ଆଜିର ରାଶିଫଳ

ମାଘବ୍ରତାରମ୍ଭ ,୨୦୨୩ମସିହା ଜାନୁୟାରୀମାସ ୦୭ତାରିଖ(ଶନିବାର)ମାଘମାସ-ଶୁକ୍ଲପକ୍ଷ ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃଘ୦୬/୨୬/୨୪ ,ସୂର୍ଯ୍ୟାସ୍ତସନ୍ଧ୍ୟାଘ୦୫/୧୮/୧୪ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣିକଖାରୁ ଭକ୍ଷଣ ନିଷେଧ ।
ମେଷ-ପ୍ରତ୍ୟେକକ୍ଷେତ୍ରରେ ଆପଣ ନିଜକୁ ଠିକଭାବେ ଆଡ୍‌ଜଷ୍ଟକରି ଚଳାଇ ନେଇ ପାରିବେନାହିଁ । ସାମୟିକଭାବେ ଅସୁସ୍ଥତା ଅନୁଭବକରିବେ। ପ୍ରଶାସନିକସ୍ତରରେ ଅଟକିରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତହେବାରେ ବନ୍ଧୁ ସାହାଯ୍ୟକରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳହେବ।
ବୃଷ-କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବାପାଇଁ ପ୍ରଯତ୍ନ କରିବେ। ଅଫିସକାମର ଚାପ ପ୍ରଭାବରୁ ଟେନସନ୍ କିଛିମାତ୍ରାରେ ଲାଗିରହିବ । ପରିବାରକ୍ଷେତ୍ରରେ ଏମିତି କେତେକକଥା ରହିଛି, ଯାହାକୁକି କହିପାରିବେନାହିଁ । ଏଣୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହୋଇ ମାନସିକଅଶାନ୍ତିର କାରଣ ହେବ। ସାମାଜିକସ୍ତରରେ ସମ୍ମାନଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧିପାଇବ ।
ମିଥୁନ-ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟମନେକରିବେ । ଯେଉଁ କାମଟିକୁ ଆଜିଯାଏ ଆପଣ କରିପାରୁନଥିଲେ ଆଜି ମଧ୍ୟାହ୍ନପରେ ତାହା ସୁବିଧାରେହୋଇଯିବ । ମାତ୍ର ଘରର ବାରଣମାନି କାମକଲେ ଅବଶ୍ୟ ଉପକୃତହେବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ-ଆଜି ଆପଣ ପ୍ରତିବନ୍ଧକର ସାମ୍‌ନାକରି, ପରିସ୍ଥିତିସହ ଲଢେଇକରି କାମହାସଲ କରିପାରିବେ। ଗତକାଲିଠାରୁ ଆଜି ଯାହା କରିବାପାଇଁ ଚିନ୍ତାକରିଥିଲେ ସେହି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପନିଅନ୍ତୁ। କେତେକକ୍ଷେତ୍ରରେ କଅଁଳ କଥାକହି ପରିସ୍ଥିତିକୁ ସୁଧାରିନେବେ।
ସିଂହ-ପରିବାରର କିଛିଅଭାବ ଓ ଅସୁବିଧାକୁନେଇ ସରଗରମ ଆଲୋଚନାହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନପାଇଁ ଦିନଟି ବହୁତଭଲ । ଉଚ୍ଚପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ।
କନ୍ୟା-ବିଷମପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାରଆଶା ନିରର୍ଥକହୋଇପାରେ। ଅବଶ୍ୟ ଅନ୍ୟମାନଙ୍କସକାଶେ ଦୀର୍ଘଦିନହେଲା ଯେଉଁକାମଟିକୁ ହଠାତ ଆରମ୍ଭକରିବାକୁ ମନ ବଳାଇଥିଲେ, ତାହା ଅକ୍ଳେଶରେହୋଇଯିବ । ସାଙ୍ଗସାଥୀଙ୍କସହ ଭ୍ରମଣସୁଯୋଗ ଜୁଟିବ। ପ୍ରଶାସନ ଓ ପ୍ରକାଶନକ୍ଷେତ୍ରରେ ଶୁଭଫଳ ପାଇବେ ।
