ବିଜେଡିର ୨୬ତମପ୍ରତିଷ୍ଠାଦିବସ

0 236

ବାରଙ୍ଗ,୬/୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଡମଣାଯାତ୍ରାପଡିଆଠାରେ ଶୁକ୍ରବାରଦିନ  ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀ ତରଫରୁ ବିଜୁଜନତାଦଳର ୨୬ତମପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି ।ଏହିଅବସରରେ ଭୁବନେଶ୍ୱରଉତରବିଧାୟକ ତଥା ଭୁବନେଶ୍ୱର ଜିଲ୍ଲାସଭାପତି ସୁଶାନ୍ତରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ପୁର୍ବତନମନ୍ତ୍ରୀ ପ୍ରତାପଜେନା ଅତିଥିଭାବେ ଯୋଗଦେଇ ଓଡିଶା ଏକ ଆଂଚଳିକଦଳ ହୋଇ ବହୁବାଧାବିଘ୍ନ ଭିତରେ ୨୫ବର୍ଷଧରି ଓଡିଶାବାସୀଙ୍କୁ ନିରନ୍ତଭାବରେ ସେବା ଯୋଗଇଆସିଛି ବୋଲି କହିଥିଲେ ।ଅନ୍ୟତମଅତିଥିଭାବେ ମୁଖ୍ୟସଚେତକ ପ୍ରଶାନ୍ତମୁଦୁଲି ଯୋଗଦେଇ ଆଜିଶିକ୍ଷାକ୍ଷେତ୍ରରେ ୫-ଟିମାଧ୍ୟମରେ ହାଇସ୍କୁଲଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରିଡାକ୍ଷେତ୍ରରେ ଓଡିଶା ଦୁଇଦୁଇଥର ପୁରୁଷ ୱାଲ୍ଡକପ୍‌ହକି ଆୟୋଜନକରି ସାରାବିଶ୍ୱରେ ଏକ ଉଦାହରଣ ସୃଷ୍ଟିକରିଛି ବୋଲି କହିଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ନିଜରାଜ୍ୟର ପ୍ରତ୍ୟକବର୍ଗର ବ୍ୟକ୍ତିଙ୍କ ମୁଲ୍ୟବାନ ଜୀବନକୁ ସୁରକ୍ଷା ଦେବା ସହିତ ଅନ୍ୟରାଜ୍ୟଗୁଡିକୁ ଅମ୍ଳଜାନ ଯୋଗଇଦେବାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତାହା ଓଡିଶାବାସୀ କେବେ ଭୁଲିବେନାହିଁ ଏବଂ ପୁନର୍ବାର ଷଷ୍ଠଥରପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସାଂସଦ ସୁତଦେଓ ନିବେଦନ କରିଥିଲେ । ଆଜି ବସ୍ତୀକୁ ବଜୁ ଆଦର୍ଶ କଲୋନୀ ହେଉ କିମ୍ବା ମାମାନଙ୍କୁ ମୁକ୍ତ ଯୋଜନା ମାଧ୍ୟମରେ ଅତ୍ମନିର୍ଭରଶୀଳ କରିବା ଏବଂ ମିଶନଶକ୍ତି ମାଧ୍ୟମରେ ୭୦ଲକ୍ଷରୁ ଉର୍ଦ୍ଧ ମହିଳାଙ୍କୁ ରୋଜଗାର ଯୋଗଇଦେବାରେ ରାଜ୍ୟସରକାର ଦାୟିତ୍ୱକୁ ମେୟର ସୁଲଚନାଦାସ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା,ବାଙ୍କିବିଧାୟକ ତଥା ଛାତ୍ରସଭାପତି ଦେବୀରଞନତ୍ରିପାଠୀ ବରିଷ୍ଠନେତା ଅନୁପପଟ୍ଟନାୟକ, କୁନବିହାରୀଦାସ, ଗୈାତମବୁଦ୍ଧଦାସ, ମିହିରମହାନ୍ତି ,ପ୍ରକାସବସ୍ତିଆ ,ଅମରେଶଜେନା,ବିରଂଚିନାରାୟଣ ମହାସୁପକାରଙ୍କ ସମେତ ସମସ୍ତକର୍ପୋରେଟର, ଜିଲ୍ଲାପରିଷଦ ସଭ୍ୟ, ସରପଂଚ,ସମିତିସଭ୍ୟ, ଲୋକପ୍ରତିନିଧି ,ମୁରବୀ ,ସାଙ୍ଗଠାନିକ ପଦାଧିକାରୀ. ଯୁବ ,ଛାତ୍ର ,ମହିଳା ତଥା ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନଙ୍କୁନେଇ ପ୍ରାୟ୮ହଜାରେରୁ ଉର୍ଦ୍ଧ ବିଜୁପ୍ରେମୀ ଏଥିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.