ଆଜିର ରାଶିଫଳ

0 293

ଜାନୁଆରୀ ମାସ ୧୪ତାରିଖ ୨୦୨୩ମସିହା(ଶନିବାର)ମାଘମାସ-କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୭/୩୦ ଗତେ ଅଷ୍ଟମୀ, ମକର ସକ୍ରାନ୍ତି,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୪୭,ବୃଷ ରାଶିରଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତ ବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ରାତ୍ରି ଘ୦୭/୩୦ ଗତେ ନଡିଆ ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ମକରସଂକ୍ରାନ୍ତି ଦିନ ଘରକୁ ସ୍ଵୟଂ ମାତାଲକ୍ଷ୍ମୀ ଓ କୁବେର ମହାରାଜ ଆସିବେ,କଣକରିବାକୁ ପଡିବ ଜାଣନ୍ତୁ ?
ଆଜିହେଉଛି ଜାନୁଆରୀ୧୪ତାରିଖ ମକରସଂକ୍ରାନ୍ତି ।ସୂର୍ଯ୍ୟ ଧନୁରାଶିରୁ ବାହାରି ମକରରାଶିକୁ ପ୍ରବେଶକରିବା ମକରସଂକ୍ରାନ୍ତି କୁହାଯାଏ। ମହାଭାରତରେ ପାଣ୍ଡବମାନଙ୍କର ନିର୍ବାସନଅନୁଯାୟୀ ମକରସଂକ୍ରାନ୍ତି ପାଳନ କରାଯାଇଥିଲା । ହିନ୍ଦୁଧର୍ମରେ ସାଧରଣତଃ ସୂର୍ଯ୍ୟସଂକ୍ରାନ୍ତି ଅର୍ଥାତ ମକରସଂକ୍ରାନ୍ତିକୁ ବିଶେଷ ମହତ୍ତ୍ୱଦିଆଯାଇଛି । ଏଥର ମକରସଂକ୍ରାନ୍ତିରେ ବେଶ ଭଲଯୋଗ ବନୁଛି । ଏଥର ମକରରାଶିରେ ସୂର୍ଯ୍ୟଙ୍କଗୋଚର ସହିତ ବୁଧ ଏବଂ ଶନିମଧ୍ୟ ରହିବେ । ସକାଳ୧୧ପର୍ଯ୍ୟନ୍ତ ଶୁକ୍ରମୟ ଯୋଗରହିଛି , ଯାହାକି ଅତ୍ୟନ୍ତ ଶୁଭ ମୁହୂର୍ତ୍ତଅଟେ । ଏହାପରେ କୀର୍ତ୍ତିଯୋଗ ତିଆରି ହେବ । ଯାହାମଧ୍ୟ ଶୁଭଅଟେ । ପୂଜାପାଠପାଇଁ ଏହିସମୟ ଉତ୍ତମଅଟେ ।ଭଗବାନ ସୂର୍ଯ୍ୟ ଓ ଶନିଙ୍କୁ ପ୍ରସନ୍ନ କରିବାପାଇଁ ମକରସଂକ୍ରାନ୍ତି ଦିନ ଅନେକ ଉପାୟଗୁଡ଼ିକ କରାଯାଇଥାଏ।
ମକରସଂକ୍ରାନ୍ତିଦିନ ସ୍ନାନପରେ କରାଯାଇଥିବା ଶୁଭକାର୍ଯ୍ୟ ଏବଂ ଦାନଧର୍ମ ବିଶେଷ ଫଳଦାୟୀ ହୋଇଥାଏ ।ଏହିସମୟରେ ଭଗବାନସୂର୍ଯ୍ୟ ଉତ୍ତରାୟଣହୋଇଥାନ୍ତି। ଧାର୍ମିକମାନ୍ୟତା ଅନୁସାରେ ମକରସଂକ୍ରାନ୍ତିଦିନ କିଛି ଖାସଉପାୟ କରିବାଦ୍ଵାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।