ତୁଳା-ଆଜି ହାତଖାଲି ରହିବନାହିଁ। ବିଭିନ୍ନଦିଗରୁ ରୋଜଗାରକରିବାରେ ସମର୍ଥହେବେ। କିନ୍ତୁ ଘରୋଇକଳହକୁ ନେଇ ଅଶାନ୍ତିଲାଗିରହିବ । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟରେପ୍ରଶଂସିତ ହେବେ । କୃଷି, ବାଣିଜ୍ୟ ଓ ରାଜନୀତିରେଚେଷ୍ଟା ସଫଳହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନକଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବନାହିଁ ।
ବିଛା-ଅଯଥାଭୟ, ଆଶଙ୍କାମଧ୍ୟରେ ଦିନଟିକୁ କଟାଇବେ। ସ୍ବାସ୍ଥ୍ୟଗତ କେତେକସମସ୍ୟା ମନକୁ ନିରୁତ୍ସାହିତ କରିବ । ଯାହାଙ୍କଠାରୁ ଯାହା ପାଇବାପାଇଁ ପ୍ରତିଶ୍ରୁତିପାଇଥିଲେ, ତାହା ନପାଇ ମନ ଭଲ ରହିବନାହିଁ। ଭୁଲବୁଝାମଣାବଶତଃ ସାଧାରଣକଥାରେ ପଡୋଶୀ କ୍ରୋଧପ୍ରକାଶ କରିପାରନ୍ତି। ପରିବହନପାଇଁ ବିଶେଷ ଅସୁବିଧା ହେବନାହିଁ ।
ଧନୁ-ପାରିବାରିକଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖିଆଗରେରଖି କାମକଲେ କୌଣସି ଅସୁବିଧା ହେବନାହିଁ। ଯେକୌଣସିକ୍ଷେତ୍ରରେ ମଧ୍ୟ ତରବର ନହୋଇ ଭାବଚିନ୍ତି କାମ କରିବାଭଲ ହେବ। ଅଫିସରଙ୍କସମ୍ମୁଖରେ ନିଜମନର ଭାବକୁ ପ୍ରକାଶକରିବାରେ ପଛେଇଯିବେ। ରୋଗପୀଡ଼ା ଭୋଗ କରୁଥିବାବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତିଘଟିବ।
ମକର-ଗତକାଲିଠାରୁ ପରୋକ୍ଷଶତ୍ରୁତା, ଧାରକରଜ, ପିଲାମାନଙ୍କସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭଲକଥାକୁହନ୍ତୁ କିମ୍ବା କରନ୍ତୁ, ନିଜସହ ଆଦୌ ପଡୁନଥିବା ଲୋକମାନେ ନିନ୍ଦାରଟନା କରିବେ। ସାଧାରଣକଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ ଘରୋଇକଥାରେ ମୁଣ୍ଡ ପୂରାନ୍ତୁନାହିଁ ।
କୁମ୍ଭ-ଦିନଟିରେ ମାନ୍ଦାବେପାର, ବନ୍ଧୁଙ୍କଶତ୍ରୁତା, ପୁଅଝିଅଙ୍କବାହାଘର ସମସ୍ୟାନେଇ ବ୍ୟସ୍ତ ରହିବେ। ତଥାପି ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାଦିଗରେ ଜଣେ ପୂର୍ବବନ୍ଧୁ କିଛିଖବରନେଇ ଆସିବେ। କର୍ମକ୍ଷେତ୍ରରେ ଅଭାବନୀୟସ୍ଥିତିରୁ ସହସା ମୁକ୍ତିମିଳିବ। ବହୁତଦିନର ନୂଆ ଯୋଜନାଟିକୁ କାର‌୍ୟ୍ୟକାରୀ କରିବାଉପରେ ଗୁରୁତ୍ୱ ଦେବେ
ମୀନ-ପାରିବାରିକସ୍ଥିରତା ଓ କର୍ମକ୍ଷେତ୍ରରସ୍ଥିତି ଅକ୍ଷୁଣ୍ଣ ରହିଥିଲେହେଁ ଗୋଟିଏସମସ୍ୟା ଶେଷ ହେଉ ହେଉ ଅନ୍ୟ ଏକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ମନ୍ଦ ନୁହେଁ କିନ୍ତୁ ବ୍ୟବସାୟ, ପରିବହନ, ନିର୍ମାଣକ୍ଷେତ୍ରରେ ସମସ୍ୟା ଲାଗିରହିବ । ରାଜନୈତିକଚାପର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ସଭାସମିତିରେ ସଫଳତା ହାସଲକରିବେ ।

