ଦିଲଖୁସ୍’ ବସ୍ ସହ କାର୍ ମୁହାଁମୁହିଁ ଧକ୍କା

0 111

ଭବାନୀପାଟଣା୩ା୧(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡିଜିଲ୍ଲା କେସିଙ୍ଗାଥାନା ଚାଂଚେରନିକଟରେ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାରରେଥିବା ୨ଯୁବକଙ୍କର ମୃତ୍ୟୁହୋଇଥିବାବେଳେ ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଦିଲଖୁସ୍’ ନାମକ ଘରୋଇବସ୍ ଗତକାଲି ରାତିରେ ଭୁବନେଶ୍ୱରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲା। କେସିଙ୍ଗାଥାନା ଚାଂଚେରନିକଟରେ ଅତିକ୍ରମ କରୁଥିବାବେଳେ ବିପରୀତିଦିଗରୁ ଆସୁଥିବା ଏକକାର୍ ସହ ମୁହାଁମୁହିଁ ଧକ୍କାହୋଇଥିଲା।ଫଳରେ କାରରେଥିବା ୨ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଭବାନୀପାଟଣା ର ଅନ୍ୟଜଣେ ଯାଜପୁରର ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ଗୁରୁତର ଆହତହୋଇଥିବା ୨ମହିଳାଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛିା । ବସ୍ ଓ କାର୍ର ସମ୍ମୁଖ ଭାଙ୍ଗି ଚୁରମାର ହୋଇ ଯାଇଛି।ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଁଚି ସୁରକ୍ଷିତ ଥିବା ବସ୍ର ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଛିା

Leave A Reply

Your email address will not be published.