ମକରସଂକ୍ରାନ୍ତିଦିନ ଶୁଦ୍ଧଜଳରେ ଅଳ୍ପ ଗଙ୍ଗାଜଳମିଶାଇ ସ୍ନାନକରନ୍ତୁ । ତାପରେ ତମ୍ବାଲୋଟାରେ ଅଳ୍ପ ଚନ୍ଦନ ଓ ଲାଲସିନ୍ଦୂରମିଶାଇ ଭଗବାନସୂର୍ଯ୍ୟଙ୍କୁ ଜଳ ଅର୍ପଣକରନ୍ତୁ। ଏଭଳି କରିବାଦ୍ଵାରା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। କୁହାଯାଏକି, ଏହିଦିନ ଅସହାୟଲୋକଙ୍କୁ ଦାନକଲେ ପୂଣ୍ୟପ୍ରାପ୍ତି ହୋଇଥାଏ।
ମକରରାଶିର ସ୍ବାମୀ ହେଉଛନ୍ତି ଶନିଦେବ । ଶନି ଭଗବାନସୂର୍ଯ୍ୟଙ୍କର ପୁତ୍ର ହେଲେମଧ୍ୟ ତାଙ୍କମଧ୍ୟରେ ମିତ୍ରଭାବ ନାହିଁ। ତେଣୁ ମକରରାଶିରେ ସୂର୍ଯ୍ୟଗ୍ରହ ପ୍ରବେଶ କରିବାଦ୍ୱାରା ତିଳଦାନ କରିବା ନିହାତି ଆବଶ୍ୟକଅଟେ। କୁହାଯାଏ କି ସୂର୍ଯ୍ୟଗ୍ରହ ଶନିଦେବଙ୍କଘରକୁ ପ୍ରଥମଥରପାଇଁ ଯାଇଥିଲେ ଏବଂ ଭଗବାନଶନି ତାଙ୍କୁ କଳାତିଲକରେ ସ୍ବାଗତ କରିଥିଲେ।ତେଣୁ ମକରସଂକ୍ରାନ୍ତିଦିନ ଭଗବାନଶନିଙ୍କ ପୂଜାରେ କଳାତିଳ ଅର୍ପଣ କରାଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଗ୍ରହ ଅଶୁଭସ୍ଥିତିରେ ରହିଛନ୍ତି, ତାହେଲେ ଆପଣ ଘରେଆଣି ସୂର୍ଯ୍ୟଯନ୍ତ୍ର I ସୂର୍ଯ୍ୟଙ୍କୁ ଜଳଅର୍ପଣ କରିବାସମୟରେ ପାଣିରେ ଅଳ୍ପ କଳାତିଳ ମିଶାଇଦିଅନ୍ତୁ। ସୂର୍ଯ୍ୟଗ୍ରହକୁ ପ୍ରସନ୍ନ କରିବାପାଇଁ ଏହିଦିନ କ୍ଷୀରି ପ୍ରସ୍ତୁତକରି ଭୋଗ ଲଗାଇ ସେବନକରନ୍ତୁ।ଆଉ ଏକ ବିଶେଷ ଉପାୟକରନ୍ତୁ ସକାଳୁଉଠି ୧୪ଗୋଟି କଉଡ଼ି ନେଇ ତାକୁ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ଧୋଇଦିଅନ୍ତୁ ଏବଂ ଗଙ୍ଗାଜଳରେବୁଡାଇ ଏହାକୁ ଦେବୀଲକ୍ଷ୍ମୀଙ୍କ ଚରଣରେରଖି ଦୁଇଟିଦୀପ ପ୍ରଜ୍ବଳନ କରନ୍ତୁ। ତାପରେ ଓଁସଂକ୍ରାତ୍ୟାୟନମଃ ମନ୍ତ୍ର ଜପକରନ୍ତୁ। ଏହାଦ୍ବାରା ଘରେ ଧନଧାନ୍ୟ ବୃଦ୍ଧିହେବାସହ ସମସ୍ତ ଅଭିଳାଷା ପୂରଣହେବ।
ମାତାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଏହିସବୁ ଜିନିଷ ଦାନ କରିବାକୁ ପଡିବ?