ନିତୀବାଣୀ-ନିଜକୁ ଦର୍ପଣଭଳି ତିଆରିକରିବାର ଅଛି,କାରଣ ଦର୍ପଣ ସାମନାକୁ ଯଦି ଖରାପ ମଣିଷ ଆସେ ସେ ତାକୁ ସଠିକ୍ କରିଦେଇଥାଏ। ଆଉ ଯଦି ଭଲମଣିଷ ଆସେ ତାର ଭଲ ଗୁଣକୁ ବୃଦ୍ଧି କରିଦେଇଥାଏ।
ବାସ୍ତୁଟିପ୍ପଣୀ-ବିବାହରେ ବାଧା କିମ୍ବା କର୍ମରେଅସଫଳ ହୋଇଥିଲେ କୁଣ୍ଡଳୀରେ ରହିଛି ଗୁରୁଦୋଷ, କେମିତି କରନ୍ତୁ ଦୂର-
ଜ୍ୟୋତିଷଶାସ୍ତ୍ରଅନୁସାରେ ବୃହସ୍ପତିଗ୍ରହଙ୍କୁ ଦେବଗୁରୁ କୁହାଯାଏ। ଯଦି କାହାକୁଣ୍ଡଳୀରେ ଦେବଗୁରୁ ମଜବୁତସ୍ଥିତିରେ ରହିଥାନ୍ତି, ତେବେ ତାରଜୀବନ ସବୁବେଳେ ଖୁସି ରହିଥାଏ ଏବଂ ବ୍ୟକ୍ତିର ଭାଗ୍ୟ ଚମକିଥାଏ। ସେହିବ୍ୟକ୍ତି କୌଣସି ବ୍ୟକ୍ତିଙ୍କୁ ନିଜଜ୍ଞାନ ବଳରେ ହରାଇପାରେ। ଏହିଲୋକ ବହୁତ ସଫଳତା ହାସଲକରନ୍ତି।ଜୀବନରେ କେବେବି ଧନ ଓ ସୁଖସମୃଦ୍ଧି କମ ହୋଇନଥାଏ। କିନ୍ତୁ ଯେତେବେଳ ଗୁରୁ ଦୁର୍ବଳ ସ୍ଥିତିରେ ରହିଥାଏ, ସେତେବେଳେ ଜୀବନରେ ଆର୍ଥିକସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଭାଗ୍ୟ ସାଥ ଦେଇନଥାଏ, ବୈବାହିକଜୀବନରେ ଝଡ ଆସିଥାଏ। ତେବେ ଆସନ୍ତୁଜାଣିବା କେମିତି ଏହାକୁ ମଜବୁତ କରିବୋ
କୁଣ୍ଡଳୀରେଥିବା ଗୁରୁଦୋଷ ପ୍ରଭାବକୁ ଦୂରକରିବାର ଉପାୟ:- ଯଦି ଆପଣଙ୍କକୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଏହାର ପ୍ରଭାବକୁ କମ୍ କରିବାପାଇଁ ଗୁରୁବାରଦିନ ପାଣିରେ ଦୁଇ ଚାମଚ ହଳଦୀପାଉଡର ପକାଇ ସ୍ନାନ କରନ୍ତୁ। ଏହାପରେ ଓଁନମୋଭଗବତେବାସୁଦେବାୟନମଃ ମନ୍ତ୍ର ଜାପକରନ୍ତୁ। ମଥାରେ କେସରରତିଳକ ଲଗାନ୍ତୁ। କଦଳୀଗଛ ମୂଳେ ଜଳଚଢାନ୍ତୁ ଏବଂ ଦୀପ ଧୂପରେ ଆରତୀକରନ୍ତୁ।
ନିୟମିତଭାବେ ପ୍ରତିଦିନ ସକାଳସନ୍ଧ୍ୟାରେ ସ୍ନାନାଦି କରିବାଦ୍ୱାରା ୧୦୮ଥର ଗାୟତ୍ରୀମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଗୁରୁ ଓ ସୂର୍ଯ୍ୟମଧ୍ୟ ମଜବୁତ ସ୍ଥିତିରେ ରହିଥାନ୍ତି। ହିନ୍ଦୁଧର୍ମରେ ଗାୟତ୍ରୀମନ୍ତ୍ରକୁ ଶକ୍ତିଶାଳୀମନ୍ତ୍ର ବୋଲିକୁହାଯାଏ। ଦେବଗୁରୁବୃହସ୍ପତିଙ୍କ କୃପାପାଇବାପାଇଁ ବ୍ୟକ୍ତିପ୍ରତିଦିନ ହଳଦିଆ ରଙ୍ଗରମାଳାରେ ଓଁ ହ୍ରିଂହ୍ରଂ ଶ୍ରୀଶ୍ରୀ ଲକ୍ଷ୍ମୀବାସୁଦେବାୟନମଃ ମନ୍ତ୍ର ଜପକରନ୍ତୁ। ଯଦି ପ୍ରତିଦିନକରିବା ସମ୍ଭବ ହେଉନାହିଁ, ତେବେ ଗୁରୁବାରଦିନ ନିଶ୍ଚିତକରନ୍ତୁ।
ଗୁରୁବାରଦିନ କୌଣସି ମନ୍ଦିରକୁଯାଇ କୌଣସି ଜରୁରୀପିଲାକୁ ବହି ଦାନକରନ୍ତୁ। ଗରିବଙ୍କୁ ଚଣା ଡାଲି ଦାନ କରିବାମଧ୍ୟ ଶୁଭ ହୋଇଥାଏ।ଯଦି କୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଗୁରୁବାରଦିନ ସକାଳୁ ଜଲଦିଉଠି ସ୍ନାନକରି ଭଗବାନବିଷ୍ଣୁଙ୍କ ପୂଜାଅର୍ଚନା କରିବା ଉଚିତ। ଏହହାଦ୍ୱାରା ଗୁରୁଦୋଷ ପ୍ରଭାବ କମ୍ ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉାଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.