପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଜାଇବାର ପରମ୍ପରାରହିଛି । ତେବେ ଆସନ୍ତୁଜାଣିବା ଘରର କିଛିସମସ୍ୟା ଦୂର କରିବାପାଇଁ ଉପାୟ । ଘରର ଦ୍ଵାରମୁହଁରେ ଏହି ଦୁଇଟିଉପାୟ କରିବାଦ୍ଵାରା ଘର ରସମସ୍ୟା ଦୂର ହୋଇଯିବ । ବାସ୍ତୁଶାସ୍ତ୍ରଅନୁସାରେ ଘରର ମୁଖ୍ୟଦ୍ୱାର ଅନେକଗୁଡିଏ ଦୋଷରୁ ଦୂର କରିଥାଏ । ଯଦି ଆପଣ କିଛି ଛୋଟବଡ ଅସୁବିଧାକୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବାଦ୍ୱାରା ତାହା ଦୂରହୋଇଯିବ ।
ଯେତେବେଳ ଆପଣ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହାଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର୍ଯ୍ୟଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତଶୁଭ ହୋଇଥାଏ । ଘରର ଦ୍ଵାରମୁହଁରେ ଅଶୋକ ଓ ଆମ୍ବରପତ୍ରକୁ ସୂତାରେ ବାନ୍ଧି ଘରର ଦୁଆରମୁହଁରେ ଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଆପଣଙ୍କଘରକୁ କୈାଣସି ଖରାପଶକ୍ତି ପ୍ରଵେଶ କରିପାରିବ ନାହିଁ ।ଏପରିକରିବାଦ୍ୱାରା ଆପଣଙ୍କର କୌଣସିସମସ୍ୟା ରହିବନାହିଁ । ଆପଣଙ୍କଘରେ ସର୍ବଦା ସୁଖଶାନ୍ତି ବଜାୟରହିବ । କେବେମଧ୍ୟ କାହାର କୌଣସିଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥଜନିତ କୌଣସିସମସ୍ୟା ଦେଖିବାକୁ ମିଳିବନାହିଁ ,ପତିପତ୍ନୀଙ୍କ ମଧ୍ୟ ରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କ ଘରଉପରେ କୌଣସି କୁଦୃଷ୍ଟି ପଡିବନାହିଁ । ଯଦି ଆପଣ ଏହି ନିୟମଗୁଡିକୁ ମାନିଚଳିବେ ତେବେ ଆପଣଙ୍କ ଘରେଥିବା ସମସ୍ତ ବାସ୍ତୁଦୋଷର ବିନାଶ ଘଟିବ ।
ଯଦି ଆପଣଙ୍କରଦ୍ୱାର ସବୁବେଳେ ପରିଷ୍କାରରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶକରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାରଉପରେ କେବେମଧ୍ୟ କୌଣସି ପ୍ରକାର ବୃକ୍ଷରଛାଇ ପଡିବା ଉଚିତନୁହେଁ ।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟ।।!!

 

- Advertisement -

Leave A Reply

Your email address will not be published.