ଭିନ୍ନଭିନ୍ନସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ଅନୁଯାୟୀ ମକରସଂକ୍ରାନ୍ତିଦିନ କେଉଁଠି ଲୋକେ ଦହି ଚୂଡ଼ା ଖାଇଥାନ୍ତି ତ କେଉଁଠି ଖିଚୁଡ଼ି ଖାଇଥାନ୍ତି ,କେଉଁଠି କଳା ତିଳଲଡୁ ମଧ୍ୟ ତିଆରି କରାଯାଇଥାଏ । ତିଳ ଏବଂ ଗୁଡ଼ ଖାଇବାସହିତ ଦାନକରିବାର ମଧ୍ୟ ନିୟମରହିଛି । କଳାତିଳ ଶନି ଏବଂ ଗୁଡ଼ ସୂର୍ଯ୍ୟଙ୍କସହିତ ଜଡ଼ିତ ଥିବାରୁ ତିଳ ଏବଂ ଗୁଡ଼ ଦାନ କରିବା ଦ୍ୱାରା ଜୀବନକୁ ଖୁସି ଆସିଥାଏ ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ ।
ସଂକ୍ରାନ୍ତି ଆରମ୍ଭହେବାର ୬ ଘଣ୍ଟାମଧ୍ୟରେ ଦାନପୁଣ୍ୟ କରାଗଲେ ଏହା ଅଧିକ ପ୍ରଭାବୀହୋଇଥାଏ ଏବଂ ସୂର୍ଯ୍ୟ ଏବଂ ଶନିଜାତକରେ ମଜବୁତ ହୋଇଥାଏ । ତେଣୁ ଏହିଦିନ ତିଳ ଏବଂ ଗୁଡ଼ଲଡୁ ତିଆରିକରି ସର୍ବ ପ୍ରଥମେସୂର୍ଯ୍ୟଦେବଙ୍କୁ ଅର୍ପିତକରି ତାପରେ ଦାନ କରିବାଉଚିତ ।ଗରିବଙ୍କ ମଧ୍ୟରେ ତିଳଲଡୁ ବାଣ୍ଟିଲେ ପୂର୍ବଜନ୍ମର ପାପ କମିବାସହିତ ପୁଣ୍ୟ ମଧ୍ୟ ବଢ଼ିଥାଏ । ଏହାଦ୍ବାରା ରାହୁକେତୁ ଦୋଷ ଦୂରହୋଇଥାଏ । ସଂକ୍ରାନ୍ତିଦିନ ଚାଉଳ ଗହମ ଏବଂ ଅନ୍ୟାନ୍ୟଶସ୍ୟ ଦାନକରିବାର ମଧ୍ୟ ମହତ୍ତ୍ୱରହିଛି । ଏପରିକରୁଥିବା ବ୍ୟକ୍ତିର ପରିବାରରେ କେବେ ଅକାଳ ମୃତ୍ୟୁ ଆସେନାହିଁ । ଗରିବଙ୍କୁ କମ୍ବଳଦାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ମକରସଂକ୍ରାନ୍ତିଦିନ ଅନ୍ନ , ଜଳ , ଦୀପ , ସୁନା ଚାନ୍ଦି ଦାନକରିବାର ମଧ୍ୟ ବିଧାନରହିଛି । କୌଣସି ଜଳାଶୟନିକଟରେ ଏହିଦିନ ଦୀପଜାଳିଲେ ଦୃଷ୍ଟିଶକ୍ତି ବଢ଼ିଥାଏ । ଗୋଦାନ କରିବାଦ୍ୱାରା ସବୁ ଦେବଦେବୀଙ୍କ ଆଶୀର୍ବାଦପ୍ରାପ୍ତ ହୋଇଥାଏ । ଇନ୍ଧନ ଏବଂ ଚୁଲା ଦାନକରିବା ମଧ୍ୟ ଶୁଭ ଫଳଦାୟୀ ହୋଇଥାଏ । ଏହାଦ୍ବାରାବ୍ୟକ୍ତିର ଅଗ୍ନିଦ୍ୱାରା ହେଉଥିବା ଦୁର୍ଘଟଣାରୁ ମୁକ୍ତିମିଳିଥାଏ ଓ ଅଗ୍ନିଦେବଙ୍କ କୃପା ମଧ୍ୟ ମିଳିଥାଏ । ବିବାହିତାମହିଳା କୌଣସି ସୁହାଗଜିନିଷ ୧୪ସଂଖ୍ୟାରେ ଦାନକରିବା ଉଚିତ । ମାତ୍ର ସବୁଦାନ ଧର୍ମ ନିଜ ଅର୍ଜିତଟଙ୍କାରେ କିଣାଯାଇଥିଲେ ହିଁ ଲାଭପ୍ରାପ୍ତ ହୋଇଥାଏ । ମନରେ ଶୁଦ୍ଧତାରଖି ବିନାଲୋଭରେ ଦାନକଲେ ମାତାଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.